ବଢ଼ୁଛି କରୋନା କୋପ; ଆଜିଠୁ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଦିଆଯିବ ଟିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 31, 2021

ବଢ଼ୁଛି କରୋନା କୋପ; ଆଜିଠୁ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକାକରଣ କରାଯିବ । ଆଜିଠୁ ୨ ଦିନ ଛୁଟି ଥିଲେ ମଧ୍ୟ କୋଭିଡ ସଂକ୍ରମଣ ବଢ଼ୁଥିବାରୁ ଟିକାକରଣ ଚାଲିବ । ଅଧିକ ସଂକ୍ରମଣ ହେଉଥିବା ଜିଲ୍ଲାକୁ ଦିଆଯିବ ପ୍ରାଥମିକତା ।

ବଲାଙ୍ଗିର, ନୂଆପଡା, ସୁନ୍ଦରଗଡ, କଳାହାଣ୍ଡି, ଅନୁଗୁଳ, କେନ୍ଦୁଝର, ବରଗଡ଼, ନବରଙ୍ଗପୁର, ମୟୂରଭଞ୍ଜରେ ସଂକ୍ରମଣ ବଢ଼ୁଥିବାରୁ ଏହି ଜିଲ୍ଲାଗୁଡିକୁ ପ୍ରାଧାନ୍ୟ ଦିଆଯିବ । ମାଛ, ମାଂସ ବିକ୍ରେତା, ସେଲୁନ, ଷ୍ଟ୍ରିଟ୍ ଭେଣ୍ଡର, ଅଟୋ ଓ ବସ ଡ୍ରାଇଭର, ସ୍କୁଲ ଓ କଲେଜ ଶିକ୍ଷକ, ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ଭଳି ସମ୍ବେଦନଶୀଳ ବର୍ଗର ବ୍ୟକ୍ତିଙ୍କୁ ପ୍ରାଧାନ୍ୟ ଦିଆଯିବ ।

ଦୁଇ ସପ୍ତାହ ମଧ୍ୟରେ ଏହି ବର୍ଗର ବ୍ୟକ୍ତିଙ୍କ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଟିକାକରଣ କେନ୍ଦ୍ର ବଢାଇବା ସହ ଟିକାକରଣ କର୍ମୀଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

ସୂଚନାଯୋଗ୍ୟ, ଗତକାଲି ରାଜ୍ୟରେ ୨୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୭୪ ଓ ଲୋକାଲ କେସ୍‌ ହେଉଛି ୧୨୩। ଗତକାଲି କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ ୫୭ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୩୩,  ନୂଆପଡ଼ାରୁ ୩୧ ଚିହ୍ନଟ ହୋଇଥିଲେ।

କରୋନାକୁ ଦୃଷ୍ଟିରେ ରଖି  ଏପ୍ରିଲ୍ ମାସ ପାଇଁ ଗାଇଡ୍‌ଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ଏହି ଗାଇଡ୍‌ଲାଇନ୍‌ ଏପ୍ରିଲ୍‌ ୧ରୁ ୩୦ ତାରିଖ ଯାଏଁ ଲାଗୁ ହେବ। ଏହି ଗାଇଡଲାଇନ ଅନୁଯାୟୀ, ସତର୍କତାର ସହ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।  ଜିଲ୍ଲାପାଳ, ମ୍ୟୁନିସିପାଲିଟି କମିଶନଙ୍କୁ କଣ୍ଟେନମେଣ୍ଟ କରିପାରିବାକୁ କ୍ଷମତା ଦିଆଯାଇଛି। ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯିବା ସହ  କଣ୍ଟେନମେଣ୍ଟ ଜୋନ୍‌ରୁ କେହି ବାହାରି ପାରିବେନି, ଘରକୁ ଘର ସର୍ଭେ ହେବ ବୋଲି କୁହାଯାଇଛି।  

ଏଥିସହ ଯଥା ସମ୍ଭବ ଅଧିକ RTPCR ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ  ମାସ୍କ, ସାନିଟାଇଜର ବ୍ୟବହାର କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ କରାଯାଇଛି। ସାମାଜିକ, ରାଜନୈତିକ ଓ ଧାର୍ମିକ ସମାବେଶରେ ସର୍ବାଧିକ ୨ଶହ ଲୋକଙ୍କୁ ଅନୁମତି ମିଳିଛି।

ଇଣ୍ଡୋର ହଲ୍‌ରେ ୫୦% ସିଟ୍‌ରେ ଲୋକଙ୍କ ବସିବା ନିମନ୍ତେ  ଅନୁମତି ଦିଆଯିବା ସହ ସର୍ବାଧିକ ୨ଶହ ଲୋକଙ୍କୁ ନେଇ  ସଭା କରାଯାଇ ପାରିବ ବୋଲି କୁହାଯାଇଛି।  ସଭାରେ ମାସ୍କ ଓ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯିବା ସହ  ଖୋଲା ଜାଗାରେ ଆକାର ଦେଖି ସଂଖ୍ୟା ନିର୍ଦ୍ଧାରଣ କରିବାକୁ ପ୍ରଶାସନକୁ କୁହାଯାଇଛି।

The post ବଢ଼ୁଛି କରୋନା କୋପ; ଆଜିଠୁ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଦିଆଯିବ ଟିକା appeared first on Odisha Reporter.



from Odisha Reporter https://ift.tt/3cCmzaG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages