ଟିକା ନେବା ଆଗରୁ ମନ୍ତ୍ର ପଢ଼ିଲେ ଅନୁପମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 9, 2021

ଟିକା ନେବା ଆଗରୁ ମନ୍ତ୍ର ପଢ଼ିଲେ ଅନୁପମ

ମୁମ୍ବାଇ: ଦେଶରେ ଏବେ ଚାଲିଛି କରୋନା ଟିକାକରଣ। ୬୦ ବଷୟରୁ ଉର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଟିକା ଦିଆଯାଉଛି। ଏହିକ୍ରମରେ ଅନେକ ବଲିଉଡ ଷ୍ଟାରମାନେ ଟିକା ନେଇସାରିଲେଣି। ନିକଟରେ ବଲିଉଡର ଭେଟେରାନ ଅଭିନେତା ଅନୁପମ ଖେର ମଧ୍ୟ କରୋନା ଭ୍ୟାକସିନ ନେଇଛନ୍ତି। ତେବେ ଟିକା ନେବା ପୂର୍ବରୁ ଅନୁମପ ଖେର ମନ୍ତ୍ର ଜପ କରିଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମଙ୍ଗଳବାର ଅଭିନେତା ଅନୁପମ ଖେର ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ କରୋନା ଭ୍ୟାକ୍ସିନ୍ ନେଇଥିଲେ । ତେବେ ଟିକା ଲଗାଇବା  ପୂର୍ବରୁ ସେ ‘ଓଁ ନମ ଶିବାୟ’ ମନ୍ତ୍ର ଜପ କରିଥିଲେ। ଏହାର ଭିଡିଓକୁ ସେ ନିଜେ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ସେଆର କରିଛନ୍ତି। ଯାହାକୁ ତାଙ୍କ ପ୍ରଶଂସକମାନ ବେଶ ପସନ୍ଦ ମଧ୍ୟ କରିଛନ୍ତି।

ଏହି ଭିଡିଓକୁ ସେଆର କରି ଅନୁପମ କହିଛନ୍ତି, ‘ମୁଁ କୋଭିଡ ୧୯ ର ପ୍ରଥମ ଡୋଜ୍ ନେଇଛି ।  ମୁଁ ସମସ୍ତ ଡାକ୍ତର, ନର୍ସ, ଡାକ୍ତରୀ କର୍ମଚାରୀ ଏବଂ ଭାରତ ସରକାରଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେଉଁମାନେ ଏହାକୁ ସମ୍ଭବ କରିଛନ୍ତି ।’

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଖେରଙ୍କ ମା ଦୁଲାରୀ, ତାଙ୍କ ଭାଇ ରାଜୁ ଏବଂ ତାଙ୍କ ପରିବାର କୋଭିଡ -୧୯ ରେ ସଂକ୍ରମିତ ହୋଇଥିଲେ । ଅନୁପମ ଖେରଙ୍କ ପୂର୍ବରୁ ହେମା ମାଲିନୀ, ଜାନି ଲିଭର, ସତୀଶ ଶାହା, କମଲ ହାସନ ଏବଂ ସୈଫ ଅଲି ଖାନଙ୍କ ଭଳି ଷ୍ଟାରମାନେ ମଧ୍ୟ କରୋନା ଟିକା ନେଇସାରିଛନ୍ତି ।

The post ଟିକା ନେବା ଆଗରୁ ମନ୍ତ୍ର ପଢ଼ିଲେ ଅନୁପମ appeared first on Odisha Reporter.



from Odisha Reporter https://ift.tt/3epVvg3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages