ନୂଆଦିଲ୍ଲୀ: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ନାଁରେ ପରମବୀର ସିଂହ ବଟି ଆଦାୟ ଅଭିଯୋଗ ଆଣିବା ପରେ ରାଜନୀତି ସରଗରମ ହୋଇଛି। ଶାସକ ଦଳ ବ୍ୟାକଫୁଟରେ ଥିବା ବେଳେ ବିରୋଧୀ ଏବେ ଫ୍ରଣ୍ଟଫୁଟରେ ରହି ଉଭୟ ପରମବୀର ଏବଂ ସରକାରଙ୍କୁ ଘେରିଛି। ଯଦି ଗୃହମନ୍ତ୍ରୀ ୧୦୦ କୋଟି ଟଙ୍କା ମାସିକ ଚାନ୍ଦା ମାଗୁଛି ତାହେଲେ ଅନ୍ୟ ମନ୍ତ୍ରୀମାନେ କେତେ ଲେଖାଏଁ ଟାର୍ଗେଟ ଦେଉଛନ୍ତି ବୋଲି କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ପ୍ରଶ୍ନ କରିଛନ୍ତି।
ସବୁଠୁ ବଡ଼ ପ୍ରଶ୍ନ ପରମବୀର ଅନୀଲ ଦେଶମୁଖ ଯେଉଁ ବଟି ଆଦାୟ ପାଇଁ ଚାପ ପକାଉଥିଲେ ସେ ବାବଦରେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ଅବଗତ ଥିଲେ। ଯାହାକି ପରମବୀରଙ୍କ ଚିଠିରୁ ଜଣାପଡ଼ିଛି। ସେ ସମସ୍ତ କଥା ମଝିରେ ମଝିରେ ଶରଦ ପାଓ୍ୱାରଙ୍କୁ ଅବଗତ କରାଇଥିଲେ। ଯଦି ପାଓ୍ୱାର ଜାଣିଥିଲେ ତାହେଲେ ଏ ସରକାରରେ ସାମିଲ ଥିବା ଅନ୍ୟ ମନ୍ତ୍ରୀ ମାନେ କେତେ ଟଙ୍କା ଚାନ୍ଦା ଆଦାୟ କରୁଥିଲେ ବୋଲି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଶରଦ ପାଓ୍ୱାରଙ୍କୁ ପ୍ରଶ୍ନ କରିଛନ୍ତି।
ଜଣେ ନିଲମ୍ୱିତ ପୁଲିସ ଅଧିକାରୀକୁ ସରକାର କେଉଁ ଉଦ୍ଦେଶ୍ୟରେ ଆଉ କେଉଁ ଚାପରେ ପୁନଃ ଅବସ୍ଥାପିତ କରିଥିଲେ ସେ ବାବଦରେ ସ୍ପଷ୍ଟୀକରଣ ରଖିବା ଦରକାର। ସଚିନ ବାଜେ ଗିରଫ ହେବା ଏବଂ ବିଭିନ୍ନ ପ୍ରସଙ୍ଗରେ ସଚିନ ବାଜେର ଅନେକ ଅପରାଧିକ ତଥ୍ୟ ସାମ୍ନାକୁ ଆସିବା ପରେ ଶିବସେନା କାହିଁକି ସଚିନ ପାଇଁ ଓକିଲାତି କରୁଛି ବୋଲି ରବିଶଙ୍କର ପ୍ରସାଦ ପ୍ରଶ୍ନ କରିଛନ୍ତି। ସଚିନ ପେଟରେ ଏମିତି କଣ ଅଛି ଯେଉଁଥିପାଇଁ ବିରୋଧୀ ପ୍ରଶ୍ନ କଲେ ଶିବସେନା ପିଠି ଦେଖାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି।
ମହାରାଷ୍ଟ୍ରରେ ଯାହା ହେଉଛି ତାହା ଅପରାଧ ନୁହେଁ ବରଂ ଲୁଟ ଚାଲିଛି। ଆଉ ଏହି ଲୁଟରେ ସାମିଲ୍ ହୋଇଛନ୍ତି ଖୋଦ୍ ମନ୍ତ୍ରୀ ଏବଂ ସରକାରୀ ଅଧିକାରୀ ବୋଲି ରବିଶଙ୍କର ପ୍ରସାଦ କହିଛନ୍ତି। ଏଥିସହ ଅନୀଲ ଦେଶମୁଖ ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେବା ଦରକାର ବୋଲି ବିଜେପି ଦାବି କରିଛି।
ସୂଚନାଯୋଗ୍ୟ, ଅନୀଲ ଦେଶମୁଖଙ୍କ ବାବଦରେ ପରମବୀର ଅଭିଯୋଗ ଆଣିବା ପରେ ସ୍ପଷ୍ଟୀକରଣ ରଖିଛନ୍ତି ଅନୀଲ ଦେଶମୁଖ। ତାଙ୍କ ବିରୋଧରେ ଅଭିଯୋଗ ଭିତ୍ତିହୀନ, ସଚିନ ବାଜେ ମାମଲାରେ ଫସିଥିବାରୁ ଏଭଳି ଦୋଷ ଦେଇ ଖସିଯିବାକୁ ପରମବୀର ଚେଷ୍ଟା କରୁଛନ୍ତି ବୋଲି ଦେଶମୁଖ କହିଛନ୍ତି।
The post ‘ଅନୀଲଙ୍କ ଟାର୍ଗେଟ୍ ୧୦୦ କୋଟି, ଅନ୍ୟ ମନ୍ତ୍ରୀଙ୍କର କେତେ’ appeared first on Odisha Reporter.
from Odisha Reporter https://ift.tt/313Z6so
No comments:
Post a Comment