ଡାକ୍ତରଙ୍କ କରୋନା ରିପୋର୍ଟ‌ ପଜିଟିଭ୍‌, ପରେ ନେଗେଟିଭ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 7, 2021

ଡାକ୍ତରଙ୍କ କରୋନା ରିପୋର୍ଟ‌ ପଜିଟିଭ୍‌, ପରେ ନେଗେଟିଭ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଉରକେଲାରେ ଅବସରପ୍ରାପ୍ତ ଡାକ୍ତରଙ୍କ କୋଭିଡ୍‌ ଟେଷ୍ଟ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ଡାକ୍ତରଙ୍କ କରୋନା ରିପୋର୍ଟ IGHରେ ପଜିଟିଭ୍‌ ଆସିଥିଲା। ପରେ RMRCରୁ RT-PCR ରିପୋର୍ଟ ନେଗେଟିଭ୍ ଆସିଛି। ଯାହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ୩ ସପ୍ତାହ ତଳେ କୋଭିସିଲ୍‌ଡର ୨ଟି ଡୋଜ୍‌ ନେଇଥିଲେ ସମ୍ପୃକ୍ତ ଡାକ୍ତର। RMRCରେ ହୋଇଥିବା ଟେଷ୍ଟରେ ଅଧିକ ଆଣ୍ଟିବଡ଼ି ଥିବା ଜଣାପଡ଼ିଥିଲା। ଡାକ୍ତରଙ୍କ ମୂଳ ନମୂନାର ପୁଣି ଥରେ RMRCରେ ଟେଷ୍ଟ ଚାଲିଛି।

ପୂର୍ବରୁ ଭିସୁଟ୍ ଛାତ୍ରଙ୍କ କରୋନା ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ ଦେଖାଯାଇଥିଲା। ଯାହାକୁ ନେଇ ରାଜ୍ୟ ସରକାର ଉଦବେଗ ପ୍ରକାଶ କରିବା ସହିତ କିଟ୍‌ ପ୍ରସ୍ତୁତକାରୀ ଦୁଇଟି କମ୍ପାନୀକୁ ଜବତ ତଲବ କରିଥିଲେ। ଆଜି ସେଥିରୁ ଗୋଟିଏ କମ୍ପାନୀ ଓସ୍କାର ମେଡିକେୟାର ଲାଇଭ୍‌ ଡେମୋ ଦେଖାଇଛି। ଭୀମସାର କୋଭିଡ୍‌ ନୋଡାଲ ଅଫିସରଙ୍କ ଉପସ୍ଥିତିରେ କମ୍ପାନୀ ଡେମୋ ଦେଖାଇଛି। ଡେମୋ ଦେଖାଇବା ପରେ ସମସ୍ତ କିଟ୍‌ ଠିକ୍‌ ଥିବା କମ୍ପାନୀ ସ୍ପଷ୍ଟୀକରଣ ଦେଇଛି। କିଟ୍‌ରେ କୌଣସି ସମସ୍ୟା ନଥିବା କମ୍ପାନୀ କହିଛି।

ସେପଟେ ସମଗ୍ର ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୭ ହଜାର ୭୫୬କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୧୮ ହଜାର ୭୧୧ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୦୦ ମୃତ୍ୟୁ ହୋଇଛି। ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୨ ଲକ୍ଷ ୧୦ ହଜାର ୭୯୯ରେ ପହଞ୍ଚିଛି। ବର୍ତ୍ତମାନ ଆକ୍ଟିଭ୍‌ କେସ ୧,୮୪,୫୨୩ ରହିଛି। ୧,୦୮,୬୮,୫୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

The post ଡାକ୍ତରଙ୍କ କରୋନା ରିପୋର୍ଟ‌ ପଜିଟିଭ୍‌, ପରେ ନେଗେଟିଭ୍‌ appeared first on Odisha Reporter.



from Odisha Reporter https://ift.tt/3sWm8xg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages