ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) ହଁ ନାହିଁ ମଧ୍ୟରେ ଫିଟିଲା ବାଟ । ଚଳିତ ଥର ହେବ ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା। ବାଦ ବିବାଦର ସମାଧାନ ପରେ ଏନେଇ ରାସ୍ତା ଫିଟିଛି । ବିଏମ୍ସିର ଅନୁମତି ପରେ ଏନେଇ ସହମତି ପ୍ରକାଶ କରିଛନ୍ତି ଯାତ୍ରା ମୁଖ୍ୟ ପରିଚାଳକ ଦେଶୀ ବେହେରା ।
ଆସନ୍ତାକାଲି ମଧ୍ୟରାତ୍ରିରେ ଶୁଭ ଖୁଣ୍ଟି ସ୍ଥାପନା ହେବ। ଏହାପରେ ଯାହା ରୀତିନୀତି ଓ କୋଭିଡ୍ କଟକଣାକୁ ମାନି ଯାତ୍ରା କରାଯିବ। ବୈଠକ ପରେ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ସୂଚନା ଦେଇଛନ୍ତି। କରୋନା କଟକଣାକୁ ମାନି ଯାହା ନିୟମ ରହିଛି ସେହି ଅନୁସାରେ ଯାତ୍ରା ୭ ଦିନ ପାଇଁ ହେବ । ଏହାପରେ ପରିସ୍ଥିତିକୁ ଦେଖି ଏହାର ଅବଧି ବୃଦ୍ଧି ହେବ କି ନାହିଁ ତାହା ନିଷ୍ପତ୍ତି ହେବ ବୋଲି କମିଶନର୍ କହିଛନ୍ତି।
ବ୍ରହ୍ମପୁରରେ ଠାକୁରାଣୀ ଯାତ୍ରାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ଦୁଇ ଦିନ ପୂର୍ବରୁ ଶୁଭ ଖୁଣ୍ଟି ଉଠିବା ଦିନ ଯାତ୍ରାକୁ ନେଇ ଅରାଜି ହୋଇଥିଲେ ପରିଚାଳକ। ପରେ ପ୍ରଶାସନ ଯାତ୍ରା କରିବାକୁ ଅନୁମତି ଦେଇଥିଲା।
The post ହଁ ନାହିଁ ମଧ୍ୟରେ ଫିଟିଲା ବାଟ: ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ହେବ appeared first on Odisha Reporter.
from Odisha Reporter https://ift.tt/3lBtZxD
No comments:
Post a Comment