୧. ପପୁ- ଡାକ୍ତର ବାବୁ ୨ ବର୍ଷ ପୂର୍ବେ ମୋତେ ଜ୍ୱର ହୋଇଥିଲା।
ଡାକ୍ତର-ଏବେ କ’ଣ ହେଲା?
ପପୁ-ଆପଣ ସେତେବେଳେ ଗାଧୋଇବାକୁ ମନା କରିଥିଲେ।
ଆଜି ଏଇ ବାଟ ଦେଇ ଯାଉଥିଲି, ଭାବିଲି ପଚାରିଦେବି ଏବେ ଗାଧୋଇ ପାରିବି କି?
୨. ସ୍ୱାମୀ-ସ୍ତ୍ରୀ ରେଲୱେ ଷ୍ଟେସନରେ ଠିଆ ହୋଇ ଟ୍ରେନ ଆସିବାକୁ ଅପେକ୍ଷା କରିଥିଲେ। ହଠାତ ଏକ ଟ୍ରେନ ଆସିଲା, ସେଥିରେ ଲେଖାଥିଲା ବମ୍ବେ ମେଲ୍। ଏହା ଦେଖି ସ୍ୱାମୀ ଦୌଡିଯାଇ ସେଥିରେ ଚଢ଼ିଗଲା। ସେ ତା’ ସ୍ତ୍ରୀକୁ କହିଲା, ବମ୍ବେ ଫିମେଲ ଗାଡିକୁ ଅପେକ୍ଷା କର ଆସିଲେ ତୁ ସେଥିରେ ଚଢ଼ିଯିବୁ।
୩. ଗୋଟେ ପୁରୁଣା କାର୍ର ନିଲାମି ହେଉଥିଲା। କିଏ ୧୫ ଲକ୍ଷ ତ କିଏ ୨୦ ଲକ୍ଷ ତ ଆଉ କିଏ ୪୦ ଲକ୍ଷ ଡାକ ଲଗାଉଥିଲେ । ଏଥିକିବେଳେ ପପୁ ତା’ ପାଖରେ ଠିଆ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ପଚାରିଲା
ପପୁ-ଏହି ଭଙ୍ଗା ଦଦରା ପୁରୁଣା ଗାଡିରେ ଏମିତି କ’ଣ ଅଛି ଯେ, ସମସ୍ତେ ଏତେ ଟଙ୍କା ଡାକ ଲଗାଉଛନ୍ତି?
ବ୍ୟକ୍ତି-ଏହି ଗାଡିର ୨୩ଟି ଆକ୍ସିଡେଣ୍ଟ ହୋଇଛି, ପ୍ରତିଥର ଆକ୍ସିଡେଣ୍ଟରେ କେବଳ ପତ୍ନୀ ହିଁ ମରୁଛି…।
ପପୁ- ଆରେ ବାଃ…ତା’ହେଲେ ମୋ ତରଫରୁ ଏକ କୋଟି।
The post ବମ୍ବେ ଫିମେଲ୍କୁ ଅପେକ୍ଷା କର appeared first on Odisha Reporter.
from Odisha Reporter https://ift.tt/3cDzWGo
No comments:
Post a Comment