ବାଲିଗୁଡ଼ା(ଅଜିତ ଦାସ): କନ୍ଧମାଳି ଜିଲ୍ଲା କଳିଙ୍ଗା ଘାଟିରେ ଆଜି ସକାଳେ ଏକ ଖାଇବା ତେଲ ବୋଝେଇ ଟ୍ରକ୍ ଓଲଟିଲା । ଏହି ଦୁର୍ଘଟଣାରେ ହେଲପର ଗୁରୁତର ହୋଇପଡ଼ିଥିବା ବେଳେ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଥିବା ଜଣାଯାଇଛି।
ଆଜି ସକାଳେ ଗାଡ଼ିଟି କଳିଙ୍ଗା ଘାଟିର ଅନ୍ଧାରକୋଟ ବୁଲାଣି ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା। ଘଟଣାସ୍ଥଳରୁ ଗାଡି ଛାଡ଼ି ଡ୍ରାଇଭର ଫେରାର ହୋଇଗଲା। ଖବର ପାଇ ଟ୍ରକ୍ ତଳେ ଚାପି ହୋଇଯାଇଥିବା ହେଲପରକୁ ଉଦ୍ଧାର କରି ମେଡିକାଲ ପଠାଇଲା ପୁଲିସ୍। ଘଟଣାସ୍ଥଳରେ ଗାଡ଼ି ଓଲଟି ତେଲ ପ୍ୟାକେଟ ବିକ୍ଷିପ୍ତ ହୋଇ ପଡ଼ିଥିବା ବେଳେ ଲୋକେ ତାହାକୁ ବୋହି ନେଇଥିବା ଜଣାଯାଇଛି।
The post ଓଲଟିଲା ତେଲ ବୋଝେଇ ଟ୍ରକ୍ ; ବୋହି ନେଲେ ଲୋକ appeared first on Odisha Reporter.
from Odisha Reporter https://ift.tt/3qGYcw2
No comments:
Post a Comment