ବେଙ୍ଗଲ ଡିଜିପିଙ୍କୁ ବିଦା କଲେ ନିର୍ବାଚନ କମିଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 9, 2021

ବେଙ୍ଗଲ ଡିଜିପିଙ୍କୁ ବିଦା କଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ପଦକ୍ଷେପ ନେଇଛନ୍ତି ନିର୍ବାଚନ କମିଶନ। ବେଙ୍ଗଲର ପୁଲିସ୍‌ ମହାନିର୍ଦ୍ଦେଶକ (ଡିଜିପି) ବୀରେନ୍ଦ୍ର ପକ୍ଷପାତିତା କରୁଥିବାରୁ ତାଙ୍କୁ ନିର୍ବାଚନ କମିଶନ ତତ୍କାଳ ପଦରୁ ହଟାଇ ଦେଇଛନ୍ତି। ବେଙ୍ଗଲ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଓ ସ୍ୱତନ୍ତ୍ର ପୁଲିସ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି। ସେମାନେ ଗତ ସପ୍ତାହରେ ଦେଇଥିବା ‘ଯଏଣ୍ଟ ଆଡଭର୍ସ ରିପୋର୍ଟ’କୁ ଆଧାର କରି ନିର୍ବାଚନ କମିଶନ ଏଭଳି ପଦକ୍ଷେପ ନେଇଛନ୍ତି। କିଛି ରାଜନୀତିକ ଦଳ ମଧ୍ୟ ଡିଜିପି କ୍ଷମତାସୀନ ଟିଏମସିକୁ ନିର୍ବାଚନ ପ୍ରଚାରରେ ସହଯୋଗ କରୁଥିବା ଅଭିଯୋଗ କରିଥିଲେ।

ନିର୍ବାଚନ କମିଶନ ଡିଜିପି ପଦରୁ ବୀରେନ୍ଦ୍ରଙ୍କୁ ହଟାଇ ୧୯୮୭ ବ୍ୟାଚ୍‌ର ଆଇପିଏସ ଅଫିସର ପି ନିରଞ୍ଜନାୟନଙ୍କୁ ବେଙ୍ଗଲ ପୁଲିସ୍‌ ମୁଖ୍ୟ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ନିର୍ବାଚନ କମିଶନ ଜାରି କରିଥିବା ନିର୍ଦ୍ଦେଶନାମାରେ କହିଛନ୍ତି, ନିର୍ବାଚନ ସହ ଜଡ଼ିତ କୌଣସି ପଦରେ ବୀରେନ୍ଦ୍ର ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବେ ନିଯୁକ୍ତି ପାଇବେ ନାହିଁ। ଏକଥା ମୁଖ୍ୟ ଶାସନ ସଚିବ ନିଶ୍ଚିତ କରିବେ। ସେହିପରି ଆଜି ୧୦ଟା ସୁଦ୍ଧା ନିର୍ଦ୍ଦେଶନାମା ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ତା’ ଉପରେ ବିଧିବଦ୍ଧ ଭାବେ ଜଣାଇବାକୁ ମଧ୍ୟ କମିଶନ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ନିକଟରେ ନିର୍ବାଚନ କମିଶନ ପଶ୍ଚିମବଙ୍ଗର ଏଡିଜି (ଆଇନ ଶୃଙ୍ଖଳା) ଜାଭେଦ ଶାମିମଙ୍କୁ ମଧ୍ୟ ପଦରୁ ହଟାଇ ତାଙ୍କ ସ୍ଥାନରେ ଜଗମୋହନଙ୍କୁ ଅବସ୍ଥାପିତ କରିଥିଲେ। ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ମତଦାନ ହେବ। ମାର୍ଚ୍ଚ ୨୭ରୁ ଏହା ଆରମ୍ଭ ହୋଇ ଏପ୍ରିଲ ୨୯ରେ ଯାଏ ଚାଲିବ। ମେ’ ୨ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

The post ବେଙ୍ଗଲ ଡିଜିପିଙ୍କୁ ବିଦା କଲେ ନିର୍ବାଚନ କମିଶନ appeared first on Odisha Reporter.



from Odisha Reporter https://ift.tt/3eqxnK3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages