ୟୁସୁଫ ପଠାନଙ୍କୁ କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 27, 2021

ୟୁସୁଫ ପଠାନଙ୍କୁ କରୋନା

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ସଦସ୍ୟ ୟୁସୁଫ ପଠାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶନିବାର ସେ ଏହି ସୂଚନା ଦେଇଥିଲେ। ସେ ଟ୍ୱିଟ୍‌ କରି କହିଥିଲେ, ମୁଁ ଆଜି କୋଭିଡ୍‌-୧୮ ପଜିଟିଭ୍ ଚିହ୍ନଟ ହୋଇଛି। ମୋ ପାଖରେ ସାମାନ୍ୟ ଲକ୍ଷଣ ରହିଛି। ଏହା ସ୍ପଷ୍ଟ ହୋଇଯିବା ପରେ ମୁଁ ଘରେ ଆଇସୋଲେସନ୍‌ରେ ରହିଛି ଓ ଆବଶ୍ୟକ ସମସ୍ତ ସତର୍କତାମୂଳକ ପଦକ୍ଷେପ ଆପଣାଇଛି। ତା’ସହିତ ଆବଶ୍ୟକ ଔଷଧ ଗ୍ରହଣ କରୁଛି।’

ଏହା ସହିତ ୟୁସୁଫ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ଯଥାଶୀଘ୍ର କରୋନା ଟେଷ୍ଟ୍ କରାଇ ନେବା ପାଇଁ ପରାମର୍ଶ ଦେଇଛନ୍ତି।

ୟୁସୁଫ ପଠାନଙ୍କ ପୂର୍ବରୁ ଗତକାଲି ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏନେଇ ସେ ଗତକାଲି ସକାଳେ ଟ୍ୱିଟ୍ କରି କହିଥିଲେ। ତେବେ ତାଙ୍କ ଘରେ ଅନ୍ୟ ସମସ୍ତ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ୍ ଆସିଛି।

ସୂଚନାଯୋଗ୍ୟ, ଉଭୟ ସଚିନ୍ ଓ ୟୁସୁଫ ନିକଟରେ ରାୟପୁରରେ ଶେଷ ହୋଇଥିବା ରୋଡ୍ ସେଫ୍‌ଟି ୱାଲ୍ଡ ସିରିଜ୍ ଚ୍ୟାଲେଞ୍ଜ ଭେଟେରାନ୍‌ସ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ। ଏଥିରେ ଶ୍ରୀଲଙ୍କା ଲିଜେଣ୍ଡସକୁ ହରାଇ ଇଣ୍ଡିଆ ଲିଜେଣ୍ଡ୍ସ ଚାମ୍ପିଅନ ହୋଇଥିଲା। ଇଣ୍ଡିଆ ଲିଜେଣ୍ଡ୍ସର ନେତୃତ୍ୱ ସଚିନ ତେନ୍ଦୁଲକର ନେଇଥିଲେ। ଟୁର୍ଣ୍ଣାମେଣ୍ଟରେ ସଚିନଙ୍କ ବ୍ୟାଟରୁ ମଧ୍ୟ ରନ୍‌ ବର୍ଷା ହୋଇଥିଲା।

୨୪ ଘଣ୍ଟାରେ ୬୨ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ଦେଶରେ ଗତ ୨୪ ଘଣ୍ଟାରେ ପୁଣି ୬୨, ୭୧୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଏହି ସମୟ ମଧ୍ୟରେ ଆଉ ୩୧୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୧ ହଜାର ୫୫୨କୁ ବୃଦ୍ଧି ପାଇଛି।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସଂଖ୍ୟା ୧ କୋଟି ୧୯ ଲକ୍ଷ ୭୧ ହଜାର ୬୨୪କୁ ବୃଦ୍ଧି ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧,୧୩,୨୩,୭୬୨ ସୁସ୍ଥ ହୋଇସାରିଛନ୍ତି। ୪,୮୬,୩୧୦ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ଏଯାବତ୍ ଦେଶରେ ୬ କୋଟି ୨ ଲକ୍ଷ ୬୯ ହଜାର ୭୮୨ ଲୋକ ଟିକା ନେଇ ସାରିଲେଣି।

The post ୟୁସୁଫ ପଠାନଙ୍କୁ କରୋନା appeared first on Odisha Reporter.



from Odisha Reporter https://ift.tt/3tYC3LU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages