ଆଷ୍ଟ୍ରାଜେନେକା ଟିକା ସୁରକ୍ଷିତ, ପୁଣି ଆରମ୍ଭ ହେବ ଟିକାକରଣ କାର୍ଯ୍ୟକ୍ରମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 18, 2021

ଆଷ୍ଟ୍ରାଜେନେକା ଟିକା ସୁରକ୍ଷିତ, ପୁଣି ଆରମ୍ଭ ହେବ ଟିକାକରଣ କାର୍ଯ୍ୟକ୍ରମ

ପ୍ୟାରିସ: ରକ୍ତ ଜମାଟ ବାନ୍ଧୁଥିବା ଆଶଙ୍କାରେ ଆଷ୍ଟ୍ରାଜେନେକା ପ୍ରସ୍ତୁତ କରିଥିବା କରୋନା ଟିକା ଉପରେ ଲାଗିଥିବା ପ୍ରତିବନ୍ଧକକୁ ୟୁରୋପୀୟ ଦେଶଗୁଡ଼ିକ ହଟାଇ ଦେଇଛନ୍ତି। ଖୁବଶୀଘ୍ର ଆଷ୍ଟ୍ରାଜେନେକାର ଟିକାର ଦ୍ୱାରା ୟୁରୋପୀୟ ଦେଶଗୁଡ଼ିକ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ।

ୟୁରୋପିଆନ ମେଡିକାଲ ରେଗୁଲେଟର ଟିକାର ଡୋଜ୍‌ ସଂପୂର୍ଣ୍ଣ ସୁରକ୍ଷିତ ଓ ଏହାଦ୍ୱାରା କୌଣସି ପ୍ରକାରରେ ବି ଲୋକଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧୁ ନାହିଁ ବୋଲି ଯାଞ୍ଚ କରି ଜାଣିବାକୁ ପାଇଛି। ଏହି ଘୋଷଣା ପରେ ପୁଣିଥରେ ୟୁରୋପୀୟ ଦେଶରେ ଆଷ୍ଟ୍ରାଜେନେକା ଟିକାର ବ୍ୟବହାର ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି।

ୟୁରୋପୀୟ ଦେଶରେ ଆଷ୍ଟ୍ରାଜେନେକା ଟିକା ନେବା ଦ୍ୱାରା ରକ୍ତ ଜମାଟ ବାନ୍ଧୁଥିବା ରିପୋର୍ଟ ସାମ୍ନାକୁ ଆସିଥିଲା। ଏହାପରେ ଫ୍ରାନ୍ସ ଓ ଜର୍ମାନୀ ସମସ୍ତେ ୧୦ରୁ ଅଧିକ ରାଷ୍ଟ୍ର ଟିକାର ବ୍ୟବହାର ଉପରେ ଅସ୍ଥାୟୀ ଭାବେ ରୋକ ଲଗାଇଥିଲେ। ଘଟଣାକୁ ଗୁରୁତ୍ୱର ସହ ନେଇ ୟୁରୋପିଆନ ମେଡିସିନ ଏଜେନ୍ସି(ଇଏମଏ) ଯାଞ୍ଚ ଆରମ୍ଭ କରିଥିଲା।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ବ୍ରିଟେନ ସ୍ୱାସ୍ଥ୍ୟ ବିଭାଗ ପୂର୍ବରୁ ହିଁ ଆଷ୍ଟ୍ରେଜେନେକା ଟିକା ସଂପୂର୍ଣ୍ଣ ସୁରକ୍ଷିତ ବୋଲି କହିସାରିଥିଲେ। ତଥାପି ଇଏମଏ ସବୁ ରିପୋର୍ଟକୁ ଭଲ ଭାବେ ଆଉ ଥରେ ଯାଞ୍ଚ କରିଥିଲା। ଯାଞ୍ଚରୁ ଟିକା ସଂପୂର୍ଣ୍ଣ ସୁରକ୍ଷିତ ଓ କରୋନା ବିରୋଧରେ ଏବେ ବେଶ ପ୍ରଭାବୀ ବୋଲି ଜଣାପଡ଼ିଛି।

ଇଏମଇର ଏହି ଘୋଷଣା ପରେ ଟିକାକରଣ ବନ୍ଦ ରଖିଥିବା ରାଷ୍ଟ୍ରଗୁଡ଼ିକ ପୁଣିଥରେ ଲୋକଙ୍କୁ ଏହାର ଡୋଜ୍‌ ଦେବାର କାର୍ଯ୍ୟକ୍ରମ ଆରମ୍ଭ କରିବେ ବୋଲି କହିଛନ୍ତି। ଏହି ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଜର୍ମାନୀ, ଫ୍ରାନ୍ସ, ସ୍ପେନ, ଇଟାଲୀ, ନେଦରଲ୍ୟାଣ୍ଡସ, ପର୍ତ୍ତୁଗାଲ, ଲିଥୁନିଆ, ଲାଟିଭା, ସ୍ଲୋଭେନିଆ ଓ ବୁଲଗେରିଆ ପ୍ରମୁଖ ରହିଛନ୍ତି।

ଅନ୍ୟପକ୍ଷରେ ଫ୍ରାନ୍ସରେ ପୁଣିଥରେ କରୋନା ସଂକ୍ରମଣ ବ୍ୟାପିବା ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ଫ୍ରାନ୍ସ ସରକାର ଗୁରୁବାର ଠାରୁ ପ୍ୟାରିସ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ମାସକ ପାଇଁ ସୀମିତ ଲକଡାଉନ ଲାଗୁ କରିଛନ୍ତି। ଇଏମଇ ମୁଖ୍ୟ ଇମେର କୋକ କହିଛନ୍ତି, ଆଷ୍ଟ୍ରାଜେନେକା ଡୋଜ୍‌କୁ ବୈଜ୍ଞାନିକ ପଦ୍ଧତି ଦ୍ୱାରା ଯାଞ୍ଚ କରାଯାଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ଏହା ସଂପୂର୍ଣ୍ଣ ସୁରକ୍ଷିତ ଓ ପ୍ରଭାବୀ। ତଦନ୍ତ କମିଟି ଜାଣିବାକୁ ପାଇଛି ଯେ ଟିକା ନେବା ଦ୍ୱାରା ଲୋକଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିବାର କୌଣସି ପ୍ରମାଣ ନାହିଁ। ଆଗକୁ ଯେ ଏପରି ଘଟିବ, ତା’ର ମଧ୍ୟ କୌଣସି ଆଶଙ୍କା ନାହିଁ ବୋଲି ସେ କହିଛନ୍ତି।

ବ୍ରିଟେନ ସ୍ୱାସ୍ଥ୍ୟ ରେଗୁଲେଟର କହିଛି ଯେ ରକ୍ତ ଜମାଟ ଓ ଫାଇଜର କରୋନା ଟିକା ସହ ମଧ୍ୟ କୌଣସି ସମ୍ପର୍କ ନାହିଁ। ଇଏମଏର ରିପୋର୍ଟରେ ଅଧିକାଂଶ ରାଷ୍ଟ୍ର ଟିକାକରଣ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ ହେଁ ଦୁଇଟି ଦେଶ ଏଦିଗରେ କୁଣ୍ଠାବୋଧ ପ୍ରକାଶ କରିଛନ୍ତି। ସ୍ୱିଡେନ ଓ ନରୱେ ଇଏମଏ ରିପୋର୍ଟରେ ସନ୍ତୁଷ୍ଟ ହୋଇନାହାନ୍ତି। ତେଣୁ ସେମାନେ ଏବେ ଆଷ୍ଟ୍ରାଜେନେକା ଟିକାର ବ୍ୟବହାର ପୁଣିଥରେ ଆରମ୍ଭ କରିବେ ନାହିଁ ବୋଲି କହିଛନ୍ତି।

The post ଆଷ୍ଟ୍ରାଜେନେକା ଟିକା ସୁରକ୍ଷିତ, ପୁଣି ଆରମ୍ଭ ହେବ ଟିକାକରଣ କାର୍ଯ୍ୟକ୍ରମ appeared first on Odisha Reporter.



from Odisha Reporter https://ift.tt/38TB7jM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages