ଘଣ୍ଟାଏରୁ ଅଧିକ ସମୟ ପ୍ରଚାର କରିବାରୁ ରାଗିଗଲେ ନୁସରତ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 28, 2021

ଘଣ୍ଟାଏରୁ ଅଧିକ ସମୟ ପ୍ରଚାର କରିବାରୁ ରାଗିଗଲେ ନୁସରତ, ଦେଖନ୍ତୁ ଭିଡିଓ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ଓ ଶାସକ ଟିଏମସି ମଧ୍ୟରେ ଜୋରଦାର ଟକ୍କର ଚାଲିଛି। ଘମାଘୋଟ ପ୍ରଚାର ସାଙ୍ଗକୁ ବାକ୍‌ଯୁଦ୍ଧ ମଧ୍ୟ ତୀବ୍ର ହେଉଛି। ଏସବୁ ଭିତରେ ଗୋଟିଏ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଘଣ୍ଟାଏରୁ ଅଧିକ ସମୟ ପ୍ରଚାର କରିବାରୁ ଟିଏମସି ସାଂସଦ ତଥା ଅଭିନେତ୍ରୀ ନୁସରତ ଜାହାନ କେମିତି ନିଜର ଅସନ୍ତୋଷ ପ୍ରକାଶ କରୁଛନ୍ତି, ତା’ର ଦୃଶ୍ୟ ରହିଛି। ଏହି ଭିଡିଓକୁ ବିଜେପି ସୋଶାଲ ମିଡିଆରେ ପୋଷ୍ଟ କରି ଟିଏମସିକୁ କଟାକ୍ଷ କରିଛି।

ଭିଡିଓ ଅନୁସାରେ, ନୁସରତ ଗୋଟିଏ ପ୍ରଚାର ଗାଡ଼ିରେ ଛିଡ଼ା ହୋଇଛନ୍ତି। ତାଙ୍କ ଚାରିପାଖରେ ଅନେକ ଲୋକ ରହିଛନ୍ତି। ସେ ଘଣ୍ଟାଏରୁ ଅଧିକ ସମୟ ଭିଡ଼ ଭିତରେ ପ୍ରଚାର କରିଥିବାରୁ ଆଉ ଆଗକୁ ଯିବେନାହିଁ ବୋଲି କହିଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କୁ କହିଥିଲେ ଯେ “ଦିଦି ଆଉ ଅଳ୍ପ ସମୟ। ମୁଖ୍ୟ ରାସ୍ତା ଯାଏ ପ୍ରଚାର କରନ୍ତୁ। ମୁଖ୍ୟ ରାସ୍ତା ମାତ୍ର ଅଧ କମି ରହିଛି।”

ତେବେ ନୁସରତ ଆଦୌ ଏକଥାକୁ ଶୁଣି ନଥିଲେ। ସେ କହିଥିଲେ ଯେ “ମୁଁ ଘଣ୍ଟାଏରୁ ଅଧିକ ସମୟ ହେଲା ପ୍ରଚାର କରୁଛି। ଏତେ ସମୟ ଯାଏ ପ୍ରଚାର ମୁଁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବି କରେନି।” ତଥାପି ବ୍ୟକ୍ତି ଜଣଙ୍କ ତାଙ୍କୁ ଆଉ ଅଳ୍ପ ସମୟ ପ୍ରଚାର କରନ୍ତୁ ବୋଲି କହିଥିଲେ। ନୁସରତ କିଛି ନ ଶୁଣି ଗାଡ଼ିରୁ ଓହ୍ଲାଇ ଚାଲି ଯାଇଥିଲେ।


ବିଜେପି ବେଙ୍ଗଲ ପକ୍ଷରୁ ଏହି ୨୫ ସେକେଣ୍ଡର ଭିଡିଓକୁ ଟ୍ୱିଟ କରାଯାଇଛି। ଏଥିରେ ହ୍ୟାଶଟ୍ୟାଗ #MamataLosingNandigram ବ୍ୟବହାର କରାଯାଇଛି।

The post ଘଣ୍ଟାଏରୁ ଅଧିକ ସମୟ ପ୍ରଚାର କରିବାରୁ ରାଗିଗଲେ ନୁସରତ, ଦେଖନ୍ତୁ ଭିଡିଓ appeared first on Odisha Reporter.



from Odisha Reporter https://ift.tt/3cxoLQs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages