‘୩ ହଜାର ଦିଅ, ୪୦ ହଜାର ଲୋନ୍‌ ନିଅ’-ଏପରି ଅଫର ଦେଇ ଠକୁଥିଲେ ନକଲି ସାମ୍ବାଦିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 18, 2021

‘୩ ହଜାର ଦିଅ, ୪୦ ହଜାର ଲୋନ୍‌ ନିଅ’-ଏପରି ଅଫର ଦେଇ ଠକୁଥିଲେ ନକଲି ସାମ୍ବାଦିକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):“ ୩ ହଜାର ଟଙ୍କା ଲେଖା ଦିଅ। ୪୦ ହଜାର ଟଙ୍କାର ଲୋନ୍‌ ପାଇବ।”  ଏପରି ଲୋଭନୀୟ ଅଫର ଦେଇ  ବହୁ ମହିଳାଙ୍କୁ ଠକିଥିବା ଜଣେ ନକଲି ସାମ୍ବାଦିକଙ୍କୁ ଗିରଫ କରିଛି ପୁଲିସ୍‌। ଏପରି ଘଟଣା ଖୋଦ ରାଜଧାନୀରେ ଘଟିଛି।

ଅଭିଯୋଗ ଅନୁଯାୟୀ, ଯୁବକଜଣକ  ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ନିଜକୁ  ସାମ୍ବାଦିକ ବୋଲି ପରିଚୟ ଦେଇ  ଲୋନ କରାଇ ଦେବେ ବୋଲି ଅଫର୍‌ ଦେଉଥିଲେ।  ୩ ହଜାର ଟଙ୍କା ଲେଖାଏଁ ଦେଲେ ୪୦ ହଜାର ଟଙ୍କା ଋ଼ଣ କରିଦେବାକୁ ପ୍ରତିଶ୍ରୁତି ଦେଉଥିଲେ।  ସହଜରେ ଲୋନ୍‌ ପାଇବା ଆଶାରେ ବହୁ ମହିଳା ତାଙ୍କୁ ଟଙ୍କା ଦେଇଥିଲେ। ମାତ୍ର ଆଉ କୌଣସି ଲୋନ୍‌ ନ ପାଇବାରୁ ଭିଏସ୍‌ଏସ୍‌ ନଗରର କିଛି ମହିଳା ଥାନାରେ ଅଭିଯୋଗ କରିଥିଲେ।

ଏନେଇ ଜଣେ  ଅଭିଯୋଗକାରିଣୀ କହିଛନ୍ତି, ”୧୦ ଦିନରେ ଲୋନ ଦେବେ କହି ୩ ହଜାର ଟଙ୍କା ଲେଖା ନେଇଥିଲେ। ଏହାପରେ ଆଉ ୩ ମାସ ହେଲେ ଲୋନ ଦେଉ ନାହାନ୍ତି। ଫୋନ୍‌ କଲେ ଆମେ ସେ ସାର୍‌ ନୁହଁ ବୋଲି କହୁଥିଲେ। ହେଲେ ଫୋନ କରି ନୂଆ ଲୋନ କରିବା ପାଇଁ ଡାକିଥିଲୁ। ଏହାପରେ ତାଙ୍କୁ ଧରି ପୁଲିସ୍‌ ଜିମା ଦେଇଛୁ।”

ଏନେଇ ଥାନା ଅଧିକାରୀ କହିଛନ୍ତି, ୩ ଝିଅ ଓ ଜଣେ ପୁଅ ଲୋନ କରାଇ ଦେବାକୁ କହି ଲୋକଙ୍କଠାରୁ  ଟଙ୍କା  ନେଇ ଆଉ ଧରାଛୁଆଁ ଦେଇ  ଥିଲେ। ଗତକାଲି ଲୋକେ ତାଙ୍କୁ ପାହାଳ ପାଖରେ ଅଟକାଇ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ପହଞ୍ଚି ସେମାନଙ୍କୁ ଥାନାକୁ ଆଣିଛି।

The post ‘୩ ହଜାର ଦିଅ, ୪୦ ହଜାର ଲୋନ୍‌ ନିଅ’-ଏପରି ଅଫର ଦେଇ ଠକୁଥିଲେ ନକଲି ସାମ୍ବାଦିକ appeared first on Odisha Reporter.



from Odisha Reporter https://ift.tt/3f7LeWn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages