ସୋର (ଓଡ଼ିଶା ରିପୋର୍ଟର):ଜଳିଗଲା ୧୦ ବଖରା ଘର । ପୋଡି ପାଉଁଶ ହୋଇଗଲା ସାତ ଏକର ଜମିର ଧାନ। ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ତିନି ଜଣ ଗୁରୁତର ହୋଇଛନ୍ତି।
ସୂଚନାଅନୁସାରେ ସୋର ପୌରପାଳିକା ୧୯ ନମ୍ବର ୱାର୍ଡ କ୍ଷୀରକୋଣି ଗାଁରେ ଅଗ୍ନିକାଣ୍ଡ ଘଟିଛି। ବିକର୍ତ୍ତନ ମହାଳିକ, ପୁଅ ପ୍ରଶାନ୍ତ ଓ ଟୁକୁନାର ପାଞ୍ଚ ବଖରା ପୋଡି ପାଉଁଶ ହୋଇଯାଇଛି। ନିଆଁ ଲାଗି ବିକର୍ତ୍ତନର ସ୍ତ୍ରି ଲଷ୍ମୀ ଓ ୧୦ ବର୍ଷର ନାତି ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହ ଚାଷ କରିଥିବା ସାତ ଏକର ଧାନ ମଧ୍ୟ ପୋଡି ଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚିବାରେ ବିଳମ୍ବ ହେତୁ ଗାଁ ଲୋକେ ପୋଖରୀରୁ ପାଣି ଢ଼ାଳି ନିଆଁକୁ ଆୟତ୍ତ କରିଛନ୍ତି। ରାତିରେ ଶୋଇଥିବା ଅବସ୍ଥାରେ ଏହି ଅଗ୍ନିକାଣ୍ଡ ଘଟିଛି।
ସେହିପରି କୁଡେଇ ଗାଁର ବିଜୟ ଦଳେଇଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୫ ବଖରା ପୋଡି ପାଉଁଶ ହୋଇଯାଇଛି। ଏଥିସହ ନଗଦ ୧୨ ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ପୋଡି ନଷ୍ଟ ହୋଇଯାଇଛି। ଖବର ପାଇ ସୋର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ଏଦୁଇଟି ସ୍ଥାନରେ କିଭଳି ନିଆଁ ଲାଗିଲା ତା’ର ପ୍ରକୃତ କାରଣ ଜଣାପଡି ନାହିଁ।
The post ଜଳିଗଲା ୧୦ ବଖରା ଘର, ୩ ଗୁରୁତର appeared first on Odisha Reporter.
from Odisha Reporter https://ift.tt/3v6ksmq
No comments:
Post a Comment