ନୂଆଦିଲ୍ଲୀ: ସଂଯୁକ୍ତ କିଷାନ୍ ମୋର୍ଚ୍ଚା ପକ୍ଷରୁ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାର ଆଣିଥିବା ୩ କୃଷି ଆଇନ ବିରୋଧରେ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ବିଭିନ୍ନ ରାଜନୀତିକ ଦଳ ସମର୍ଥନ କରୁଛନ୍ତି। ଓଡ଼ିଶାରେ ମଧ୍ୟ ବନ୍ଦକୁ ଦୃଷ୍ଟିରେ ରଖି ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରାଯାଇଛି। ରାଜ୍ୟରେ କଂଗ୍ରେସ ଓ ବାମ ଦଳ ଚାଷୀଙ୍କ ଏହି ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି।
ଦିଲ୍ଲୀ ସୀମାରେ ଚାଷୀମାନେ ଜାରି ରଖିଥିବା ଆନ୍ଦୋଳନକୁ ଆଜି ୪ ମାସ ପୂରିଛି। ତଥାପି ସେମାନଙ୍କ ସମସ୍ୟାର ସମାଧାନ ହୋଇ ପାରୁ ନଥିବାରୁ ସେମାନେ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବନ୍ଦ ବେଳେ ଦେଶର ସମସ୍ତ ସଡ଼କ, ରେଳ ପରିବହନ ସମେତ ଦୋକାନ ବଜାର ଓ ସର୍ବସାଧାରଣ ସ୍ଥାନ ବନ୍ଦ ରହିବ। କିନ୍ତୁ ଜରୁରୀ ସେବା ଗୁଡ଼ିକୁ ଅନୁମତି ମିଳିବ। ଆମ୍ବୁଲାନ୍ସ ଯିବା ଆସିବାରେ କେହି ବି ବାଧା ସୃଷ୍ଟି କରିବେ ନାହିଁ ବୋଲି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି।
Ambala: Protesters block GT Road and railway track near Shahpur, in view of 12-hour ‘Bharat Bandh’ call by Samyukt Kisan Morcha against Centre’s Farm Laws#Haryana pic.twitter.com/1D6k4qjPlN
— ANI (@ANI) March 26, 2021
ଚାଷୀଙ୍କ ବନ୍ଦ ଡାକରାର ପ୍ରଭାବ ସକାଳୁ ସକାଳୁ କିଛି ସ୍ଥାନରେ ଦେଖିବାକୁ ମିଳିଲାଣି। ବିକ୍ଷୋଭକାରୀମାନେ ପିକେଟିଂ କରି ରାସ୍ତା ରୋକ ମଧ୍ୟ କରିବା ଆରମ୍ଭ କରିଛନ୍ତି। ଦିଲ୍ଲୀ ଏନସିଆର ଅଞ୍ଚଳରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ବିଭନ୍ନ ସ୍ଥାନରେ ବିକ୍ଷୋଭକାରୀ ରେଳ ଧାରଣାରେ ବସି ଟ୍ରେନ ଚଳାଚଳକୁ ଅଟକାଇ ଦେଇଛନ୍ତି। ଅମ୍ବାଲାରେ ଚାଷୀମାନେ ଟ୍ରାକ୍ ରଖି ଜିଟି ରୋଡ୍କୁ ବନ୍ଦ କରିଥିବା ବେଳେ ଆଉ କିଛି ବିକ୍ଷୋଭକାରୀ ଶାହପୁରରେ ରେଳ ଧାରଣାରେ ବସି ରହିଥିବା ଫଟୋ ସାମ୍ନାକୁ ଆସିଛି। ଜିଟି ରୋଡ୍ରେ ରାସ୍ତା ରୋକ ହୋଇଥିବାରୁ ଶହଶହ ଟ୍ରକ୍ ଅଧା ରାସ୍ତାରେ ଅଟକି ରହିଛି।
ଭାରତ ବନ୍ଦକୁ ସଫଳ କରିବା ପାଇଁ ଚାଷୀମାନେ ନିବେଦ କରିଛନ୍ତି। ତେବେ ବିଧାନସଭା ନିର୍ବାଚନ ହେବାକୁ ଥିବା ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଆସାମ ଓ ପୁଡୁଚେରିରେ ଏହି ବନ୍ଦ ପାଳନ କରାଯିବନି।
The post ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ, ରେଳ ଠାରୁ ସଡ଼କ ପରିବହନ ଠପ୍ appeared first on Odisha Reporter.
from Odisha Reporter https://ift.tt/3d2ipry
No comments:
Post a Comment