ଆରପାରିରେ ଅବଦୁଲ କଲାମଙ୍କ ବଡ଼ ଭାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 7, 2021

ଆରପାରିରେ ଅବଦୁଲ କଲାମଙ୍କ ବଡ଼ ଭାଇ

ଚେନ୍ନାଇ: ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ଏପିଜେ ଅବଦୁଲ କଲାମଙ୍କ ବଡ଼ ଭାଇ ମହମ୍ମଦ ମୁଥୁ ମିରାନ ମାରାକାୟରଙ୍କ ପରଲୋକ ହୋଇଛି। ରବିବାର ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳେକୁ ତାଙ୍କୁ ୧୦୪ ବର୍ଷ ବୟସ ହୋଇଥିଲା। ତାଙ୍କର ଗୋଟିଏ ପୁଅ ଏବଂ ଦୁଇ ଝିଅ ରହିଛନ୍ତି। ତାଙ୍କ ପତ୍ନୀଙ୍କର ବିୟୋଗ ହୋଇସାରିଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ପନ୍ନିରସେଲଭମ ଏବଂ ଡିଏମକେ ସଭାପତି ଏମ.କେ ଷ୍ଟାଲିନ ମାରାକାୟରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

ଅଧିକ ବୟସ ଏବଂ ବାର୍ଦ୍ଦକ୍ୟ କାରଣରୁ ତାଙ୍କର ବିୟୋଗ ହୋଇଥିବା ସୂଚନା ରହିଛି। କଲାମଙ୍କ ଭାଇ ଏକ ଛତା ମରାମତି ଦୋକାନ କରିଥିଲେ। ନିକଟରେ ମୁଥୁଙ୍କର ଏକ ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ଏକ ଛତା ମରାମତି କରୁଥିବା ଦେଖିବାକୁ ମିଳିଥିଲା। ଆଉ ସେହି ଛତା ମରାମତି ଦୋକାନରେ ଅବଦୁଲ କଲାମଙ୍କର ଏକ ବଡ଼ ଫଟୋ ଥିବା ଦେଖିବାକୁ ମିଳିଥିଲା।

୧୯୧୭ରେ ତାମିଲନାଡୁର ରମେଶ୍ୱରାମରେ ଥିବା ପମ୍ବନ ଦ୍ୱୀପରେ ସେ ଜନ୍ମଗ୍ରହଣ କରିଥିଲେ। ପମ୍ବାନ୍ ଦ୍ୱୀପ ସେ ସମୟରେ ମାଡ୍ରାସ୍ ପ୍ରେସିଡେନ୍ସିରେ ଥିଲେ। ମୁଥୁଙ୍କ ବାପା ଜେନୁଲାବାଦିନ ଏକ ଡଙ୍ଗାର ମାଲିକ ଥିଲେ। ସେ ସ୍ଥାନୀୟ ମସଜିଦର ଇମାମ ମଧ୍ୟ ଥିଲେ। ତାଙ୍କ ମା ଆଶିଆମ୍ମା ଜଣେ ଗୃହିଣୀ ଥିଲେ।

ତେବେ ବଡ଼ ଭାଇଙ୍କର ବିୟୋଗ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କର ବିୟୋଗ ହୋଇସାରିଛି। ୨୭ ଜୁଲାଇ ୨୦୧୫ରେ ମେଘାଳୟର ଶିଲଂରେ ତାଙ୍କର ବିୟୋଗ ହୋଇଥିଲା। ଅବଦୁଲ କଲାମଙ୍କ ଦାରିଦ୍ର୍ୟ ମଧ୍ୟରେ କଟିଥିଲା। ତାଙ୍କ ବାପାଙ୍କର ପାଞ୍ଚ ଭାଇ ଏବଂ ପାଞ୍ଚ ଭଉଣୀ ଥିଲେ।

The post ଆରପାରିରେ ଅବଦୁଲ କଲାମଙ୍କ ବଡ଼ ଭାଇ appeared first on Odisha Reporter.



from Odisha Reporter https://ift.tt/3rrCP3c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages