ବାହାର ଲୋକଙ୍କୁ ରେଭେନ୍ସା କ୍ୟାମ୍ପସ ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 25, 2021

ବାହାର ଲୋକଙ୍କୁ ରେଭେନ୍ସା କ୍ୟାମ୍ପସ ମନା

କଟକ(ଓଡ଼ିଶା ରିପୋର୍ଟର): ବାହାର ଲୋକଙ୍କ ପାଇଁ ବନ୍ଦ କରାଗଲା ରେଭେନ୍ସା କ୍ୟାମ୍ପସ । ସେହିପରି ବାକି ଥିବା ଦୁଇଟି ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ।  ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୨ ଜଣ ଅଧ୍ୟାପିକା ଓ ଜଣେ ବିଦ୍ୟାର୍ଥୀ କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ ସଂକ୍ରମଣ ରୋକିବାକୁ ଏପରି କଡ଼ାକଡ଼ି ପଦକ୍ଷେପ ଗ୍ରହଣ କରିଛନ୍ତି କର୍ତ୍ତୃପକ୍ଷ।

ବିଶ୍ୱବିଦ୍ୟାଳୟ ହଷ୍ଟେଲରେ କରୋନା ବ୍ୟାପିବା ପରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ରେଭେନ୍ସା କର୍ତ୍ତୃପକ୍ଷ । ସମସ୍ତ ହଷ୍ଟେଲଗୁଡିକୁ ସାନିଟାଇଜ କରାଯାଇଛି । ଏହାଛଡା ହଷ୍ଟେଲର ସମସ୍ତ ଅନ୍ତେବାସୀଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି । ତେବେ ମହାନଦୀ ହଷ୍ଟେଲର ଜଣେ କରୋନା ସଂକ୍ରମିତ ଛାତ୍ରୀଙ୍କୁ ତାଙ୍କ ପରିବାର ଲୋକ ଘରକୁ ନେଇଯାଇଛନ୍ତି।

ଆସନ୍ତା ୧୪ ଦିନ ପାଇଁ ରେଭେନ୍ସାରେ ଅଫ୍ ଲାଇନ ପାଠ ପଢା ବନ୍ଦ ରହିବ । କିନ୍ତୁ ଅନଲାଇନ୍‌ରେ ଯେଉଁ ଭଳି ପାଠ ପଢା ଚାଲୁଥିଲା ତାହା ଚାଲିବ ବୋଲି  କହିଛନ୍ତି ରେଭେନ୍ସା କୁଳପତି ଦାୟିତ୍ୱରେ ଥିବା ଅପରାଜିତା ଚୌଧୁରୀ।

ସୂଚନାଯୋଗ୍ୟ,  ରେଭେନ୍ସା ବିଶ୍ୱବିଦ୍ୟାଳୟର ୨ ଅଧ୍ୟାପକ ଓ ଜଣେ ହଷ୍ଟେଲ ଅନ୍ତେବାସୀ କରୋନାରେ ଆକ୍ରାନ୍ତ ହେବା ପରେ  ସବୁ ହଷ୍ଟେଲ ଅନ୍ତେବାସୀଙ୍କର କୋଭିଡ୍ ଟେଷ୍ଟ କରାଯାଉଛି । ସେପଟେ କୋଭିଡ଼ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ କଟକ ଚଣ୍ଡି ଛକରେ ଥିବା ଏକ କୋଚିଂ ସେଣ୍ଟର  ଓ ରାଣୀହାଟରେ ଏକ ସପିଂ କଂପ୍ଲେକ୍ସକୁ ମଧ୍ୟ ସିଲ୍ କରିଛି ସିଏମ୍‌ସି।

The post ବାହାର ଲୋକଙ୍କୁ ରେଭେନ୍ସା କ୍ୟାମ୍ପସ ମନା appeared first on Odisha Reporter.



from Odisha Reporter https://ift.tt/2NUmaqx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages