୪୫ ନିୟୁତ ମେଡ୍‌ ଇନ୍‌ ଇଣ୍ଡିଆ ଟିକା ପାଇବ ପାକିସ୍ତାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 9, 2021

୪୫ ନିୟୁତ ମେଡ୍‌ ଇନ୍‌ ଇଣ୍ଡିଆ ଟିକା ପାଇବ ପାକିସ୍ତାନ

ଇସଲାମାବାଦ: ଭାରତରେ ନିର୍ମିତ ୪୫ ନିୟୁତ କରୋନା ଟିକାର ଡୋଜ୍‌ ପାଇବ ପାକିସ୍ତାନ। ୟୁନାଇଟେଡ୍‌ ଜିଏଭିଆ ଆଲିଆନ୍ସ ଅଧୀନରେ ପାକିସ୍ତାନ ପାଖରେ ଏହି ଟିକା ପହଞ୍ଚିବ। ଏ ସମ୍ପର୍କରେ ନ୍ୟାଶନାଲ ହେଲଥ ମିଶନ, ରେଗୁଲେସନ ଓ କୋର୍ଡିନେସନର ଫେଡରାଲ ସେକ୍ରେଟାରୀ ଅମରୀ ଅଶ୍ରଫ ଖ୍ୱାଜା ପାକିସ୍ତାନର ପିଏସିକୁ ଅବଗତ କରାଇଛନ୍ତି।

ଜିଏଭିଆ ହେଉଛି ବିଶ୍ୱର ଏମିତି ଏକ ସଂସ୍ଥା ଯିଏ ଛୋଟ ପିଲାଙ୍କୁ ମାରାତ୍ମକ ଓ ସଂକ୍ରମିତ ରୋଗରୁ ରକ୍ଷା କରିବା ପାଇଁ ନିୟମିତ କାର୍ଯ୍ୟ କରି ଆସୁଛି। ଏହି ସଂସ୍ଥା ମହାମାରୀ ସମୟରେ ମଧ୍ୟ ପାକିସ୍ତାନକୁ ଟିକା ଦେଇ ରକ୍ଷା କରି ଆସିଛି। ୨୦୨୦ ସେପ୍ଟେମ୍ବର ମାସରେ ପାକିସ୍ତାନକୁ କରୋନା ଟିକା ଯୋଗାଇ ଦେବ ବୋଲି ଜିଏଭିଆ ଚୁକ୍ତି କରିଥିଲା।

ଖ୍ୱାଜା କହିଛନ୍ତି, ଜିଏଭିଆ ସହ ହୋଇଥିବା ଚୁକ୍ତି ଅନୁସାରେ ଆମକୁ ୪୫ ନିୟୁତ ଟିକା ମିଳିବ। ଏହା ମଧ୍ୟରୁ ଚଳିତ ବର୍ଷ ଜୁନ ସୁଦ୍ଧା ପାକିସ୍ତାନ ପାଖରେ ୧୬ ନିୟୁତ ଟିକା ପହଞ୍ଚି ସାରିଥିବ। ଏହି ସମୟରେ ସାଂସଦ ମୁଶାହିଦ ହୁସେନ ସୟିଦ ପଚାରିଥିଲେ ଯେ କ’ଣ ପାକିସ୍ତାନକୁ ମିଳିବାକୁ ଥିବା ଟିକା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଉତ୍ପାଦିତ ହୋଇଛି?

ଏହାର ଉତ୍ତରରେ ଖ୍ୱାଜା କହିଛନ୍ତି ଯେ ହଁ ଏହା ଭାରତରେ ଉତ୍ପାଦିତ ହୋଇଥିବା ଟିକା ଯାହା ପାକିସ୍ତାନୀମାନଙ୍କୁ ଦିଆଯିବ। ଜିଏଭିଆ ଆଲିଆନ୍ସ ବିକାଶଶୀଳ ଓ ଗରିବ ରାଷ୍ଟ୍ରମାନଙ୍କୁ ଟିକା ଯୋଗାଇ ଦେବା ପାଇଁ କରିଥିବା ଯୋଜନା ଅଧୀନରେ ପାକିସ୍ତାନକୁ ଏହି ଟିକା ମିଳିବ।

The post ୪୫ ନିୟୁତ ମେଡ୍‌ ଇନ୍‌ ଇଣ୍ଡିଆ ଟିକା ପାଇବ ପାକିସ୍ତାନ appeared first on Odisha Reporter.



from Odisha Reporter https://ift.tt/3l3urEt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages