ଆସନ୍ତାକାଲି ଜାଗର, ଟ୍ରାଫିକ କଟକଣା ଜାରି କଲା କମିଶନରେଟ ପୁଲିସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 9, 2021

ଆସନ୍ତାକାଲି ଜାଗର, ଟ୍ରାଫିକ କଟକଣା ଜାରି କଲା କମିଶନରେଟ ପୁଲିସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ପାଳିତ ହେବ ମହାଶିବରାତ୍ରୀ । ତେବେ ଜାଗର ପାଇଁ କଟକଣା ଲଗାଇଛନ୍ତି ସରକାର। ମନ୍ଦିର ପରିସର ଓ ବାହାରେ ଶ୍ରଦ୍ଧାଳୁଙ୍କ ଗହଳିକୁ ବାରଣ କରାଯିବା ସହ ମେଳାକୁ ମନା କରାଯାଇଛି । ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ  ପାଇଁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ମହାପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ପ୍ରଶାସନ। ଟ୍ରାଫିକ କଟକଣା ଜାରି କରିଛି କମିଶନରେଟ ପୁଲିସ୍‌ । ମାଉସୀ ମା’ ପାର୍ଶ୍ୱରୁ ରଥରୋଡ଼କୁ ୪ ଚକିଆ ଯାନ ଛଡ଼ାଯିବ ନାହିଁ। ରବି ଟକିଜ ପଟରୁ ଆସୁଥିବା ସମସ୍ତ ଗାଡ଼ି କଚରାପିଣ୍ଡି ପର୍ଯ୍ୟନ୍ତ ଯିବେ।  ଗ୍ୟାରେଜ ଛକ ଓ ସାମନ୍ତରାପୁର ପଟୁ ଗାଡ଼ି ବିଏମସି ମାର୍କେଟ ପାର୍କିଂକୁ ଯିବ। ସେହିପରି କେଉଟସାହି ପଟର ଗାଡ଼ି ବିଏମସି ମାର୍କେଟ କମ୍ପଲେକ୍ସ ପାର୍କିଂ ସ୍ଥଳ ଯିବେ ।

ଦକ୍ଷିଣକାଳୀ ଓ ତାରାସୁନ୍ଦରୀ ରାସ୍ତାପଟ ଗାଡ଼ି ବିଏମ ହାଇସ୍କୁଲ ପଡ଼ିଆକୁ ଯିବେ । ପୁନାମା ଗେଟ ପଟର ଗାଡ଼ିକୁ ବଢ଼େଇବାଙ୍କ ଆଡକୁ ଛଡ଼ା ଯିବନି । ବିନ୍ଦୁସାଗର ପଟୁ ଭଜନ ମଣ୍ଡପ ଆଡ଼କୁ କୌଣସି ଗାଡ଼ି ଛଡ଼ାଯିବ ନାହିଁ । ମହାଶିବରାତ୍ରି ପାଇଁ ଏଭଳି ବିଭିନ୍ନ ଟ୍ରାଫିକ୍ କଟକଣା ଜାରି କରାଯାଇଛି ।

ଏହାବ୍ୟତୀତ ଲିଙ୍ଗରାଜ ମନ୍ଦିର ବାହାରେ ୨ ଶହ ମିଟର ଯାଏଁ ଲମ୍ବା ବ୍ୟାରିକେଡ୍ କରାଯାଇଛି। ଭିତରେ ଭକ୍ତଙ୍କ ଭିଡ ଏଡାଇବାକୁ କରାଯାଇଛି ସ୍ୱତନ୍ତ୍ର ବ୍ୟାରିକେଡ୍ । ମନ୍ଦିର ପରିସର ଓ ବାହାରେ ଟେଣ୍ଟ ବି ଲଗାଯାଇଛି।

ଲିଙ୍ଗରାଜ ମନ୍ଦିରରେ ଜାଗର ନିମନ୍ତେ ବ୍ୟାରିକେଡ କରାଯାଇଛି।

ବିଭିନ୍ନ ରାଜ୍ୟରେ ପୁଣି ଥରେ କରୋନା କୋପ  ଆରମ୍ଭ ହୋଇଥିବା ବେଳେ ସତର୍କତା ସ୍ୱରୂପ ଗତକାଲିଠାରୁ  ଲିଙ୍ଗରାଜ ମନ୍ଦିରରେ ଆରମ୍ଭ ହୋଇଛି ସେବାୟତଙ୍କ କୋଭିଡ୍ ଟେଷ୍ଟ । ମନ୍ଦିର ଭିତର ସେବାରେ ନିୟୋଜିତ ସମସ୍ତ ସେବାୟତଙ୍କ ପରୀକ୍ଷା କରାଯିବ । ଟ୍ରଷ୍ଟ ବୋର୍ଡର ସଦସ୍ୟ, ଫୁଲ ଦୋକାନୀ ଓ ପୁଲିସ୍‌ ଅଧିକାରୀଙ୍କର ବି ହେବ କୋଭିଡ୍ ଟେଷ୍ଟ ।

ସେପଟେ ବାଲେଶ୍ୱରରେ ଜାରି ହୋଇଛି ମହାଶିବରାତ୍ରୀ କଟକଣା । ଜିଲ୍ଲାର ସମସ୍ତ ଧାର୍ମିକ ସ୍ଥଳ ଓ ମନ୍ଦିରରେ ଭିଡ ନକରିବାକୁ କଡା ନିର୍ଦେଶ ରହିଛି । ଠାକୁରଙ୍କ ନୀତିକାନ୍ତି ପାଇଁ କେବଳ ପୂଜକ ଓ ସେବାୟତଙ୍କୁ ମିଳିଛି ଅନୁମତି । ଜାଗର ଦିନ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଛି।

The post ଆସନ୍ତାକାଲି ଜାଗର, ଟ୍ରାଫିକ କଟକଣା ଜାରି କଲା କମିଶନରେଟ ପୁଲିସ୍ appeared first on Odisha Reporter.



from Odisha Reporter https://ift.tt/2O9bTab

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages