ଚାକିରି ଦେବେ କହି ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ଅଡ଼ୁଆରେ ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 2, 2021

ଚାକିରି ଦେବେ କହି ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ଅଡ଼ୁଆରେ ମନ୍ତ୍ରୀ

ବେଙ୍ଗାଲୁରୁ: ଅଡ଼ୁଆରେ ବରିଷ୍ଠ ବିଜେପି ନେତା ତଥା କର୍ଣ୍ଣାଟକର କ୍ୟାବିନେଟ୍ ମନ୍ତ୍ରୀ ରମେଶ ଜାରକିହୋଲି। ସରକାରୀ ଚାକିରି ଦେବା ନାଁରେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏକ ସେକ୍ସ ଟେପରେ ଜଳ ସମ୍ପଦ ମନ୍ତ୍ରୀ ରମେଶ ଜାରକିହୋଲି ଜଣେ ମହିଳାଙ୍କ ସହ କଥା ହେଉଛନ୍ତି। ମହିଳାଙ୍କୁ ଚାକିରୀ ଦେବା ବାହାନାରେ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି।

ସାମାଜିକ କର୍ମୀ ତଥା ନାଗରିକ ହକ୍କୁ ହୋରାତା କମିଟିର ସଭାପତି ଦୀନେଶ କାଲ୍ଲାହଲ୍ଲୀ ଗଣମାଧ୍ୟମରେ ଏହି ସେକ୍ସ ଟେପ୍ ଜାରି କରିଛନ୍ତି। ସରକାରୀ ଚାକିରି ଦେବା ବାହାନାରେ ମନ୍ତ୍ରୀ ପୀଡିତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ ଏବଂ ପରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିନାହାନ୍ତି। ପୀଡ଼ିତାଙ୍କୁ କର୍ଣ୍ଣାଟକ ବିଦ୍ୟୁତ୍ ଟ୍ରାନସମିଶନ ନିଗମରେ ଚାକିରି ମିଳିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିବା ଅଭିଯୋଗ ରହିଛି।

ସାମାଜିକ କର୍ମୀ ଦୀନେଶ କାଲାହାଲୀ କହିଛନ୍ତି ଯେ ପୀଡ଼ିତାଙ୍କ ପରିବାର ସାହାଯ୍ୟ ପାଇଁ ତାଙ୍କ ନିକଟକୁ ଯାଇଥିଲେ। ସେ ଜଣେ ମନ୍ତ୍ରୀଙ୍କ ବିରୋଧରେ ଏକୁଟିଆ ଲଢ଼ିପାରିବେ ନାହିଁ ବୋଲି କହିବା ପରେ ସେ ଏହି ପ୍ରସଙ୍ଗ ଉଠାଇଛନ୍ତି ବୋଲି କହିଛନ୍ତି।

ସେ କହିଛନ୍ତି, ଏ ପ୍ରସଙ୍ଗରେ ସେ ଜଣେ ଓକିଲଙ୍କୁ ଭେଟିଥିଲେ ଏବଂ ସେ ପୁଲିସ କମିଶନରଙ୍କୁ ଭେଟିବାକୁ ପରାମର୍ଶ ଦେଇଥିଲେ। ଏହାପରେ ସଂପୃକ୍ତ ସେକ୍ସ ଟେପର ସିଡି ଦେବାକୁ କହିଥିଲେ।

ଅନ୍ୟପଟେ ବିରୋଧୀ କଂଗ୍ରେସ ମଧ୍ୟ ଏପ୍ରସଙ୍ଗକୁ ଜୋରଦାର କରିଛି। ଏ ନେଇ ସରକାର ବିବାଦୀୟ ହେବା ପୂର୍ବରୁ ବୁଧବାର ମନ୍ତ୍ରୀ ରମେଶ କହିଛନ୍ତି ସାର୍ବଜନୀନ ହୋଇଥିବା ସେକ୍ସ ଟେପ ଫେକ୍। ସଂପୃକ୍ତ ମହିଳାଙ୍କୁ ସେ ଜାଣିନଥିବା କହିଛନ୍ତି। ଦଳର ମୁଖିଆଙ୍କ ଆଗରେ ହାଜର ହୋଇ ସେ ତାଙ୍କ ପକ୍ଷ ରଖିବେ ବୋଲି କହିଛନ୍ତି। ଯଦି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରମାଣିତ ହେବ, ତେବେ ସେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି କହିଛନ୍ତି। ଏହି ଅଭିଯୋଗ ସମ୍ପୂର୍ଣ୍ଣ ଷଡଯନ୍ତ୍ର ବୋଲି ସେ କହିଛନ୍ତି।

ଏଥିସହ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦା ଯୋଶୀ ମଧ୍ୟ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ସତ ନଜାଣି କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିବୁ ନାହିଁ। ଯଦି ଏହି ଅଭିଯୋଗ ସତ ତେବେ ଏହା ଲଜ୍ଜାଜନକ। ଆମେ ନେତାମାନେ ନୌତିକ ଭାବରେ ଠିକ୍ ହେବା ଆବଶ୍ୟକ। ଏହା ହେଉଛି ବିଜେପିର ନୀତି।

The post ଚାକିରି ଦେବେ କହି ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ଅଡ଼ୁଆରେ ମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3kJ6X7x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages