ଏହି ସହରରେ ପ୍ରବେଶ ପାଇଁ କୋଭିଡ୍‌ ନେଗେଟିଭ ପ୍ରମାଣପତ୍ର ଜରୁରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 25, 2021

ଏହି ସହରରେ ପ୍ରବେଶ ପାଇଁ କୋଭିଡ୍‌ ନେଗେଟିଭ ପ୍ରମାଣପତ୍ର ଜରୁରୀ

ବେଙ୍ଗାଲୁରୁ: ମହାମାରୀ କରୋନାର ଦ୍ୱିତୀୟ ଲହର ଯୋଗୁ ଦେଶରେ କ୍ରମାଗତ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ମହାରାଷ୍ଟ୍ର, ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଭଳି ରାଜ୍ୟରେ ସଂକ୍ରମଣ ବଢ଼ୁଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି। ଏଥିପାଇଁ ଏକାଧିକ ରାଜ୍ୟ କଟକଣା ଲଗାଇବା ଆରମ୍ଭ କରିଛନ୍ତି।

ଏହିକ୍ରମରେ କର୍ଣ୍ଣାଟକା ସରକାର ରାଜଧାନୀ ବେଙ୍ଗାଲୁରୁରେ ପ୍ରବେଶ କରୁଥିବା ବାହାର ରାଜ୍ୟର ଲୋକଙ୍କ ପାଇଁ କରୋନା ଟେଷ୍ଟର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି। ଏହି ଟେଷ୍ଟ ଆରଟି-ପିସିଆର ପଦ୍ଧତିରେ ହେବା ଜରୁରୀ। ଏପ୍ରିଲ ୧ରୁ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ କେ ସୁଧାକର ସୂଚନା ଦେଇଛନ୍ତି।

ସେ କହିଛନ୍ତି, ବେଙ୍ଗାଲୁରୁରେ କ୍ରମାଗତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଏଠାରେ ୧୪ଶହ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗତ ୪ ମାସ ମଧ୍ୟରେ ଏହା ସର୍ବାଧିକ। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ସୃଷ୍ଟି କରିବା ଆରମ୍ଭ କରିଛି। ବାହାର ରାଜ୍ୟରୁ ବେଙ୍ଗାଲୁରୁକୁ ଆସୁଥିବା ଲୋକଙ୍କ ପାଇଁ ଏଭଳି ଘଟୁଥିବା ଜଣାପଡ଼ିଛି।

ପୂର୍ବରୁ ମହାରାଷ୍ଟ୍ର, ପଞ୍ଜାବ, କେରଳ ଓ ଚଣ୍ଡିଗଡ଼ରୁ ବେଙ୍ଗାଲୁରୁ ଆସୁଥିବା ଲୋକଙ୍କ ପାଇଁ କୋଭିଡ୍‌ ନେଗେଟିଭ ପ୍ରମାଣପତ୍ର ବାଧ୍ୟତାମୂଳକ ଥିଲା। ହେଲେ ଏପ୍ରିଲ ୧ରୁ ସବୁ ରାଜ୍ୟ ପାଇଁ ଏହି ନିୟମ ଲାଗୁ ହେବ। ସେହିପରି କରୋନା ଆକ୍ରାନ୍ତଙ୍କ ହାତରେ ଷ୍ଟାମ୍ପ ଲଗାଯିବ ବୋଲି ମଧ୍ୟ ସେ କହିଛନ୍ତି।

ଅନ୍ୟପକ୍ଷରେ କର୍ଣ୍ଣାଟକା ସରକାର ବନ୍ଦ ପ୍ରକୋଷ୍ଠରେ ହେଉଥିବା କାର୍ଯ୍ୟକ୍ରମରେ ୨୦୦ ଜଣ ଓ ଖୋଲା ସ୍ଥାନରେ ହେଉଥିବା କାର୍ଯ୍ୟକ୍ରମରେ ସର୍ବାଧିକ ୫୦୦ ଜଣ ଲୋକ ଯୋଗ ଦେଇପାରିବେ ବୋଲି କହିଛନ୍ତି।

The post ଏହି ସହରରେ ପ୍ରବେଶ ପାଇଁ କୋଭିଡ୍‌ ନେଗେଟିଭ ପ୍ରମାଣପତ୍ର ଜରୁରୀ appeared first on Odisha Reporter.



from Odisha Reporter https://ift.tt/31mgrwA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages