‘୮ ଲକ୍ଷ ଦେଲେ ତୁମ ସ୍ୱାମୀକୁ ଛାଡ଼ିବୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 2, 2021

‘୮ ଲକ୍ଷ ଦେଲେ ତୁମ ସ୍ୱାମୀକୁ ଛାଡ଼ିବୁ’

ସୋର(ଶଶିକାନ୍ତ ବେହେରା): ଅଜଣା ନମ୍ବରରୁ ଆସିଲା ଫୋନ୍‌ କଲ। ଚାକିରି କରିବ ଯଦି କଲିକତା ଆସ ବୋଲି କହିଲେ ଅପରପାର୍ଶ୍ୱର ବ୍ୟକ୍ତି। ହେଲେ ଚାକିରି ଲୋଭରେ ସେଠାରେ ପହଞ୍ଚିବା ପରେ ଯୁବକଙ୍କ ହାତଗୋଡ଼ ବାନ୍ଧି ପଣବନ୍ଦୀ କରି ପରିବାର ଲୋକଙ୍କୁ ଦୁର୍ବୃତ୍ତ ମାଗୁଛନ୍ତି ୮ ଲକ୍ଷ ଟଙ୍କା। ଏତେ ଟଙ୍କା ଆଣି କିପରି ପୁଅକୁ ମୁକୁଳାଇବେ ଚିନ୍ତାରେ ପରିବାର ଲୋକ ଥିବା ବେଳେ ପୁଅକୁ ସୁରକ୍ଷିତ ଭାବେ ମୁକୁଳାଇବା ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଏପରି ଘଟଣା କୌଣସି ଫିଲ୍ମି କାହାଣୀଠୁ କମ୍‌ ନ ଥିବା ବେଳେ ବାସ୍ତବରେ ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋରରେ।  ସୋର ଥାନା କେଶପୁର ଗ୍ରାମର ତାପସ କୁମାର ମହାନ୍ତିଙ୍କୁ ବନ୍ଧୁକ ମୁନରେ ଅପହୃତା ପଣବନ୍ଦି କରି ରଖିଛନ୍ତି। ୮ ଲକ୍ଷ ଟଙ୍କା ନଦେଲେ ହତ୍ୟା କରିବାର ଧମକ ଦେଇଥିବା ବେଳେ ଏହାର ଭିଡିଓ ଭାଇରାଲ ହୋଇଛି ।

ସୂଚନାଯୋଗ୍ୟ,  ତାପସ ୮ ବର୍ଷ ହେବ ବାଙ୍ଗାଲୋରରେ  ଏକ କ୍ୟାଣ୍ଟିନରେ କାମ କରୁଥିଲେ । ମଝିରେ ମଝିରେ ଘରକୁ ଆସନ୍ତି l ୧୦ ଦିନ ତଳେ ଘରକୁ ଆସିଥିଲେ । କୋଭିଡ୍ ପାଇଁ  ପୁଣି ଥରେ ଲକ୍‌ଡାଉନ  ହେବ ଭାବି ଆଉ ବାଙ୍ଗାଲୋର  ଫେରିନଥିଲେ । ଘରେ ଥିବା ବେଳେ ଗତ ୨୮ ତାରିଖ ଦିନ ଏକ ଅଜଣା ନମ୍ବରରୁ ଫୋନ କଲ୍‌ ଆସିଲା।

ଭଲ କାମ ଅଛି କଲିକତା ଆସ ବୋଲି ଅପରପାର୍ଶ୍ୱର ବ୍ୟକ୍ତି କହିଥିଲେ। ଚାକିରି ଲୋଭରେ  ତାପସ ସେହିଦିନ  କଲିକତା ଚାଲିଯାଇଥିଲେ । ପରେ ସନ୍ଧ୍ୟାରେ ତାପସର ସ୍ତ୍ରୀ ସୁକାନ୍ତିକୁ ଏକ ଅଜଣା ନମ୍ବରରୁ କଲ୍‌ ଆସିଲା। ତୁମ ସ୍ୱାମୀକୁ ଅପହରଣ କରିଛୁ , ୮ ଲକ୍ଷ ଟଙ୍କା   ଦେଲେ   ଛାଡିବୁ ନଚେତ୍  ହତ୍ୟା କରିବୁ ବୋଲି ଖୋଲା ଖୋଲି ଧମକ ଦେଇଥିଲେ ଅପହରଣକାରୀ ।

ମାର୍ଚ ୨ ତାରିଖ ରେ ସେହି ନମ୍ବରରୁ ତାପସର ହାତ ଗୋଡ ବନ୍ଧା ଯାଇଥିବା ଏବଂ ବନ୍ଧୁକ ଓ ଟାଙ୍ଗିଆ ରଖି ହତ୍ୟା ଧମକ ଦିଆଯାଉଥିବାର  ଭିଡିଓ ଘର ମୋବାଇଲ୍‌କୁ ଆସିଥିଲା । ଅପରପକ୍ଷେ, ଭୟଭିତ ହୋଇ ତାପସର ପରିବାର ଅପହରଣକାରୀ ଦେଇଥିବା ଏକ ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ୫୦ ହଜାର ଟଙ୍କା ଜମା କରିଥିବା ଜଣାପଡିଛି । ଏହାସତ୍ତ୍ୱେ ତାପସ ନ ମୁକୁଳିବାରୁ ଗତକାଲି ରାତିରେ  ତାପସର ସ୍ତ୍ରୀ ସୁକାନ୍ତି ସୋର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

The post ‘୮ ଲକ୍ଷ ଦେଲେ ତୁମ ସ୍ୱାମୀକୁ ଛାଡ଼ିବୁ’ appeared first on Odisha Reporter.



from Odisha Reporter https://ift.tt/3sHbEBC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages