ଅନଲାଇନ୍‌ରେ ବଢ଼ୁଛି ଟ୍ରମ୍ପଙ୍କ ବୁଦ୍ଧ ଷ୍ଟାଚ୍ୟୁର ଚାହିଦା, ଦାମ କେତେ ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 11, 2021

ଅନଲାଇନ୍‌ରେ ବଢ଼ୁଛି ଟ୍ରମ୍ପଙ୍କ ବୁଦ୍ଧ ଷ୍ଟାଚ୍ୟୁର ଚାହିଦା, ଦାମ କେତେ ଜାଣନ୍ତୁ

ବେଜିଂ: ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୁଦ୍ଧ ଅବତାରର ଚାହିଦା ଏବେ ଅନଲାଇନ ପ୍ଲାଟଫର୍ମରେ ବଢ଼ିବାରେ ଲାଗିଛି। ସେ ବୁଦ୍ଧଙ୍କ ଭଳି ଧଳା କପଡ଼ା ପିନ୍ଧି ଧ୍ୟାନ ମୁଦ୍ରାରେ ବସିଥିବା ଷ୍ଟାଚ୍ୟୁ ବର୍ତ୍ତମାନ ଟ୍ରେଣ୍ଡିଂ କରିବା ଆରମ୍ଭ କରିଛି। ଏହି ଷ୍ଟାଚ୍ୟୁର ଦାମ ୧୧ ହଜାରରୁ ୪୪ ହଜାର ଟଙ୍କା ଯାଏ ରହିଛି। ‘ମେକ୍ ୟୋର କମ୍ପାନୀ ଗ୍ରେଟ୍ ଏଗେନ୍’ ଟ୍ୟାଗ୍ ଲାଇନ୍ ସହ ଏହି ଷ୍ଟାଚ୍ୟୁକୁ ବିକ୍ରି କରାଯାଉଛି।

ଏହି ଷ୍ଟାଚ୍ୟୁକୁ ଚାଇନାର ଜଣେ ଫର୍ଣ୍ଣିଚର ନିର୍ମାତା ତିଆରି କରିଛନ୍ତି। ଏହାକୁ ସେ ପଥର ଓ ଚୂନର ବ୍ୟବହାର କରି ତିଆରି କରିଛନ୍ତି। ବର୍ତ୍ତମାନ ଚାଇନାର ଇ-କର୍ମସ ପ୍ଲାଟଫର୍ମ ଟାଓବାଓରେ ଏହାକୁ ବିକ୍ରି କରାଯାଉଛି। ଏହି ଧ୍ୟାନରତ ପ୍ରତିମୂର୍ତ୍ତିକୁ ଟ୍ରମ୍ପଙ୍କ ବୁଦ୍ଧ ଷ୍ଟାଚ୍ୟୁ ବୋଲି କୁହାଯାଉଛି।

ଚାଇନାର ଅନ୍ଲାଇନ୍ ସପିଂ ପ୍ଲାଟଫର୍ମରେ ଏହାର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ପ୍ରତିମୂର୍ତ୍ତିରେ ଟ୍ରମ୍ପ ପୂରା ଧଳା ବେଶରେ ତଳକୁ ଚାହିଁ ଚକା ପକାଇ ଧ୍ୟାନ ମୁଦ୍ରାରେ ବସିଛନ୍ତି। ବୁଦ୍ଧିଜିମ ବିଷୟରେ ଟ୍ରମ୍ପ ସବୁଠାରୁ ଅଧିକ ଜାଣିଛନ୍ତି ବୋଲି ମଧ୍ୟ ମଧ୍ୟ ଇ-କର୍ମସ ପ୍ଲାଟଫର୍ମ ତାଚ୍ଛଲ୍ୟ କରି ଉଲ୍ଲେଖ କରାଯାଇଛି।

ଟ୍ରମ୍ପଙ୍କ ବୁଦ୍ଧ ଷ୍ଟାଚ୍ୟୁ ଦୁଇଟି ସାଇଜର ମିଳୁଛି। ସାଇଜ୍ ଅନୁସାରେ ଦାମ ମଧ୍ୟ ନିର୍ଦ୍ଧାରଣ କରାଯାଇଛି। ୩.୪ ସେମିର ଷ୍ଟାଚ୍ୟୁର ଦାମ ୩,୯୯୯ ୟୋନ ବା ୪୪,୭୦୭ ଟଙ୍କା। ସେହିପରି ୧.୬ ମିଟର ଷ୍ଟାଚ୍ୟୁର ଦାମ ୯୯୯ ୟୋନ ବା ୧୧,୧୬୮ ଟଙ୍କା ରହିଛି। ଆମେରିକା ରାଷ୍ଟ୍ରପତି ଥିବା ବେଳେ ଚାଇନା ସହ ଟ୍ରମ୍ପଙ୍କ ତିକ୍ତତା ବଢ଼ିଥିଲା। ଏବେ କିନ୍ତୁ ଚାଇନାର ଅନଲାଇନ୍ ଶପିଂ ସାଇଟରେ ଟ୍ରମ୍ପଙ୍କ ବୁଦ୍ଧ ମୂର୍ତ୍ତିର ଢେର୍ ଚାହିଦା ରହିଛି।

ଏଭଳି ମୂର୍ତ୍ତି ନିର୍ମାଣ ପଛର କାରଣ ସଂପର୍କରେ ଏହାର ନିର୍ମାତା କହିଛନ୍ତି, ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ଥିବା ବେଳେ ମେକ୍ ଆମେରିକା ଗ୍ରେଟ୍ ଏଗେନର ନାରା ଦେଉଥିଲେ। ସେହିପରି ସବୁ ପ୍ରସଙ୍ଗରେ ସେ ସମସ୍ତଙ୍କ ଠାରୁ ଅଧିକ ଜାଣିଛନ୍ତି ବୋଲି କହୁଥିଲେ। ତେଣୁ ଏହି ନାରାକୁ ଆଧାର କରି ଷ୍ଟାଚ୍ୟୁର ଟ୍ୟାଗ୍ ଲାଇନ୍ ଓ ବିଷୟବସ୍ତୁ ପ୍ରସ୍ତୁତ କରାଯାଇଛି।

ଲୋକମାନେ ଏହାକୁ କେବଳ ମଜା ମସ୍ତି ଓ ଘର ସଜାଇବା ପାଇଁ କିଣୁଛନ୍ତି ବୋଲି ସେ କହିଛନ୍ତି। ଏହି ବ୍ୟକ୍ତି ଜଣଙ୍କ ଟ୍ରମ୍ପଙ୍କର ୧୦୦ଟି ବୁଦ୍ଧ ଷ୍ଟାଚ୍ୟୁ ତିଆରି କରିଛନ୍ତି ଓ ଏହା ମଧ୍ୟରୁ ଇତି ମଧ୍ୟରେ ୧୨ରୁ ଅଧିକ ବିକ୍ରି ହୋଇସାରିଲାଣି।

The post ଅନଲାଇନ୍‌ରେ ବଢ଼ୁଛି ଟ୍ରମ୍ପଙ୍କ ବୁଦ୍ଧ ଷ୍ଟାଚ୍ୟୁର ଚାହିଦା, ଦାମ କେତେ ଜାଣନ୍ତୁ appeared first on Odisha Reporter.



from Odisha Reporter https://ift.tt/38sryIv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages