ଭାରତ-ଇଂଲଣ୍ଡ ଶେଷ ତିନୋଟି ଟି-୨୦ ମ୍ୟାଚ୍‌ରେ ଦର୍ଶକଙ୍କୁ ନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 16, 2021

ଭାରତ-ଇଂଲଣ୍ଡ ଶେଷ ତିନୋଟି ଟି-୨୦ ମ୍ୟାଚ୍‌ରେ ଦର୍ଶକଙ୍କୁ ନା

ଅହମ୍ମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଶେଷ ତିନୋଟି ମ୍ୟାଚ୍ ବନ୍ଦ କବାଟ ଭିତରେ ହେବ। ଅର୍ଥାତ୍ ଏହି ତିନୋଟି ମ୍ୟାଚ୍ ବିନା ଦର୍ଶକରେ ଖେଳାଯିବ। କୋଭିଡ୍-୧୯ ମାମଲା ବଢ଼ୁଥିବାରୁ ଗୁଜରାଟ କ୍ରିକେଟ୍ ଆସୋସିଏସନ୍ ଏହି ନିଷ୍ପତ୍ତି ନେଇଛି। ଏ ନେଇ ଗୁଜରାଟ କ୍ରିକେଟ୍ ଆସୋସିଏସନର ଉପାଧ୍ୟକ୍ଷ ଧନରାଜ ନାଥୱାନୀ କହିଛନ୍ତି ଯେ ମାର୍ଚ୍ଚ ୧୬, ୧୮ ଓ ୨୦ ତାରିଖରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ସିରିଜର ଶେଷ ତିନୋଟି ମ୍ୟାଚ୍ ଖାଲି ଷ୍ଟାଡିୟମରେ ଆୟୋଜିତ ହେବ। ତେବେ ଶେଷ ତିନୋଟି ମ୍ୟାଚ୍ ପାଇଁ ଟିକେଟ୍ କିଣିଥିବା ଦର୍ଶକଙ୍କୁ ଟଙ୍କା ଫେରସ୍ତ କରାଯିବ।

ସେ ଆହୁରି କହିଛନ୍ତି, ଯେହେତୁ ଏବେ କରୋନା ମାମଲାରେ ପୁଣିଥରେ ବୃଦ୍ଧି ପାଇଛି, ଜିସିଏ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ସହ ପରାମର୍ଶ କରି ଏହି ନିଷ୍ପତ୍ତି ନେଇଛି। ପରବର୍ତ୍ତୀ ତିନୋଟି ମ୍ୟାଚ୍ ପାଇଁ ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ପ୍ରବେଶ ପାଇଁ ମନା କରାଯାଇଛି। ଯେଉଁମାନେ କମ୍ପ୍ଲିମେଣ୍ଟାରୀ ଟିକେଟ୍ ପାଇଛନ୍ତି, ସେମାନଙ୍କୁ ମଧ୍ୟ ଷ୍ଟାଡିୟମ ନଆସିବାକୁ ଅନୁରୋଧ କରୁଛୁ।

ସୂଚନାଯୋଗ୍ୟ, ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ୬୦ହଜାର ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ଆସିବାକୁ ଅନୁମତି ମିଳିଥିଲା। କିନ୍ତୁ ଏତେ ସଂଖ୍ୟକ ଦର୍ଶକ ଷ୍ଟାଡିୟମ ଆସିବା ମଧ୍ୟ ଅନ୍ୟମାନଙ୍କ ସୁରକ୍ଷା ପାଇଁ ଚିନ୍ତାର ବିଷୟ ଥିଲା। ଏହା ପୂର୍ବରୁ ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ବିନା ଦର୍ଶକରେ ଖେଳାଯାଇଥିଲା। କିନ୍ତୁ ଦ୍ୱିତୀୟ ଟେଷ୍ଟରେ ଦର୍ଶକଙ୍କ ଉପସ୍ଥିତିରେ ମ୍ୟାଚ୍ ହୋଇଥିଲା। ଏପରିକି ଅହମ୍ମଦାବାଦରେ ଇଂଲଣ୍ଡ ବିପକ୍ଷ ତୃତୀୟ ଓ ଚତୁର୍ଥ ଟେଷ୍ଟରେ ଦର୍ଶକଙ୍କୁ ମ୍ୟାଚ୍ ଦେଖିବା ପାଇଁ ଅନୁମତି ମିଳିଥିଲା।

The post ଭାରତ-ଇଂଲଣ୍ଡ ଶେଷ ତିନୋଟି ଟି-୨୦ ମ୍ୟାଚ୍‌ରେ ଦର୍ଶକଙ୍କୁ ନା appeared first on Odisha Reporter.



from Odisha Reporter https://ift.tt/3tjUfiA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages