ପାରାଦୀପ ବନ୍ଦରରେ ଲାଗିଲା ଜାହାଜ, ବାହାରିଲେ ୧୪ ପଜିଟିଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 28, 2021

ପାରାଦୀପ ବନ୍ଦରରେ ଲାଗିଲା ଜାହାଜ, ବାହାରିଲେ ୧୪ ପଜିଟିଭ

ପାରାଦିପ(ରମାକାନ୍ତ ପଣ୍ଡା): ରାଜ୍ୟରେ କରୋନା ମହାମାରୀ ପୁଣି ଥରେ ନିଜ କାୟା ବିସ୍ତାର କରିବାକୁ ଲାଗିଥିବା ବେଳେ ଗତକାଲି ପାରାଦୀପ ବନ୍ଦରରେ ଲାଗିଥିବା ଏକ ଜାହାଜରୁ ୧୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ଗତ ସନ୍ଧ୍ୟାରେ ପାରାଦୀପ ବନ୍ଦରରୁ ଭୁବନେଶ୍ୱର କୋଭିଡ ହସ୍ପିଟାଲକୁ ପଠାଯାଇଛି ।

ଏହି ଜାହାଜ  କୋଷ୍ଟାଲ ସିପିଂରେ ଦେଶର ଅନ୍ୟାନ୍ୟ ବନ୍ଦର ଅତିକ୍ରମ କରି ଆସିଥିଲା । ତାମିଲନାଡୁର ତୁତିକୋରିନ୍ ବନ୍ଦରରୁ ୩ ଦିନ ତଳେ ଏହି ଜାହାଜ ଆସି ପାରାଦୀପରେ ଲାଗିଥିଲା ।

କୋଭିଡ ନିୟମ ଅନୁସାରେ SELF DECLARATION  ଦେବାରୁ କେତେକଙ୍କଠାରେ କରୋନା ଲକ୍ଷଣ ଥିବା ଜଣାପଡିଥିଲା । ଏହାପରେ ଜାହାଜର ସମସ୍ତ ୨୮ ଜଣଙ୍କର RTPCR ଟେଷ୍ଟ କରାଯାଇଥିଲା।  ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କର ପଜିଟିଭ ଥିବା ଜଣାପଡିଥିଲା ।

ସମସ୍ତଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯିବା ସହ ଜାହାଜଟିକୁ ସାନିଟାଇଜ କରାଯାଇଛି । ଅବଶିଷ୍ଟ  ୧୪ କର୍ମଚାରୀଙ୍କୁ ସେହି ଜାହାଜର ଉପର କ୍ୟାବିନରେ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ଗତକାଲି ରାତ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୦ରେ ପହଞ୍ଚିଥିଲା।  ୨୯୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୧୯ଟି ହେଉଛି ଲୋକାଲ୍ କେସ୍‌।

ଗତକାଲି  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗତକାଲି ଏହି ଜିଲ୍ଲାରୁ  କେବଳ ୭୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।   ଏହାପରେ ନୂଆପଡ଼ା ଜିଲ୍ଲାରୁ ୪୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

The post ପାରାଦୀପ ବନ୍ଦରରେ ଲାଗିଲା ଜାହାଜ, ବାହାରିଲେ ୧୪ ପଜିଟିଭ appeared first on Odisha Reporter.



from Odisha Reporter https://ift.tt/39o4rPC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages