ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କଟକଣା ମଧ୍ୟରେ ଗତକାଲି ରାଜ୍ୟର ବିଭିନ୍ନ ଶୈବାଳୟରେ ପାଳିତ ହୋଇଯାଇଛି ମହାଶିବରାତ୍ରି। କୋଭିଡ୍ କଟକଣା ଭିତରେ ମଧ୍ୟ ବିଭିନ୍ନ ମନ୍ଦିରରେ ନଥିବା ଭିଡ଼ ବି ଦେଖିବାକୁ ମିଳିଥିଲା। ଦୀପ ଜାଳି ରାତି ସାରା ଉଜାଗର ଥିଲେ ଶ୍ରଦ୍ଧାଳୁ । । ଓମ୍ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଲା ପୁରା ପରିବେଶ।
ଗତକାଲି ଧାର୍ଯ୍ୟ ସମୟ ପୂର୍ବରୁ ଉଠିଛି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ । ଶୃଙ୍ଖଳିତ ନୀତିକାନ୍ତି ଭିତରେ ରାତି ପ୍ରାୟ ସାଢ଼େ ୯ଟାରେ ମନ୍ଦିର ଚୁଡ଼ାକୁ ମହାଦୀପ ନେଇ ଉଠିଥିଲେ ସେବାୟତ । ଏହାପରେ ମହାଦୀପକୁ ଦର୍ଶନ କରିଥିଲେ ମନ୍ଦିର ବେଢ଼ା ଭିତରେ ଏବଂ ବାହାରେ ଥିବା ହଜାର ହଜାର ଶ୍ରଦ୍ଧାଳୁ । କୋଭିଡ୍ କଟକଣା ଭିତରେ ସାମାଜିକ ଦୂରତା ରକ୍ଷା କରି ମନ୍ଦିର ବେଢ଼ାରେ ଦୀପ ଜାଳିଥିଲେ ଭକ୍ତ ।
ସେହିପରି ପୁରୀ ଲୋକନାଥ ମନ୍ଦିରରେ ଭୋର୍ ୫ଟା ୨୦ ମିନିଟ୍ରେ ମହାଦୀପ ଉଠିଛି । ରାଜ୍ୟର ଅନ୍ୟ ଅଞ୍ଚଳରେ ବି ମହାଶିବରାତ୍ରୀ ପାଳନ କରାଯାଇଛି ।
କଟକ ଧବଳେଶ୍ୱର ପୀଠରେ ୧୪୪ ଧାରା ଲାଗୁ କରାଯାଇଥିଲା । ଏହି ଅବସରରେ ବିନା ଭକ୍ତରେ ମହାଦୀପ ଉଠାଯାଇଥିଲା। ରାତି ପ୍ରାୟ ଗୋଟାଏ ବେଳେ ବାବା ଧବଳେଶ୍ୱର ମନ୍ଦିରରେ ଦୀପ ଉଠିଛି। ସେହିପରି କଟକଣା ସହ ଆଖଣ୍ଡଳମଣିଙ୍କ ପୀଠରେ ଭୋର୍ ୪ଟାରେ ମହାଦୀପ ଉଠିଛି ।
ଏହାବ୍ୟତୀତ ଢେଙ୍କାନାଳର କପିଳାସ ପୀଠ, ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱର, କୋରାପୁଟର ଗୁପ୍ତେଶ୍ୱର, ବଲାଙ୍ଗିର ଜିଲ୍ଲାର ହରିଶଙ୍କର ଆଦି ଶୈବପୀଠ ଗୁଡ଼ିକରେ କଟକଣା ମଧ୍ୟରେ ପାଳନ ହେଉଛି ହେଉଛି ଶିବରାତ୍ରୀ।
The post ଦୀପ ଜାଳି ରାତି ସାରା ଉଜାଗର ରହିଲେ ଶ୍ରଦ୍ଧାଳୁ appeared first on Odisha Reporter.
from Odisha Reporter https://ift.tt/2Na01E9
No comments:
Post a Comment