ପୁଲିସ ବିଭାଗରେ ବଡ଼ ଧରଣର ଅଦଳ ବଦଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 23, 2021

ପୁଲିସ ବିଭାଗରେ ବଡ଼ ଧରଣର ଅଦଳ ବଦଳ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଟ୍ରାନ୍ସଫର-ପୋଷ୍ଟିଂ ରାକେଟ ଅଭିଯୋଗ ସାମ୍ନାକୁ ଆସିବା ପରେ ମଙ୍ଗଳବାର ପୁଲିସ ବିଭାଗରେ ବଡ଼ ଧରଣର ବଦଳି ହୋଇଛି। ଯେଉଁଥିରେ ସଚିନ ବାଜେର ତଦନ୍ତ ଟିମରେ ସାମିଲ ଥିବା ରିଆଜୁଦ୍ଦିନ କାଜି ମଧ୍ୟ ରହିଛନ୍ତି। ମଙ୍ଗଳବାର ଏନଆଇଏ ଏହି ପୁଲିସ ଅଫିସରଙ୍କୁ ଜେରା କରିଛି। ରିୟାଜୁଦ୍ଦିନ କାଜି ଥାନେ ସ୍ଥିତ ସଚିନ ବାଜେଙ୍କ ଘରର ସମସ୍ତ ସିସିଟିଭି ଫୁଟେଜକୁ ନିଜ ନିୟନ୍ତ୍ରଣକୁ ନେଇ ଡିଲିଟ୍ କରି ଦେଇଥିବା ଜଣାପଡ଼ିଛି। ପାଖାପାଖି ଘଣ୍ଟାଏ ଧରି ଏନଆଇଏ ଏହି ପୁଲିସ ଅଧିକାରୀଙ୍କୁ ଜେରା କରିଥିଲା।

ମୁମ୍ୱାଇ କ୍ରାଇମବ୍ରାଞ୍ଚର ନେତୃତ୍ୱ ସଚିନ ବାଜେ ନେଉଥିଲା। ଏବେ ସଚିନ ବାଜେ ବିଭିନ୍ନ ଅପରାଧିକ ମାମଲାରେ ଛନ୍ଦି ହୋଇଯିବା ପରେ ଏହି ବିଭାଗର ପ୍ରାୟତଃ ପୁଲିସ ଅଫିସରଙ୍କୁ ବଦଳି କରିଛନ୍ତି ସରକାର। ୮୦ରୁ ଅଧିକ ପୁଲିସ ଅଧିକାରୀଙ୍କର ବଦଳି ହୋଇଛି। ଯେଉଁଥିରେ ୬୫ ଜଣ କ୍ରାଇମବ୍ରାଞ୍ଚରେ ଥିଲେ। ବଦଳି ହୋଇଥିବା ପୁଲିସ ଅଧିକାରୀ ହେଲେ ପୁଲିସ ଇନସପେକ୍ଟର, ପୁଲିସ ସବ ଇନସପେକ୍ଟର ଏବଂ ଆସିଷ୍ଟାଣ୍ଟ ପୁଲିସ ଇନସପେକ୍ଟର। ସଚିନ ବାଜେ ଆସିଷ୍ଟାଣ୍ଟ ପୁଲିସ ଇନସପେକ୍ଟର ଥିଲା। ହେଲେ ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ପୁଲିସ କମିଶନର ପରମବୀର ସିଂହଙ୍କ ସହ ଭଲ ସମ୍ପର୍କ ଥିବାରୁ ଏପିଆଇ ହୋଇଥିଲେ ମଧ୍ୟ କ୍ରାଇମବ୍ରାଞ୍ଚର ନେତୃତ୍ୱ ନେଉଥିଲା ସେ।

ଅନ୍ୟପଟେ କେନ୍ଦ୍ର ଗୃହ ସଚିବଙ୍କ ହାତରେ ମହାରାଷ୍ଟ୍ର ଟ୍ରାନ୍ସଫର-ପୋଷ୍ଟିଂ ରାକେଟର ତଥ୍ୟ। ଦିଲ୍ଲୀରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ଗୃହ ସଚିବଙ୍କୁ ଭେଟି ସମସ୍ତ ତଥ୍ୟ ଦେଇଛନ୍ତି। ଏଥିସହ ଏହି ମାମଲା ବାବଦରେ ସୂଚନା ଦେଇଛନ୍ତି ଫଡନାଭିସ। ଫଡନାଭିସ୍ କହିଛନ୍ତି ଯେ, ‘ମୁଁ ଗୃହ ସଚିବଙ୍କୁ ସମସ୍ତ ପ୍ରମାଣ ଦେଇଛି, ତଥ୍ୟ ବାବଦରେ ସଂକ୍ଷିପ୍ତ ସୂଚନା ଦେଇଛି। ସିବିଆଇ ତଦନ୍ତ ଦାବି କରିଛି। ଗୃହ ସଚିବ ମୋତେ କହିଛନ୍ତି ସେମାନେ ପେନ ଡ୍ରାଇଭ ଦେଖିବା ସହିତ ଏହା ସହିତ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ନଜର ରଖିବେ। ଆଉ ସରକାର ଆବଶ୍ୟକ ପଦକ୍ଷେପ ନେବେ’।

ସୂଚନାଯୋଗ୍ୟ, ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖିଥିଲେ। ଯେଉଁଥିରେ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ସଚିନ ବେଜେଙ୍କ ଜରିଆରେ ୧୦୦ କୋଟି ଟଙ୍କା ଆଦାୟ କରୁଥିବା ଅଭିଯୋଗ କରିଥିଲେ ପରମବୀର। ହେଲେ ଦେଶମୁଖ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି। ଏହାପରେ ପରମବୀର ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଆଜି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ।

The post ପୁଲିସ ବିଭାଗରେ ବଡ଼ ଧରଣର ଅଦଳ ବଦଳ appeared first on Odisha Reporter.



from Odisha Reporter https://ift.tt/3lMu5T3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages