ରେଳବାଇ ବିଲଡିଂରେ ନିଆଁ ଲିଭାଇବାକୁ ଯାଇ ୭ ମୃତ, ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 8, 2021

ରେଳବାଇ ବିଲଡିଂରେ ନିଆଁ ଲିଭାଇବାକୁ ଯାଇ ୭ ମୃତ, ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

କୋଲକାତା: ପଶ୍ଚିମବଙ୍ଗର ଷ୍ଟ୍ରାଣ୍ଡ ରୋଡ୍‌ରେ ଥିବା ରେଳବାଇ ବିଭାଗର ନୂଆ କୋଏଲାଘାଟି ବିଲଡିଂରେ ନିଆଁ ଲାଗିବା ଘଟଣାରେ ମୃତ୍ୟୁସଂଖ୍ୟାକୁ ୯କୁ ବୃଦ୍ଧି ପାଇଛି। ବିଲଡିଂର ୧୩ତମ ମହଲାରେ ସୋମବାର ସନ୍ଧ୍ୟାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏହାକୁ ଆୟତ୍ତ କରିବାକୁ ଯାଇ ୪ ଜଣ ଅଗ୍ନିଶମ କର୍ମଚାରୀ, ୨ ଆରପିଏଫ ଓ ଜଣେ ଏଏସ୍‌ଆଇଙ୍କୁ ମିଶାଇ ୯ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୨ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି।

କୋଏଲାଘାଟି ବିଲଡିଂକୁ ରେଳବାଇ ପକ୍ଷରୁ ହାଉସ ଅଫିସ ଭାବେ ବ୍ୟବହାର କରାଯାଉଥିଲା। ଅଗ୍ନିଶମ କର୍ମଚାରୀ, ଆରପିଏଫ ଓ ଜଣେ ଏସ୍‌ଆଇଙ୍କ ପରିଚୟ ମିଳିଥିବା ବେଳେ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଅନ୍ୟ ଦୁଇ ଜଣଙ୍କ ପରିଚୟ ମିଳିପାରିନାହିଁ।

ସୂଚନା ଅନୁସାରେ, ଲିଫ୍ଟ ଦ୍ୱାରା ମୃତାହତମାନେ ନିଆଁକୁ ଆୟତ୍ତ କରିବା ପାଇଁ ୧୧ତମ ମହଲାରେ ପହଞ୍ଚିଥିଲେ। ଏହି ସମୟରେ ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ ଆସି ସମସ୍ତଙ୍କର ମୃତ୍ୟୁ ଘଟିଛି। ଗତକାଲି ସନ୍ଧ୍ୟା ପ୍ରାୟ ୬.୧୦ରେ ବିଲ୍ଡିଂର ୧୩ତମ ମହଲାରେ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଥିଲା। ୧୦ଟି ଦମକଳ ବାହିନୀ ଓ ରେଳବାଇ କର୍ମଚାରୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ।

ଦୀର୍ଘ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁ ଆୟତ୍ତକୁ ଆସିଥିଲା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣା ସମ୍ପର୍କରେ ଖବର ପାଇ ରାତାରାତି ସ୍ଥିତି ଅନୁଧ୍ୟାନ ପାଇଁ ବିଲଡିଂ ନିକଟରେ ପହଞ୍ଚିଥିଲେ। ଏଥିସହ ସହ ମୃତକଙ୍କ ପରିବାର ଲୋକଙ୍କ ପାଇଁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଥିଲେ।

ମମତା ଘଟଣାସ୍ଥଳରେ କହିଛନ୍ତି, “ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଏହା ରେଳବାଇ ଅଫିସ ଓ ବହୁତ ପୁରୁଣା ମଧ୍ୟ। ଘଟଣାରେ ଅଗ୍ନିଶମ କର୍ମଚାରୀ, ଆରପିଏଫ ଓ ପୁଲିସ୍‌ କର୍ମଚାରୀ ପ୍ରାଣ ହରାଇଛନ୍ତି। ସେମାନେ ଲିଫ୍ଟରେ ଥିବା ବେଳେ ନିଆଁ କବଳରେ ପଡ଼ି ପ୍ରାଣ ହରାଇଛନ୍ତି। ଆମେ ସମସ୍ତଙ୍କର ଦଗ୍ଧ ଶବ ଉଦ୍ଧାର କରିଛୁ।

ମୁଁ ଜାଣିଛି ଜୀବନର ମୂଲ୍ୟ କିଛି ନାହିଁ। ତଥାପି ମୃତକଙ୍କ ପରିବାର ବର୍ଗଙ୍କ ସହାୟତା ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏ ଘୋଷଣା କରୁଛି। ସେହିପରି ମୃତକଙ୍କ ପରିବାରରୁ ଜଣେ ଲେଖାଏ ବ୍ୟକ୍ତିଙ୍କୁ ସରକାରୀ ଚାକିରି ମଧ୍ୟ ମିଳିବ। ଏହା ରେଳବାଇ ଅଫିସି। ମୁଁ ଭାବୁଛି ସେମାନଙ୍କ ପକ୍ଷରୁ ଜଣେ ଏଠାରେ ଉପସ୍ଥିତ ରହିବାର ଥିଲା। ହେଲେ ସେମାନଙ୍କ ପକ୍ଷରୁ କେହି ବି ଆସିନାହାନ୍ତି। ଏହି ଘଟଣା ପାଇଁ ରେଳବାଇ ମଧ୍ୟ ଉତ୍ତରଦାୟୀ ରହିବା ଉଚିତ। ଅଗ୍ନିକାଣ୍ଡ ବେଳେ ଲୋକମାନେ ଲିଫ୍ଟ ବ୍ୟବହାର କରନ୍ତୁ ନାହିଁ। ଏହା ଏକ ଦୁର୍ଭାଗ୍ୟଜନକ ଘଟଣା।”
ଇଷ୍ଟର୍ଣ୍ଣ ରେଳବାଇର ମୁଖପାତ୍ର କମଳା ଦେଓ କହିଛନ୍ତି, କୋଲକାତାର ଷ୍ଟ୍ରାଣ୍ଡ ରୋଡରେ ଥିବା ନୂଆ କୋଇଲାଘାଟ ବିଲଡିଂରେ ଅଗ୍ନିକାଣ୍ଡ ଘଟିଛି। ଏହି ବିଲ୍ଡିଂକୁ ଇଣ୍ଟର୍ଣ୍ଣ ଓ ସାଉଥ ଇଷ୍ଟର୍ଣ୍ଣ ରେଳବାଇର ହାଉସ ଅଫିସ ଭାବେ ବ୍ୟବହାର କରାଯାଏ। ଏହାର ଗ୍ରାଉଣ୍ଡ ଫ୍ଲୋରରେ କମ୍ୟୁଟରକରଣ ଟିକେଟ୍‌ ବୁକିଂ କାଉଣ୍ଟର ମଧ୍ୟ ରହିଛି। ଅଗ୍ନିକାଣ୍ଡ ଯୋଗୁ ଟିକେଟ ବୁକିଂ ସେବା ପ୍ରଭାବିତ ହୋଇଛି।

The post ରେଳବାଇ ବିଲଡିଂରେ ନିଆଁ ଲିଭାଇବାକୁ ଯାଇ ୭ ମୃତ, ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି appeared first on Odisha Reporter.



from Odisha Reporter https://ift.tt/3emtFBe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages