ସରକାରଙ୍କ ବଡ଼ ବୟାନ: ନାଇଟ୍‌ କର୍ଫ୍ୟୁ ଓ ଆଶିଂକ ଲକଡାଉନ କରୋନାକୁ ରୋକିପାରିବନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 26, 2021

ସରକାରଙ୍କ ବଡ଼ ବୟାନ: ନାଇଟ୍‌ କର୍ଫ୍ୟୁ ଓ ଆଶିଂକ ଲକଡାଉନ କରୋନାକୁ ରୋକିପାରିବନି

ନୂଆଦିଲ୍ଲୀ: ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ସାରା ଦେଶକୁ ଅସ୍ତବ୍ୟସ୍ତ କରିଛି। ଦୈନିକ ସଂକ୍ରମଣ ୫୦ ହଜାର ଉପରେ ରହିବାକୁ ସମସ୍ତଙ୍କ ଚିନ୍ତା ବଢ଼ିଯାଇଛି। ପ୍ରଥମ ଲହର ଭଳି ଦ୍ୱିତୀୟ ଲହରକୁ ରୋକିବା ପାଇଁ ସରକାର ପୁଣିଥରେ ନାଇଟ କର୍ଫ୍ୟୁ ଓ ଲକଡାଉନ ଲାଗୁ କରିବେ କି ବୋଲି ଲୋକମାନଙ୍କ ମନରେ ପ୍ରଶ୍ନ ଉଠିବାରେ ଲାଗିଛି।

ଏସବୁ ଭିତରେ କେନ୍ଦ୍ର‌ ସ୍ୱାସ୍ଥ୍ୟମନ୍ତ୍ରୀ ଡା ହର୍ଷବର୍ଦ୍ଧନ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ନାଇଟ୍‌ କର୍ଫ୍ୟୁ ଓ ସପ୍ତାହାନ୍ତ ଲକଡାଉନ କରୋନା ସଂକ୍ରମଣ ଉପରେ ଅଧିକ ପ୍ରଭାବ ପକାଇ ପାରିବ ନାହିଁ। କିନ୍ତୁ କରୋନାର ଦ୍ୱିତୀୟ ଲହରକୁ ଟିକାକରଣ କାର୍ଯ୍ୟକ୍ରମ ହିଁ ଦେଶରେ ଧିମା କରିବାରେ ସହାୟକ ହେବ। ଲୋକଙ୍କୁ କରୋନା କଟକଣା ମାନି ଚଳିବା ପଡ଼ିବ। ସାମାଜିକ ଦୂରତା ବଜାୟୀ ରଖିଲେ ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବ ନାହିଁ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ସରକାର ଖୁବଶୀଘ୍ର ଟିକା ନେବାକୁ ଯୋଗ୍ୟ ବିବେଚିତ ହେଉଥିବା ଲୋକଙ୍କ ବୟସ ବର୍ଗକୁ କମ କରିବେ। କିନ୍ତୁ ପ୍ରଥମେ ଆମର କର୍ତ୍ତବ୍ୟ ହେଲା, ସଂକ୍ରମଣ ଦ୍ୱାରା ଅଧିକ ପ୍ରଭାବିତ ହେଉଥିବା ଲୋକଙ୍କ ଉପରେ ଫୋକସ କରିବା। ସେମାନଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଆମକୁ ପଦକ୍ଷେପ ନେବାକୁ ପଡ଼ିବ।

ସରକାର ୨୪ ଘଣ୍ଟା କେମିତି ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରାଯିବ ଓ ସବୁ ବର୍ଗର ଲୋକଙ୍କୁ ଏଥିରେ ସାମିଲ କରାଯିବ, ତା’ ଉପରେ କାମ କରୁଛନ୍ତି। ବୈଜ୍ଞାନିକ ପଦ୍ଧତିକୁ ଆଧାର କରି ଭାରତ ଆରମ୍ଭରୁ କରୋନା ବିରୋଧରେ ଲଢ଼େଇ କରି ଚାଲିଛି। ଆମର କଣ୍ଟେନମେଣ୍ଟ ଶୈଳୀକୁ ସାରା ବିଶ୍ୱ ପ୍ରଶଂସା କରିଛି। ଏହାକୁ ସାଇଣ୍ଟିଫିକ୍ ଇନପୁଟ୍ ଆଧାରରେ ଲାଗୁ କରାଯାଇଥିଲା।

କରୋନା ରୂପ ବଦଳାଉଛି କି ନାହିଁ, ସେକଥା ଜାଣିବା ପାଇଁ ଆରମ୍ଭରୁ ହିଁ ଜେନୋମ ସିକ୍ୱସିଂର ବ୍ୟବହାର କରାଯାଉଛି। ବିଭିନ୍ନ ପର୍ଯ୍ୟାୟର ମହାମାରୀ ଦେଶକୁ ପ୍ରବେଶ କରିଥାଏ। ଏହାକୁ ଆମେ ୱେବ ବା ଲହର କହିଥାଉ। କୋଭିଡ ବେଳେ ମଧ୍ୟ ସେମିତି ଘଟିଛି। ଆମେରିକା ଓ ୟୁରୋପକୁ କରୋନାର ଦ୍ୱିତୀୟ ଲହର ଅସ୍ତବ୍ୟସ୍ତ କରିଥିଲା। ଏହାକୁ ଆମେ ସମସ୍ତେ ଦେଖିଛେ। ତେଣୁ ଭାରତକୁ ମଧ୍ୟ ଦ୍ୱିତୀୟ ଲହର ଆସିଛି। ଏହାକୁ ମୁକାବିଲା କରିବୁ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରାଯାଉଛି ବୋଲି ସେ କହିଛନ୍ତି।

The post ସରକାରଙ୍କ ବଡ଼ ବୟାନ: ନାଇଟ୍‌ କର୍ଫ୍ୟୁ ଓ ଆଶିଂକ ଲକଡାଉନ କରୋନାକୁ ରୋକିପାରିବନି appeared first on Odisha Reporter.



from Odisha Reporter https://ift.tt/31pSdS8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages