ନୂଆଦିଲ୍ଲୀ: ରୋଡ ସେଫ୍ଟୀ ୱାର୍ଲ୍ଡ ସିରିଜ୍ରେ ଦମଦାର ପ୍ରଦର୍ଶନ କରିଥିବା କ୍ରିକେଟର ଯୁବରାଜ ସିଂହଙ୍କୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏଥର କ୍ରିକେଟକୁ ନୁହେଁ ବରଂ ତାଙ୍କ ନୂଆ ଲୁକ୍କୁ ନେଇ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ନୂଆ ଲୁକ୍ରେ ଯୁବରାଜ ସିଂହ ସଂପୂର୍ଣ୍ଣ ଭିନ୍ନ ଲାଗୁଛନ୍ତି।
ଟିମ୍ ଇଣ୍ଡିଆର ଏହି ପୂର୍ବତନ ଅଲରାଉଣ୍ଡର ଜଣଙ୍କ ଲକଡାଉନ ବେଳେ ନିଜ କେଶକୁ ବଢ଼ାଇଥିଲେ। ଏବେ ସେ ନୂଆ ହେୟାର ଷ୍ଟାଇଲ ସହ ସାମ୍ନାକୁ ଆସିଛନ୍ତି। ଯୁବରାଜଙ୍କୁ ଜଣାଶୁଣା ହେୟାର ଷ୍ଟାଇଲିଷ୍ଟ ଆଲିକ ହାକିମ ଏହି ନୂଆ ଲୁକ୍ ଦେଇଛନ୍ତି। ହଳଦିଆ ଚଷମା, ନୂଆ ହେୟାର ଷ୍ଟାଇଲ ଓ ରାପ୍ ଭଳି ପୋଜ୍ରେ ଯୁବରାଜ ପୂର୍ବତୁଳନାରେ ବେଶ ଅଲଗା ଲାଗୁଛନ୍ତି।
View this post on Instagram
ଯୁବରାଜ ଏହି ଫଟୋ ପୋଷ୍ଟ କରିବା ମାତ୍ରେ ଏହା ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଯୁବରାଜଙ୍କ ପୂର୍ବତନ ସାଥୀ ଖେଳାଳି ଶିଖର ଧୱନ, ଇରଫାନ ପଠାନ ଓ ବଲିଉଡ ଅଭିନେତ୍ରୀ କିମ ଶର୍ମା ପ୍ରମୁଖ କମେଣ୍ଟ ଦେଇଛନ୍ତି।
ଭାରତର ଷ୍ଟାର ପପ୍ ସିଙ୍ଗର ବାଦଶାହଙ୍କ ଭଳି ଯୁବରାଜ ପୂରା ଦେଖା ଯାଉଥିବା ଧୱନ ଟ୍ୱିଟ କରିଛନ୍ତି। ସେ କହିଛନ୍ତି, “ପାଜି ପୂରା ବାଦଶାହଙ୍କ ପରି ଦେଖାଯାଉଛ।”
ଯୁବରାଜ ନିକଟରେ ଇଣ୍ଡିଆ ଲିଜେଣ୍ଡସ ପକ୍ଷରୁ ରୋଡ ସେଫ୍ଟୀ ୱାର୍ଲ୍ଡ ସିରିଜ୍ରେ ଖେଳୁଥିଲେ। ଏହି ଟୁର୍ଣ୍ଣାମେଣ୍ଟର ୬ଟି ଇନିଂସରେ ସେ ୧୯୪ ରନ୍ ସଂଗ୍ରହ କରିଛନ୍ତି। ସେ ଦକ୍ଷିଣ ଆଫ୍ରିକା ଲିଜେଣ୍ଡସ ବିପକ୍ଷ ମ୍ୟାଚ୍ରେ ବିସ୍ଫୋରକ ୫୨ ରନ୍ର ଇନିଂସ୍ ଖେଳି ନିଜ ଜଲୱାରେ ପ୍ରଦର୍ଶନ କରିଥିଲେ।
ଏଥିସହ ୱେଷ୍ଟଇଣ୍ଡିଜ ଲିଜେଣ୍ଡ୍ସ ବିପକ୍ଷ ସେମିଫାଇନାଲ ମ୍ୟାଚରେ ଯୁବରାଜ ଅପରାଜିତ ୪୯ ଓ ଶ୍ରୀଲଙ୍କା ବିପକ୍ଷ ଲିଜେଣ୍ଡ୍ସ ବିପକ୍ଷ ଫାଇନାଲ୍ରେ ୬୦ ରନ୍ କରିଥିଲେ।
The post ଭାଇରାଲ ହେଉଛି ଯୁବରାଜଙ୍କ ନୂଆ ଲୁକ୍ appeared first on Odisha Reporter.
from Odisha Reporter https://ift.tt/2NSbXe4
No comments:
Post a Comment