ନୟାଗଡ଼ (ଓଡ଼ିଶା ରିପୋର୍ଟର): ମନ୍ତ୍ରୀ ଅରୁଣ ସାହୁଙ୍କ ନାଁରେ ପୁଣି ଅଭିଯୋଗ ଆଣିଲେ ନୟାଗଡ଼ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନ। ମନ୍ତ୍ରୀଙ୍କ ଚାପରେ ନୟାଗଡ଼ ବ୍ଲକ ବିଡିଓ ତାଙ୍କ ପଞ୍ଚାୟତରେ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ବନ୍ଦ କରି ଦେଇଥିବା ଅଭିଯୋଗ୍ୟ କରିଛନ୍ତି ସୌମ୍ୟ।
ସେ କହିଛନ୍ତି, ଜାଣିଶୁଣି ତାଙ୍କ ପଞ୍ଚାୟତରେ କୌଣସି କାମ କରାଇ ଦିଆଯାଉନାହିଁ । ବିଡିଓ ସମସ୍ତ କାମକୁ ବନ୍ଦ କରି ଦେଇଛନ୍ତି। ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଅରୁଣ ସାହୁଙ୍କ ବିନା ଅନୁମତିରେ ପତ୍ରଟିଏ ବି ହଲେନି। ସେଠାକାର ବିଡ଼ିଓ ମନ୍ତ୍ରୀଙ୍କ ଇସାରାରେ କାମ କରୁଛନ୍ତି। ଏହି ଅଭିଯୋଗ ସଂପର୍କରେ ସୌମ୍ୟ ଏକ ଭିଡିଓ ମଧ୍ୟ ରେକର୍ଡିଂ କରି ଗଣମାଧ୍ୟମକୁ ପଠାଇଛନ୍ତି।
ସୌମ୍ୟ ଅହୁରି କହିଛନ୍ତି ଯେ, ପଞ୍ଚାୟତର ଉନ୍ନୟନ ମୂଳକ କାମ ପାଇଁ ଦରଖାସ୍ତଠାରୁ ଆରମ୍ଭ କରି ଅଫିସ ଠାରୁ ଅଫିସ୍ ବୁଲିଲି। କିନ୍ତୁ କୌଣସି ସୁଫଳ ମିଳିନାହିଁ। ପରେ ବିଡିଓଙ୍କୁ ପାଖକୁ ୨ରୁ ୩ଥର ଯାଇଥିଲି। ସେଠାରେ ସେ ଆପଣଙ୍କ ପଞ୍ଚାୟତରେ କୌଣସି କାମ କରାଯିବ ନାହିଁ ବୋଲି ସଫା ସଫା ମନା କରି ଦେଇଥିଲେ। ଭାଇଙ୍କ ଠାରୁ ଅନୁମତି ଆଣନ୍ତୁ ବୋଲି ତାଙ୍କୁ ବିଡିଓ କହିଥିବା ସେ କହିଛନ୍ତି। ତେବେ ଏନେଇ ବିଡିଓଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
ସୂଚନାଯୋଗ୍ୟ, ସୌମ୍ୟ ହେଉଛନ୍ତି ସେହି ଲୋକ ଯିଏକି ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଏବଂ ଅଙ୍ଗତସ୍କରି ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ। ଏହାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଏଥିପାଇଁ ତାଙ୍କୁ ହଇରାଣ କରାଯାଉଥିବା ସେ କହିଛନ୍ତି।
The post ମନ୍ତ୍ରୀ ଅରୁଣ ସାହୁଙ୍କ ନାଁରେ ପୁଣି ଅଭିଯୋଗ ଆଣିଲେ ସୌମ୍ୟ appeared first on Odisha Reporter.
from Odisha Reporter https://ift.tt/3f1n4Na
No comments:
Post a Comment