ବାର୍‌ହା ଆକ୍ରମଣରେ ୫ ଜଣ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 22, 2021

ବାର୍‌ହା ଆକ୍ରମଣରେ ୫ ଜଣ ଗୁରୁତର

କାମାକ୍ଷାନଗର (ବିଦ୍ୟାଧର ବରାଳ): ବାର୍‌ହା ଆକ୍ରମଣରେ ୫ ଜଣ ଗୁରୁତର ଆହତ ହୋଛନ୍ତି। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ବିରାଶାଳ ପଞ୍ଚାୟତ ଅନ୍ତର୍ଗତ ମୁତୁରିବନ୍ଧ ଗାଁରେ ଘଟିଛି ଏହି ଘଟଣା।

ଆଜି ସକାଳେ ନିକଟସ୍ଥ ସାରିଓ ଜଙ୍ଗଲରୁ ଏହି ଜଙ୍ଗଲୀ ବାର୍‌ହାଟି ଗାଁ ଭିତରକୁ ପଶି ଲୋକଙ୍କୁ ଆକ୍ରମଣ କରିଥିଲା । ବାର୍‌ହା ଆକ୍ରମଣରେ ମୁତୁରିବନ୍ଧ ଗାଁର ହରିହର ପ୍ରଧାନ, ନରେନ୍ଦ୍ର ପ୍ରଧାନ, ଗଗନ ପାତ୍ର ଓ ମିନି ପ୍ରଧାନ ଗୁରୁତର ଆହତ ହୋଇଛନ୍ତି। ସେହିଭଳି ବନ୍ଦାଣିଆ ଗାଁର ରାଇମୁନି କଲଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ବାର୍‌ହା ଆକ୍ରମଣରେ ଆହତ ହୋଇଥିବା ଏହି ବ୍ୟକ୍ତିମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅଧିକ ଚିକିତ୍ସା ପାଇଁ ସେମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ଘଟଣା ସଂପର୍କରେ ଖବର ପାଇ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ବିରାଶାଳ ଫରେଷ୍ଟ ସେକ୍ସନର ଫରେଷ୍ଟ ଅଧିକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଗୁରୁତରଙ୍କୁ ଭେଟିଥିଲେ।

The post ବାର୍‌ହା ଆକ୍ରମଣରେ ୫ ଜଣ ଗୁରୁତର appeared first on Odisha Reporter.



from Odisha Reporter https://ift.tt/3vZGw2X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages