ମାର୍ଚ୍ଚ ୩୧ ଯାଏ ସ୍କୁଲ ଓ କଲେଜ ବନ୍ଦ, ରାତି ୧୦ ପରେ ଖୋଲିବନି ମଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 12, 2021

ମାର୍ଚ୍ଚ ୩୧ ଯାଏ ସ୍କୁଲ ଓ କଲେଜ ବନ୍ଦ, ରାତି ୧୦ ପରେ ଖୋଲିବନି ମଲ୍

ପୁଣେ: ମହାମାରୀ କରୋନା ପୁଣିଥରେ ତା’ର କାୟା ବିସ୍ତାର କରିବା ଆରମ୍ଭ କଲାଣି। ମହାରାଷ୍ଟ୍ର କରୋନା ଦ୍ୱାରା ଅଧିକ ପ୍ରଭାବିତ ହେବାରେ ଲାଗିଛି। ଏହି କାରଣରୁ ଗୋଟିଏ ପରେ ଗୋଟିଏ ସହରରେ କଟକଣା ଲାଗୁ କରାଯାଉଛି। ଏହିକ୍ରମରେ ପୁଣେରେ ସଂକ୍ରମଣ ବଢ଼ୁଥିବାରୁ ସ୍ଥାନୀୟ ପ୍ରଶାସନ ଆଜିଠାରୁ ନାଇଟ କର୍ଫ୍ୟୁ ଲାଗୁ କରିବାକୁ ଘୋଷଣା କରିଛି।

ସେହିପରି ଆସନ୍ତା ୩୧ ଯାଏ ପୁଣେରେ ଥିବା ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ। ନାଇଟ କର୍ଫ୍ୟୁର ଅବଧି ରାତି ୧୧ଟାରୁ ସକାଳ ୬ଟା ରହିଛି। କିନ୍ତୁ ପୁଣେରେ ଥିବା ହୋଟେଲ ଓ ବାର୍‌ ଗୁଡ଼ିକ ରାତି ୧୦ଟାରୁ ବନ୍ଦ ହେବ। ସେହିପରି ମଲ ଓ ଥିଏଟର ମଧ୍ୟ ରାତି ୧୦ଟା ପରେ ଖୋଲିବ ନାହିଁ। ପାର୍କ ଗୁଡ଼ିକ ସନ୍ଧ୍ୟା ସୁଦ୍ଧା ଏହାକୁ ବନ୍ଦ କରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଅକୋଲା ପ୍ରଶାସନ ଆଜି ରାତି ୮ଟାରୁ ସୋମବାର ସକାଳ ୮ଟା ଯାଏ ଲକଡାଉନ ଘୋଷଣା କରିଛି। ଏହି ସମୟରେ କେବଳ ଜରୁରୀ ସେବା ଓ ସାମଗ୍ରୀକୁ ଛାଡ଼ି ଦେଲେ ବାକି ସବୁ ବନ୍ଦ ରହିବ। ଗୁରୁବାର ନାଗରପୁରରେ ଆସନ୍ତା ୧୫ରୁ ୨୧ ଯାଏ ଲକଡାଉନ ଲାଗୁ କରିବାକୁ ଘୋଷଣା ହୋଇଥିଲା। ଔରଙ୍ଗାବାଦରେ ମଧ୍ୟ ଗତକାଲି ରାତି ୧୧ଟାରୁ ସକାଳ ୬ ଯାଏ ନାଇଟ କର୍ଫ୍ୟୁକୁ କାର୍ଯ୍ୟକାରୀ କରାଯାଇଛି।

ମହରାଷ୍ଟ୍ର ବ୍ୟତୀତ ପଞ୍ଜାବର ଲୁଧିଆନା ଓ ପଟିଆଲାରେ ନାଇଟ କର୍ଫ୍ୟୁ ଲାଗୁ ହେବ। ଆଜି ରାତି ୧୧ଟାରୁ ଭୋର ୫ଟା ଯାଏ କେବଳ ଜରୁରୀ ସେବାକୁ ଛାଡ଼ି ଦେଲେ ସାଧାରଣ ଲୋକ କିମ୍ବା ଦୋକାନ ବଜାର ଖୋଲି ପାରିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହା ବଳବତ୍ତର ରହିବ। ନାଇଟ କର୍ଫ୍ୟୁରୁ ପୁଲିସ୍‌ ଓ ଆର୍ମି କର୍ମଚାରୀ, ଜରୁରୀ ସେବାରେ ନିୟୋଜିତ କର୍ମଚାରୀ ଓ ସରକାରୀ କର୍ମଚାରୀଙ୍କୁ ବାଦ୍‌ ଦିଆଯାଇଛି।

The post ମାର୍ଚ୍ଚ ୩୧ ଯାଏ ସ୍କୁଲ ଓ କଲେଜ ବନ୍ଦ, ରାତି ୧୦ ପରେ ଖୋଲିବନି ମଲ୍ appeared first on Odisha Reporter.



from Odisha Reporter https://ift.tt/3lb5PcY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages