ଶ୍ରୀମନ୍ଦିରରେ ଅଘଟଣ; ସେବାୟତଙ୍କ ଉପରେ ଖସିଲା ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 27, 2021

ଶ୍ରୀମନ୍ଦିରରେ ଅଘଟଣ; ସେବାୟତଙ୍କ ଉପରେ ଖସିଲା ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି

ପୁରୀ(ଓଡ଼ିଶା ରିପୋର୍ଟର):ପୁରୀ ଶ୍ରୀମନ୍ଦିରରେ ଆଜି ସକାଳୁ ସକାଳୁ ଏକ ଅଘଟଣ ଘଟିଯାଇଛି। ପଶ୍ଚିମ ଦ୍ୱାରରେ ଥିବା ଉଗ୍ର ନୃସିଂହଙ୍କ କୋଳରେ ଶୋଭା ପାଉଥିବା ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ଖସି ପଡ଼ି  ଜଣେ ସେବାୟତ ଆହତ ହୋଇଛନ୍ତି । ଆହତ ସେବାୟତ ହେଉଛନ୍ତି କୁନୁ ମହାପାତ୍ର।  ପଥର ଖସି ପଡ଼ିବାରୁ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଜଣାଯାଇଛି।

ଏନେଇ ସେବାୟତ କୁନୁ ମହାପାତ୍ର କହିଛନ୍ତି, ସକାଳୁ ଗାଧୋଇ ମନ୍ଦିରକୁ ଯାଇଥିଲି। ସେଠାରେ  ମହାପ୍ରଭୁଙ୍କୁ ଲୁଗା ପିନ୍ଧେଇ ଦେଉଥିବା ବେଳେ ହଠାତ୍‌  ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ଖସି ମୋ ଗୋଡ଼ ଉପରେ ପଡ଼ିଗଲା। ଏକ୍ସରେରୁ ଗୋଡ଼ ଭାଙ୍ଗିଯାଇଥିବା ଜଣାଯାଇଛି। ପୁରୀରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିଥିବା ବେଳେ ଭୁବନେଶ୍ୱର ରେଫର କରିଦେଇଛନ୍ତି।

The post ଶ୍ରୀମନ୍ଦିରରେ ଅଘଟଣ; ସେବାୟତଙ୍କ ଉପରେ ଖସିଲା ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି appeared first on Odisha Reporter.



from Odisha Reporter https://ift.tt/3tX1z4f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages