ଫେରିଲା ନାଇଟ କର୍ଫ୍ୟୁ, ଆଜିଠୁ ଲାଗୁ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 11, 2021

ଫେରିଲା ନାଇଟ କର୍ଫ୍ୟୁ, ଆଜିଠୁ ଲାଗୁ ହେବ

ଅମୃତସର: ଦିନକୁ ଦିନ କରୋନା ସଂକ୍ରମଣ ବଢ଼ୁଥିବାରୁ ପୁଣିଥରେ ନାଇଟ କର୍ଫ୍ୟୁ ଫେରିଛି। ଆଜିଠାରୁ ପଞ୍ଜାବର ଲୁଧିଆନା ଓ ପଟିଆଲାରେ ନାଇଟ କର୍ଫ୍ୟୁ ଲାଗୁ ହେବ। ଆଜି  ରାତି ୧୧ଟାରୁ ଭୋର ୫ଟା ଯାଏ କେବଳ ଜରୁରୀ ସେବାକୁ ଛାଡ଼ି ଦେଲେ ସାଧାରଣ ଲୋକ କିମ୍ବା ଦୋକାନା ବଜାର ଖୋଲି ପାରିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହା ବଳବତ୍ତର ରହିବ। ନାଇଟ କର୍ଫ୍ୟୁରୁ ପୁଲିସ୍‌ ଓ ଆର୍ମି କର୍ମଚାରୀ, ଜରୁରୀ ସେବାରେ ନିୟୋଜିତ କର୍ମଚାରୀ ଓ ସରକାରୀ କର୍ମଚାରୀଙ୍କୁ ବାଦ୍‌ ଦିଆଯାଇଛି।

ଏହି ଦୁଇ ଜିଲ୍ଲାରେ କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ଲୁଧିଆନାରେ ୧୮୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଫଳରେ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୨,୭୯୩ ଓ ମୃତକଙ୍କ ସଂଖ୍ୟା ୧୫୭୬ରେ ପହଞ୍ଚି ଯାଇଛି।

ସେହିପରି ପଟିଆଲାରେ ମଧ୍ୟ ଗତକାଲି ୧୧୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ମୋଟ ୧୮,୦୮୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ ବି ୯୦୭ ଆକ୍ଟିଭ କେସ୍‌ ରହିଛି। କରୋନା ଏଠାରେ ୫୨୬ ଜଣଙ୍କ ଜୀବନ ନେଇସାରିଲାଣି।

ଅନ୍ୟପକ୍ଷରେ ଗତକାଲି ରାତିରୁ ମହାରାଷ୍ଟ୍ରର ଔରଙ୍ଗାବାଦରେ ମଧ୍ୟ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ନାଇଟ କର୍ଫ୍ୟୁର ଅବଧି ରାତି ୯ଟାରୁ ସକାଳ ୬ଟା ଯାଏ ରହିଛି। ଏହି ନାଇଟ କର୍ଫ୍ୟୁ ଏପ୍ରିଲ ୪ ଯାଏ ବଳବତ୍ତର ରହିବ। ନାଇଟ କର୍ଫ୍ୟୁର ପ୍ରଥମ ଦିନରେ ଔରଙ୍ଗାବାଦର ରାଜରାସ୍ତା ପୂରା ଶୁନଶାନ ରହିଥିଲା। ବିଭିନ୍ନ ସ୍ଥାନରେ ପୁଲିସ୍‌ ପକ୍ଷରୁ ପ୍ୟାଟ୍ରୋଲିଂ କରି ଲୋକଙ୍କୁ ଘରେ ରହିବାକୁ କୁହାଯାଇଥିଲା। ନାଇଟ କର୍ଫ୍ୟୁ ବେଳେ କେବଳ ଜରୁରୀ ସେବାକୁ ଅନୁମତି ଦିଆଯାଇଛି।

ସେହିପରି ଆସନ୍ତା ୧୫ ତାରିଖରୁ ୨୧ ତାରିଖ ଯାଏ ନାଗପୁରରେ ଲକଡାଉନ କାର୍ଯ୍ୟକାରୀ କରାଯିବ।

The post ଫେରିଲା ନାଇଟ କର୍ଫ୍ୟୁ, ଆଜିଠୁ ଲାଗୁ ହେବ appeared first on Odisha Reporter.



from Odisha Reporter https://ift.tt/30xAIPu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages