୨ଟି ଗାଁରୁ ଚିହ୍ନଟ ହେଲେଣି ୧୧୫ ପଜିଟିଭ, ରହିଛି ଛତିଶଗଡ଼ ଲିଙ୍କ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 26, 2021

୨ଟି ଗାଁରୁ ଚିହ୍ନଟ ହେଲେଣି ୧୧୫ ପଜିଟିଭ, ରହିଛି ଛତିଶଗଡ଼ ଲିଙ୍କ୍‌

ନୂଆପଡା(ମାୟାଧର ସରାଫ): କିଛି ଦିନ ହେବ ନୂଆପଡା ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ଗତ ସପ୍ତାହ ମଧ୍ୟରେ ଜିଲ୍ଲାର ୨ଟି ଗାଁରୁ ୧୧୫ଟି ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ଏହି ୨ଟି ଗାଁ ଛତିଶଗଡ଼ ସୀମାରେ ଥିବାରୁ  ପ୍ରାୟତଃ ଚିହ୍ନଟ ସମସ୍ତ ପଜିଟିଭଙ୍କର ଛତିଶଗଡ଼କୁ ଟ୍ରାଭେଲ ହିଷ୍ଟ୍ରି ରହିଛି ବୋଲି କହିଛନ୍ତି ଜିଲ୍ଲାପାଳ।

କିଛି ଦିନ ତଳେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ଛତିଶଗଡ ସୀମାନ୍ତ ଏକ ଗାଁରୁ ଏକାଦିନେ ୨୯ ପଜିଟିଭ ଚିହ୍ନଟ ହୋଇଥିଲେ। ସେପରି ଗତ ୨ ଦିନରେ କୋମନା ବ୍ଲକର ଏକ ଗାଁରେ ୨୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗାଁର ଜଣେ ବ୍ୟକ୍ତି କୋମନା ମେଡିକାଲରେ ଟେଷ୍ଟ କଲା ପରେ ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କ ସଂପର୍କରେ ଥିବା ଲୋକଙ୍କୁ ଟେଷ୍ଟ କଲା ପରେ ଗାଁରେ ୨୪ ଜଣ ପଜିଟିଭ ଚିହ୍ନଟ  ହୋଇଛନ୍ତି। ଏହାପରେ ସ୍ଥାନୀୟ ସରପଂଚ ଗାଁକୁ ସାତ ଦିନ ପର୍ଯ୍ୟନ୍ତ ଲକ‌୍‍ଡାଉନ ଘୋଷଣା କରିଛନ୍ତି।

ଲକ୍‌ଡାଉନ୍‌ ଯୋଗୁ ଗାଁ ଲୋକଙ୍କ ବାହାରକୁ ଯିବା ଉପରେ କଟକଣା ଜାରି କରାଯାଇଛି। ଗାଁ ଲୋକଙ୍କୁ ବାହାରକୁ ଛଡା ଯାଉ ନ ଥିବା ବେଳେ ବାହାର ଲୋକଙ୍କୁ ମଧ୍ୟ ଗାଁକୁ ଛଡା ଯାଉ ନାହିଁ। ଗାଁରେ ଥିବ ଦୋକାନ ବଜାର ବନ୍ଦ ରହିଛି।  ଅପରପକ୍ଷେ ସେହି ଗାଁର ହାଇସ୍କୁଲର ଜଣେ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହେଲା ପରେ ସ୍କୁଲକୁ ୩ ଦିନ ପାଇଁ ବନ୍ଦ କରିଛନ୍ତି ସରପଂଚ।

ଏପରି ଅଚାନକ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବା ପଛରେ  ଛତିଶଗଡ ଲିଙ୍କ ଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଏନେଇ ଜିଲ୍ଲାପାଳ କହିଛନ୍ତି, ଏହାକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି। ଗତ ସପ୍ତାହରେ ଚିହ୍ନଟ ସମସ୍ତ ପଜିଟିଭଙ୍କର ଟ୍ରାଭେଲ ହିଷ୍ଟ୍ରି ଅଛି। ସମସ୍ତଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରଖାଯିବା ସହ ଟେଷ୍ଟିଂ କରାଯିବ। ସ୍ଥାନୀୟ ଅଞ୍ଚଳରେ ଏକାଠି ଲୋକ ଗହଳିକୁ ବାରଣ କରାଯାଉଛି।

ସୂଚନାଯୋଗ୍ୟ, ରାଜ୍ୟରେ ମଧ୍ୟ କରୋନା ଗ୍ରାଫ ଏବେ ଉପରମୁହାଁ ରହିଛି। ଚାରି ଦିନ ପର୍ଯ୍ୟନ୍ତ ଏହି ସଂଖ୍ୟା ୧୦୦ ଉପରେ ରହିବା ପରେ ଗତ ଗୁରୁବାର ଏହି ସଂଖ୍ୟା ୨୦୦ ଟପିଥିବା ବେଳେ ଶନିବାର ୨୩୪ ଛୁଇଁଥିଲା। ଏହି ଚେନ୍‌କୁ ଭାଙ୍ଗିବାକୁ ବିଭିନ୍ନ ସ୍ଥାନରେ ଲୋକ ଗହଳିକୁ ବାରଣ କରାଯିବା ସହ କଟକଣାକୁ କଡ଼ାକଡ଼ି ଭାବେ ଲାଗୁ କରାଯାଉଛି।

The post ୨ଟି ଗାଁରୁ ଚିହ୍ନଟ ହେଲେଣି ୧୧୫ ପଜିଟିଭ, ରହିଛି ଛତିଶଗଡ଼ ଲିଙ୍କ୍‌ appeared first on Odisha Reporter.



from Odisha Reporter https://ift.tt/3cnulVD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages