ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଗାତାର ଦୁଇ ଦିନ ରାଜ୍ୟରେ ୧୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ଏହା ୧୦୦ ତଳକୁ ଖସିଛି। ଆଜି ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟରୁ ୯୮ ଜଣ ନୂଆ କରୋନା ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୮ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୪୦ଟି ଲୋକାଲ୍ କେସ୍।
୨୧ଟି ଜିଲ୍ଲାରୁ ଓ ଷ୍ଟେଟ୍ ପୁଲ୍ରୁ ଏହି ୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫ ଜଣ ଚିହ୍ନଟ ହୋଇଛନ୍ତି।
ଅନୁଗୋଳ ଜିଲ୍ଲାରୁ ୪ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୪, ବରଗଡ଼ରୁ ୫, ଭଦ୍ରକରୁ ୬, ବଲାଙ୍ଗିରରୁ ୭, କଟକରୁ ୯, ଦେବଗଡ଼ରୁ ୨, ଯାଜପୁରରୁ ୩, ଝାରସୁଗୁଡ଼ାରୁ ୩, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ଜଣେ, କୋରାପୁଟରୁ ୩, ମୟୂରଭଞ୍ଜରୁ ୮, ନବରଙ୍ଗପୁରରୁ ୨, ନୂଆପଡ଼ାରୁ ୩, ପୁରୀରୁ ୫, ରାୟଗଡ଼ାରୁ ୩, ସମ୍ବଲପୁରରୁ ୨, ସୋନପୁରରୁ ୩ ଓ ସୁନ୍ଦରଗଡ଼ରୁ ୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍ରୁ ୩ ଜଣ ଚିହ୍ନଟ ହୋଇଛନ୍ତି।
୯୮ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୮୧୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩,୩୬,୦୬୬ ଜଣ ସୁସ୍ଥ ହୋଇସାରିଛନ୍ତି। ୭୭୯ ଜଣ ଚିକିତ୍ସାଧୀନ ଅଛନ୍ତି।
ଏହା ପୂର୍ବରୁ ଶୁକ୍ରବାର ଓ ଶନିବାର ଆସିଥିବା ରିପୋର୍ଟ ଅନୁଯାୟୀ ରାଜ୍ୟରେ ଯଥାକ୍ରମେ ୧୧୦ ଓ ୧୨୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ପ୍ରାୟ ମାସେ ୧୦ ଦିନ ପରେ ଶୁକ୍ରବାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗୋଟିଏ ଦିନରେ ୧୦୦ ଡେଇଁଥିବା ନେଇ ରିପୋର୍ଟ ଆସିଥିଲା।
ସୂଚନାଯୋଗ୍ୟ, କିଛି ଦିନ ହେଲାଣି ଦେଶର ବିଭିନ୍ନ ରାଜ୍ୟରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଗତ ୨୪ ଘଣ୍ଟାରେ ଦେଶରେ ୪୩ ହଜାର ୮୪୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
Covid-19 Report For 20th March
New Positive Cases: 98
In quarantine: 58
Local contacts: 40(Details of local contacts will be shared by concerned Dist Administration)
District Wise Cases:
1. Angul: 4
2. Balasore: 4
3. Bargarh: 5
4. Bhadrak: 6
5. Balangir: 7
6. Cuttack: 9— I & PR Department, Odisha (@IPR_Odisha) March 21, 2021
20. Sonepur: 2
21. Sundargarh: 7
22. State Pool: 3New recoveries: 72
Cumulative tested: 8788844
Positive: 338817
Recovered: 336066
Active cases: 779— I & PR Department, Odisha (@IPR_Odisha) March 21, 2021
The post ଦୁଇ ଦିନ ପରେ ପୁଣି ରାଜ୍ୟରେ ୧୦୦ ତଳକୁ ଖସିଲା କରୋନା ପଜିଟିଭ୍ ସଂଖ୍ୟା appeared first on Odisha Reporter.
from Odisha Reporter https://ift.tt/3c6s1Cs
No comments:
Post a Comment