ଅଧିକ ପିଆଜ ଖାଉଛନ୍ତି କି? ଜାଣନ୍ତୁ ଏହାର ସାଇଡ ଇଫେକ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 23, 2021

ଅଧିକ ପିଆଜ ଖାଉଛନ୍ତି କି? ଜାଣନ୍ତୁ ଏହାର ସାଇଡ ଇଫେକ୍ଟ

ଘରେ ଘରେ ରହିଛି ପିଆଜର ଢ଼େର ଚାହିଦା। ବିନା ପିଆଜରେ ରୋଷେଇ ପାଇଁ ହାତ ଯାଏନି। ବିଭିନ୍ନ ବ୍ୟଞ୍ଜନର ସ୍ୱାଦ ବଢ଼ାଇ ଦେଇଥାଏ ପିଆଜ। ଖରାଦିନେ ଲୋକେ ଏହାକୁ କଞ୍ଚାରେ ଖାଇବା ପାଇଁ ବେଶ୍‌ ଭଲ ପଆନ୍ତି। କେବଳ ସେତିକି ନୁହେଁ ଅନେକ ଲୋକେ ଏହାକୁ ସାଲାଡ ରୂପେ ମଧ୍ୟ ବ୍ୟବହାର କରନ୍ତି। ଆଉ କିଏ କିଏ ଏହାକୁ ରୋଷେଇ କରି ଖାଇବାକୁ ପସନ୍ଦ କରନ୍ତି। ଦେଶରେ ପ୍ରତିଦିନ କୋଟି କୋଟି ଲୋକେ ପିଆଜର ବହୁଳ ବ୍ୟବହାର କରନ୍ତି। ତେବେ ପିଆଜିର ଯେତିକି ଭଲ ଗୁଣ ରହିଛି ସେତିକି ଖରାପ ଗୁଣ ମଧ୍ୟ ଅଛି। ଅଧିକ ପିଆଜ ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ବିପଦ ଡାକି ଆଣିପାରେ। ତେବେ ଅଧିକ ପିଆଜ ଖାଇଲେ କ’ଣ ସବୁ ସାଇଡ ଇଫେକ୍ଟ ବାହାରେ ଆସନ୍ତୁ ଜାଣିବା

– ପିଆଜରେ ଅଧିକ ମାତ୍ରାରେ ଫାଇଭର ରହିଛି। ଆବଶ୍ୟକତାଠାରୁ ଅଧିକ ଫାଇଭର ଆମ ଶରୀରର ପାଇଁ କ୍ଷତିକାରକ ହୋଇପାରେ। ଏହା ଆମ ପାଚନ ଶକ୍ତିକୁ ପ୍ରଭାବିତ କରିପାରେ। ଫଳରେ ଖାଦ୍ୟ ହଜମ ହୋଇପାରେ ନାହିଁ ଏବଂ ପେଟ ଜନିତ ସମସ୍ୟା ଉପୁଜେ। ଅଧିକ ଫାଇବର ଖାଇବା ଦ୍ୱାରା ପେଟରେ ଯନ୍ତ୍ରଣା ମଧ୍ୟ ହୋଇପାରେ।

ଅଧିକାଂଶ ଲୋକ କଞ୍ଚା ପିଆଜ ଖାଇବା ପାଇଁ ପସନ୍ଦ କରନ୍ତି। ଏହାକୁ ସାଲାଡ ରୂପେ ବ୍ୟବହାର କରନ୍ତି। କିନ୍ତୁ ଏଭଳି ଖାଇବା ଦ୍ୱାରା ପିଆଜକୁ ହଜମ କରିବା କଷ୍ଟକର ହୁଏ। ଫଳରେ ଆସିଡିଟି ଏବଂ ଛାତି ଜଳାପୋଡା ଭଳି ସମସ୍ୟା ସୃଷ୍ଟି ହୋଇପାରେ। ତେଣୁ ଆସିଡିଟି ଗ୍ୟାସ ସମସ୍ୟା ଥିବା ଲୋକେ କଞ୍ଚା ପିଆଜ କମ୍‌ ମାତ୍ରାରେ ଖାଇବା ଉଚିତ।

-ପିଆଜ ଭିତରେ ପ୍ରାକୃତିକ ଫ୍ରୁକ୍ଟୋସ ଅଧିକ ମାତ୍ରାରେ ଥାଏ। ଫଳରେ ଗ୍ୟାସ୍‌ ଜନିତ ସମସ୍ୟା ଉପୁଜି ପାରେ। ତେଣୁ ଯଦି ଆପଣ ଅଧିକ ପିଆଜ ଖାଉଛନ୍ତି ତେବେ ଆଜିଠାରୁ ହିଁ ପିଆଜ ଖାଇବା ମାତ୍ରା କମାଇ ଦିଅନ୍ତୁ।

ଅଧିକ ପିଆଜ ଖାଇବା ଗର୍ଭବତୀ ମହିଳାଙ୍କ ପାଇଁ କ୍ଷତିକାରକ ହୋଇପାରେ। ଛାତି ଜଳାପୋଡା ଭଳି ସମସ୍ୟା ସୃଷ୍ଟି ହୋଇପାରେ। ଏଥିସହ ଅମ୍ଲ ପିତ, ବାନ୍ତି ଭଳି ଆଦି ସମସ୍ୟା ମଧ୍ୟ ଦେଖା ଦେଇପାରେ। ତେଣୁ ଗର୍ଭବତୀ ମହିଳାମାନେ କମ୍ ମାତ୍ରାରେ ପିଆଜ ଖାଇବା ଉଚିତ।

The post ଅଧିକ ପିଆଜ ଖାଉଛନ୍ତି କି? ଜାଣନ୍ତୁ ଏହାର ସାଇଡ ଇଫେକ୍ଟ appeared first on Odisha Reporter.



from Odisha Reporter https://ift.tt/2P1O2JN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages