ବିଜେଡି ନେତାଙ୍କ କ୍ଷୋଭ, କହିଲେ- ଆମ କଥା ଶୁଣୁ ନାହାନ୍ତି ଅଫିସର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 14, 2021

ବିଜେଡି ନେତାଙ୍କ କ୍ଷୋଭ, କହିଲେ- ଆମ କଥା ଶୁଣୁ ନାହାନ୍ତି ଅଫିସର

ନବରଙ୍ଗପୁର (ନବଘନ ବିଷୋୟୀ): ରାଜ୍ୟରେ ଅଫିସର ରାଜ୍‌ ଚାଲିଛି! ବିରୋଧୀ ବିଜେପି ଓ କଂଗ୍ରେସ ଏପରି ଅଭିଯୋଗ ବାରମ୍ୱାର କରିଆସୁଥିବା ବେଳେ ସେମାନଙ୍କ ସହିତ ସ୍ୱର ମିଶାଇଛନ୍ତି ନବରଙ୍ଗପୁର ଜିଲ୍ଲା ବିଜେଡିର ପୂର୍ବତନ ସଭାପତି ଅର୍ଜୁନ ତ୍ରିପାଠୀ। ତାହା ପୁଣି ନବରଙ୍ଗପୁରର ବିଜେଡି ସାଂସଦ ରମେଶ ମାଝି ଓ ବିଧାୟକ ସଦାଶିବ ପ୍ରଧାନୀଙ୍କ ଉପସ୍ଥିତିରେ।

ଶ୍ରୀ ତ୍ରିପାଠୀ ସିଧାସିଧା ଅଫିସରଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି, ଆମ କଥା ଥାନା ଓ ବ୍ଲକର ଅଫିସରମାନେ ଶୁଣୁନାହାନ୍ତି। ଯେଉଁଥିପାଇଁ ଜିଲ୍ଲାର ବିକାଶ କାର୍ଯ୍ୟ ହୋଇପାରୁନି। ତା’ସହିତ ସେ ଦଳର କର୍ମକର୍ତ୍ତାଙ୍କୁ କ୍ଷମା ମାଗିଛନ୍ତି। ଆଉ ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।

ଗତକାଲି ନବରଙ୍ଗପୁରରେ ବିଜେଡି କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଅର୍ଜୁନ ତ୍ରିପାଠୀ। ଏଥିରେ ସେ ନିଜ କ୍ଷୋଭ ପ୍ରକାଶ କରି କହିଥିଲେ, ନିର୍ବାଚନ ସମୟରେ ବିଜେଡି ନେତାଙ୍କୁ ଭୋଟ୍‌ ଦେଇ ବିଜୟୀ କଲେ ଜିଲ୍ଲାର ବିକାଶ ହେବ ବୋଲି କୁହାଯାଇଥିଲା। ସେଥିପାଇଁ ଲୋକଙ୍କ ଗୋଡ଼ ଓ ହାତ ଧରି ଭୋଟ୍‌ ଦେବାକୁ ଅନୁରୋଧ କରିଥିଲୁ। ଫଳରେ ସେମାନେ ବିଜୟୀ ହୋଇଥିଲେ। ଏହା ସତ୍ତ୍ୱେ ଜିଲ୍ଲାର ବିକାଶ ହୋଇନି। ଜିଲ୍ଲାରେ ବିଜେଡିର ଦୁର୍ବଳ ନେତୃତ୍ୱ ପାଇଁ ଉନ୍ନୟନମୂଳକ କାର୍ଯ୍ୟ ହେଉନାହିଁ। ସେଥିପାଇଁ ଉପସ୍ଥିତ କର୍ମକର୍ତ୍ତାଙ୍କୁ କ୍ଷମା ମାଗୁଛି ବୋଲି ଶ୍ରୀ ତ୍ରିପାଠୀ କହିଥିଲେ।

ସେ ଆହୁରି କହିଥିଲେ, ଜିଲ୍ଲାରେ କୌଣସି ଥାନା, ବ୍ଲକ ଓ ତହସିଲରେ କୌଣସି ଅଫିସରମାନେ ସେମାନଙ୍କ କଥା ଶୁଣୁନାହାନ୍ତି। ଅଧିକାରୀମାନେ ମନଇଚ୍ଛା କାମ କରୁଛନ୍ତି। ଏହା ପରେ ବି ବିଜେଡି ଯଦି ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ଚାହିଁବ, ତା’ହେଲେ ତାକୁ ସେ ଗ୍ରହଣ କରିନେବେ।

ଏହି ବୈଠକରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ସହିତ କୋରାପୁଟ ଜୋନ୍ ଯୁବ ବିଜେଡି ସଭାପତି ତାପସ ତ୍ରିପାଠୀ, ବରିଷ୍ଠ ନେତା ଆଶିଷ ରଞ୍ଜନ ପଟ୍ଟନାୟକ, ପ୍ରମୋଦ ପାଢ଼ୀ ଓ ଛାତ୍ରନେତା ଦିଲୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

The post ବିଜେଡି ନେତାଙ୍କ କ୍ଷୋଭ, କହିଲେ- ଆମ କଥା ଶୁଣୁ ନାହାନ୍ତି ଅଫିସର appeared first on Odisha Reporter.



from Odisha Reporter https://ift.tt/3cvnGYq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages