ସୁପର୍‌ମା‌ର୍କେଟ୍‌ରେ ଆଖିବୁଜା ଗୁଳିମାଡ, ଜଣେ ପୁଲିସକର୍ମୀଙ୍କ ସମେତ ୧୦ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 22, 2021

ସୁପର୍‌ମା‌ର୍କେଟ୍‌ରେ ଆଖିବୁଜା ଗୁଳିମାଡ, ଜଣେ ପୁଲିସକର୍ମୀଙ୍କ ସମେତ ୧୦ ମୃତ

ୱାଶିଂଟନ: ସୁପରମାର୍କେଟ ଭିତରେ ଆଖିବୁଜା ଗୁଳିମାଡ। ଜଣେ ବନ୍ଧୁକଧାରୀ ମାର୍କେଟ ଭିତରକୁ ପଶି ଆସି ଅନ୍ଧାଧୂନ୍‌ ଗୁଳିମାଡ କରିଛି। ଏଥିରେ ଜଣେ ପୁଲିସ କର୍ମୀଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଆମେରିକାର କୋଲେରାଡୋ ସହରରେ ଏହି ଭୟଙ୍କର ଗୁଳିକାଣ୍ଡ ଘଟିଛି।

ଏକ ଅନ୍ତର୍ଜାତୀୟ ନ୍ୟୁଜ ଏଜେନ୍ସିର ଖବର ମୁତାବକ, ଆମେରିକାର ବୋଲ୍ଡର ସ୍ଥିତ ଏକ ସୁପରମାର୍କେଟରେ ଏହି ଗୁଳିକାଣ୍ଡ ଘଟିଛି।  ବର୍ତ୍ତମାନ ସୁଦ୍ଧା ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ମୃତକଙ୍କ ମଧ୍ୟରେ ୯ଜଣ ସାଧାରଣ ଲୋକ ଏବଂ ଜଣେ ପୁଲିସ କର୍ମଚାରୀ ଅଛନ୍ତି।

ସେପଟେ ପୁଲିସ ଏହି ଗୁଳିକାଣ୍ଡରେ ସମ୍ପୃକ୍ତ ଜଣେ ସନ୍ଦିଗ୍ଧକୁ ଗିରଫ କରିଛି। କିନ୍ତୁ ଅଭିଯୁକ୍ତ ଜଣକ କାହିଁକି ଗୁଳିମାଡ କରିଥିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ସେପଟେ ଏହି ଗୁଳିକାଣ୍ଡରେ ଅଧିକାଂଶ ଲୋକ ଆହତ ହୋଇଛି। ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ସେଠାକାର ସ୍ଥାନୀୟ ସମୟ ୨.୩୦ ମିନିଟ୍‌ରେ ବୋଲ୍ଡରର ଏକ ସୁପରମାର୍କେଟ‌ର ଭିଡ ମଧ୍ୟରେ ଜଣେ ଆତତାୟୀ ଆଖିବୁଜା ଗୁଳିମାଡ କରିଥିଲା । ସୁପର୍‌ମାର୍କେଟ୍‌ରେ ଭିଡ ଅଧିକ ଥିବାରୁ ଲୋକମାନେ ଭୟରେ ଦୌଡିବାକୁ ଲାଗିଥିଲେ ।

The post ସୁପର୍‌ମା‌ର୍କେଟ୍‌ରେ ଆଖିବୁଜା ଗୁଳିମାଡ, ଜଣେ ପୁଲିସକର୍ମୀଙ୍କ ସମେତ ୧୦ ମୃତ appeared first on Odisha Reporter.



from Odisha Reporter https://ift.tt/3vRLnmv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages