ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ଅଧିକାଂଶ ଜଙ୍ଗଲରେ ନିଆଁ ଲାଗିଛି। ନିଆଁ ଲିଭାଇବା ପାଇଁ ବନ ବିଭାଗ ଓ ଅଗ୍ନଶମ ବିଭାଗ ନାକେଦମ୍ ହେଲେଣି। ହେଲେ ନିଆଁ ନିୟନ୍ତ୍ରଣକୁ ଆସିପାରୁ ନାହିଁ। ଯାହାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଏହା ନିଆଁ ନିୟନ୍ତ୍ରଣ କରିବାକୁ ଟାସ୍କଫୋର୍ସ ଗଠନ କରିଛନ୍ତି ରାଜ୍ୟ ସରକାର। ପୂର୍ବତନ PCCF ସନ୍ଦୀପ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ ହୋଇଛି। ସନ୍ଦୀପ ତ୍ରିପାଠୀଙ୍କ ସହ ଟାସ୍କଫୋର୍ସରେ ମୋଟ ୯ ଜଣ ସଦସ୍ୟ ଅଛନ୍ତି। ୯ ଜଣିଆ ଟାସ୍କଫୋର୍ସରେ ଡେରାଡୁନ ଓ ହାଇଦ୍ରାବାଦର ୩ ବିଶେଷଜ୍ଞ ରହିଛନ୍ତି। ଜଙ୍ଗଲରେ ଲାଗିଥିବା ନିଆଁ ସମୀକ୍ଷା ସହ କାରଣ ଓ ନିରାକରଣ ବ୍ୟବସ୍ଥା କରିବେ କରିବେ। ଦୈନିକ ଅନୁଧ୍ୟାନ ସହ ଅପରାହ୍ନରେ ପ୍ରେସମିଟ କରି ସୂଚନା ଦେବ ଟାସ୍କଫୋର୍ସ।
ଜଙ୍ଗଲରେ ନିଆଁ ଲାଗି ଔଷଧୀୟ ଗୁଳ୍ମ ଲତା ଓ ଗଛ ପୋଡି ଯାଉଥିବା ବେଳେ ପିସିସିଏଫ୍ ଜିତେନ୍ଦ୍ର କୁମାର କହିଛନ୍ତି ଜଙ୍ଗଲରେ ନିଆଁ ଲାଗିବା ନୂଆ କଥା ନୁହେଁ କହିଲେ। ସେ କହିଛନ୍ତି, ନିଆଁ ପ୍ରତିବର୍ଷ ଲାଗେ। ନିଆଁ ଲାଗିବା ଏକ ପ୍ରାକୃତିକ ପ୍ରକ୍ରିୟା। ଓଡ଼ିଶାରେ ଲାଗିଥିବା ନିଆଁ କ୍ରାଉନ ଫାୟାର ନୁହେଁ। ଗ୍ରାଉଣ୍ଡ ଫାୟାର। ଓଡ଼ିଶାର ଜଙ୍ଗଲରେ ନିଆଁ ତଳେ ଲାଗିଛି। ବଡ଼ ଗଛରେ ଲାଗିନି। ଶିମିଳିପାଳରେ ନିଆଁ ନିୟନ୍ତ୍ରଣାଧୀନ ରହିଛି ବୋଲି ପିସିସିଏଫ୍ କହିଲେ।
ସେପଟେ ଆଜି ମଧ୍ୟ ଜଳୁଛି ଶିମିଳିପାଳ ଅଭୟାରଣ୍ୟ ଓ ତା’ର ଆଖପାଖ ଅଞ୍ଚଳ। ଶିମିଳିପାଳକୁ ଲାଗିଥିବା ବାରିପଦା ବନଖଣ୍ଡର ଉଦଳା, ଡୁକୁରା, ବାଙ୍ଗିରିପୋଷି, ରାସଗୋବିନ୍ଦପୁର ରେଞ୍ଜର ୨୦ ରୁ ଅଧିକ ପଏଣ୍ଟରେ ନିଆଁ ଲାଗିଥିବା ଜଣାପଡ଼ିଛି। ତେବେ ନିଆଁ ଲିଭାଇବାକୁ କଠୋର ପଦକ୍ଷେପ ନିଆଯାଉଛି। ଯାହାକୁ ଦେଖି ବାରିପଦା ବନଖଣ୍ଡର ସମସ୍ତ କର୍ମଚାରୀଙ୍କ ଛୁଟିକୁ ବାତିଲ କରିଛନ୍ତି ବାରିପଦା ଡିଏଫ୍ଓ। ଏହା ସହ ବାରିପଦା ବନଖଣ୍ଡରେ ନୂତନ ଭାବେ ୧୦୦ ଠିକା କର୍ମଚାରୀଙ୍କୁ ନିଆଁ ଲିଭା କାର୍ଯ୍ୟ ନିୟୋଜିତ କରାଯାଇଛି।
ମୟୂରଭଞ୍ଜ ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଓ ରାଜଜେମା ଅକ୍ଷିତା ଭଞ୍ଜଦେଓ ଗତକାଲି ବାଙ୍ଗିରିପୋଷି ରେଞ୍ଜ ତାଳବନ୍ଧ ଗାଁରେ ପହଞ୍ଚି ନିଆଁ ଲିଭାଇବାକୁ ଲୋକଙ୍କୁ ଅପିଲ୍ କରୁଛନ୍ତି। ପରେ ମହାରାଣୀ ଓ ରାଜଜେମା ଟଙ୍ଗାଧୁଆ, ରାଇପାଳ, ବାଦାମପୁର ଏବଂ ତାଳବନ୍ଧ ଯାଇ ନିଆଁ ଲିଭାଇଥିବା ଦେଖିବାକୁ ମିଳିଛି।
The post ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ଗଠନ ହେଲା ଟାସ୍କଫୋର୍ସ appeared first on Odisha Reporter.
from Odisha Reporter https://ift.tt/3sX0xoi
No comments:
Post a Comment