ହଠାତ୍‌ ଫୋନ୍ ଆସିଲା-“ଆପଣଙ୍କ ଆକାଉଣ୍ଟରୁ ୨୭ ହଜାର କଟିଗଲା” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 11, 2021

ହଠାତ୍‌ ଫୋନ୍ ଆସିଲା-“ଆପଣଙ୍କ ଆକାଉଣ୍ଟରୁ ୨୭ ହଜାର କଟିଗଲା”

ଜଗତସିଂପୁର(ଶଶାଙ୍କ ଶେଖର ପଣ୍ଡା): ମାତିଛନ୍ତି ଅନଲାଇନ୍‌ ଲୁଟେରା। ପୂର୍ବରୁ ବିଭିନ୍ନ ଲୋଭ ଦେଖାଇ ବ୍ୟାଙ୍କ ସମ୍ପର୍କୀତ ତଥ୍ୟ ହାସଲ କରି ଆକାଉଣ୍ଟ ଚଳୁ କରି ଦେଉଥିବା ଲୁଟେରା ଏବେ ଆପଣାଇଛନ୍ତି ନୂଆ ତରିକା। ବ୍ୟାଙ୍କ ଆକାଉଣ୍ଟ ସଂପର୍କୀତ କୌଣସି ତଥ୍ୟ ନ ମାଗିକି ବି ଆକାଉଣ୍ଟରେ ବୁଲାଇ ଦେଉଛନ୍ତି କଳାକନା। ଏପରି ଅନଲାଇନ୍‌ ଲୁଟ୍‌ର ଶିକାର ହୋଇଛନ୍ତି ଜଗତସିଂହପୁର ସହର ଅନ୍ତର୍ଗତ ଖେରସ ଗ୍ରାମର ଅବସରପ୍ରାପ୍ତ ନାଲକୋ କର୍ମଚାରୀ ଦେବବ୍ରତ ସାହୁ। ନିଜ ଆକାଉଣ୍ଟ ସମ୍ପର୍କୀତ ତଥ୍ୟ କାହାକୁ ନ ଦେଇ ବି ତାଙ୍କ ଆକାଉଣ୍ଟରୁ ଆଖି ପିଛୁଳାକେ ଗାଏବ ହୋଇଗଲା ୨୭ ହଜାର ଟଙ୍କା।

ଠକେଇର ଶିକାର ହୋଇଥିବା ଦେବବ୍ରତ କହିଛନ୍ତି,  “ ଗତକାଲି ସନ୍ଧ୍ୟା ସମୟରେ ଗଛରେ ପାଣି ଦେଉଥିଲି। ଜଣେ ଅଜଣା ବ୍ୟକ୍ତି କେହି ଫୋନ କରି ଆପଣଙ୍କ ଆକାଉଣ୍ଟରୁ ୨୦ ହଜାର ଟଙ୍କା କଟିଯାଇଥିବା କହିଲେ । ଏହାପରେ ଆକାଉଣ୍ଟ ନମ୍ୱର ଏବଂ ପାନ ନମ୍ୱର ସଂପର୍କରେ ସୂଚନା ଦେଇ ଏହା ଆପଣଙ୍କର କି ବୋଲି  ପ୍ରଶ୍ନ କରିଥିଲେ। ଆପଣ ଯଦି କହିବେ ମୁଁ ଆକାଉଣ୍ଟ ବ୍ଲକ୍ କରିଦେବି ବୋଲି ମଧ୍ୟ କହିଥିଲେ ସଂପୃକ୍ତ ବ୍ୟକ୍ତି।”

ଏହାପରେ ଦେବବ୍ରତ କହିଛନ୍ତି, “ କାଳେ କିଏ ଲୁଟେରା ଏପରି କରିଥିବା ଭାବି ଏହାକୁ ଗୁରୁତ୍ୱ ଦେଇନଥିଲି। ତେବେ କିଛି ସମୟ ପରେ ପୁଣି ଉକ୍ତ ବ୍ୟକ୍ତି ଫୋନ କରି  ୭ ହଜାର ଟଙ୍କା ଆକାଉଣ୍ଟରୁ ଗାଏବ ହୋଇଯାଇଥିବା ସୂଚନା ଦେଇଥିଲେ। ଏହାପରେ ତତ୍‌କ୍ଷଣାତ  ବ୍ୟାଙ୍କର ମୋବାଇଲ ଆପ ମାଧ୍ୟମରେ ଯାଞ୍ଚ କରି ଆକାଉଣ୍ଟରୁ ୨୭ ହଜାର ଟଙ୍କା କଟିଥିବା ଜାଣିବାକୁ ପାଇଥିଲି।”

ତେବେ  ବ୍ୟାଙ୍କ ଆକାଉଣ୍ଟ ସଂପର୍କୀତ ତଥ୍ୟ ଦେଇନଥିଲେ ମଧ୍ୟ କିପରି ତାଙ୍କ ଆକାଉଣ୍ଟରୁ ୨୭ ହଜାର ଟଙ୍କା କଟିଲା ତାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଦେବବ୍ରତ ।  ଘଟଣା ସଂପର୍କରେ ସାଇବର ସେଲରେ ଅଭିଯୋଗ କରିଥିବା କହିଛନ୍ତି ଦେବବ୍ରତ।

The post ହଠାତ୍‌ ଫୋନ୍ ଆସିଲା-“ଆପଣଙ୍କ ଆକାଉଣ୍ଟରୁ ୨୭ ହଜାର କଟିଗଲା” appeared first on Odisha Reporter.



from Odisha Reporter https://ift.tt/2NdsZ6c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages