ଜବଲପୁର: ଭଉଣୀ ଭଲ ପାଇ ବାହା ହୋଇଥିଲା। କିନ୍ତୁ ଭାଇ ଜମାରୁ ଏହାକୁ ଗ୍ରହଣ କରି ପାରି ନଥିଲା। ତେଣୁ ଭିଣୋଇର ମୁଣ୍ଡ କାଟି ଦେଲା। ଆଉ ତା’ପରେ ଦୁଃଖରେ ଭାଙ୍ଗି ପଡ଼ିଥିବା ଭଉଣୀ ଆତ୍ମହତ୍ୟା କରିଥିଲା। ଏମିତି ଏକ ଦୁଃଖଦ ଘଟଣା ଘଟିଛି ମଧ୍ୟ ପ୍ରଦେଶର ଜବଲପୁରରେ। ଭଉଣୀର ଲଭ୍ ମ୍ୟାରେଜ ପାଇଁ ସାମାଜିକ ପ୍ରତିଷ୍ଠା ଉପରେ ଆଞ୍ଚ ଆସିବାରୁ ଏଭଳି କାଣ୍ଡ ଘଟାଇଥିବା ଅଭିଯୁକ୍ତ କହିଛି।
ପୁଲିସ୍ କହିଛି ଯେ ୩୫ ବର୍ଷୀୟ ମିଣ୍ଟୁ ଶିବରାମ ଓରଫ ଧୀରଜ ଗୋଟିଏ କୁରାଢ଼ୀରେ ତା’ ଭିଣୋଇ ବିଜୟ କଶ୍ୟପଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଇଥିଲା। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ହତ୍ୟାକାଣ୍ଡ ପରେ ଯୁବକ ଜଣଙ୍କ କଟାମୁଣ୍ଡ ସହ ଥାନାକୁ ଆସି ନିଜର ଦୋଷ ସ୍ୱୀକାର କରିଥିଲେ। ଏହି ଖବର ପାଇବା ପରେ ୧୯ ବର୍ଷୀୟ ଭଉଣୀ ଜଣଙ୍କ ଘରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ।
ତେଲବାରା ଥାନାର ନିରୀକ୍ଷକ ସତୀଶ ପଟେଲ କହିଛନ୍ତି, ଧୀରଜ ପୁଲିସ ଷ୍ଟେସନକୁ ଏକ ଅଖା ଧରି ଆସିଥିଲା। ସେହି ଅଖା ଖୋଲିବା ମାତ୍ରେ ତା’ ଭିଣୋଇ ବିଜୟ କଶ୍ୟପଙ୍କ କଟାମୁଣ୍ଡ ମିଳିଥିଲା। ତିନିମାସ ତଳେ କଶ୍ୟପ ତା’ ଭଉଣୀଙ୍କ ସହ ପ୍ରେମ ସମ୍ପର୍କ ସ୍ଥାନ କରିଥିଲା। ଏହାପରେ ଦୁଇ ଜଣ ଯାକ ଫେରାର ହୋଇ ବାହା ହୋଇଯାଇଥିଲେ।
ଏଥିପାଇଁ ସେ କଶ୍ୟପଙ୍କୁ ଧୀରଜ ହତ୍ୟା କରିଥିବା କହିଛି। ତା’ ଠାରୁ ସୂଚନା ପାଇ ପୁଲିସ୍ ରାମନଗର ଅଞ୍ଚଳରେ ଥିବା ଗୋଟିଏ ପଡ଼ିଆରୁ କଶ୍ୟପଙ୍କ ମୁଣ୍ଡବିହୀନ ଶବ ଜବତ କରିଥିଲା।
The post ଲଭ୍ ମ୍ୟାରେଜର ପ୍ରତିଶୋଧ: ଭିଣୋଇର ମୁଣ୍ଡ କାଟି ଦେଲା ଭାଇ, ଭଉଣୀ କଲା ଆତ୍ମହତ୍ୟା appeared first on Odisha Reporter.
from Odisha Reporter https://ift.tt/2OobmBa
No comments:
Post a Comment