ଜଙ୍ଗଲରେ ନିଆଁ ଲଗାଇ ଗିରଫ ହେଲେ ବାପ-ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 14, 2021

ଜଙ୍ଗଲରେ ନିଆଁ ଲଗାଇ ଗିରଫ ହେଲେ ବାପ-ପୁଅ

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜ ମୁଣ୍ଡେଶ୍ଵର ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗାରେ ବାପ-ପୁଅଙ୍କୁ ଗିରଫ କରିଛି। ଏପରିକି ସେମାନଙ୍କଠାରୁ ବନ ବିଭାଗ ଗୋଟିଏ ଦିଆସିଲ୍‌ ଓ ୨ଟି ଟାଙ୍ଗିଆ ଜବତ କରିଛି।

ରବିବାର ରାତିରେ ମାଧପୁର ରେଞ୍ଜ ମୁଣ୍ଡେଶ୍ଵର ସଂରକ୍ଷିତ ଜଙ୍ଗଲରେ ୪ଟି ସ୍ଥାନରେ ନିଆଁ ଲାଗିଥିଲା। ନିଆଁ ଲିଭାଇବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଦେଖି ବାପ-ପୁଅ ଆସନ ମାଝୀ ଓ ତାଙ୍କ ପୁଅ ଶ୍ୟାମଘନ ମାଝୀ ଦୌଡି ପଳାଇ ଯାଇଥିଲେ। ତେବେ ବନ କର୍ମଚାରୀମାନେ ସେମାନଙ୍କୁ କାବୁ କରିନେଇଥିଲେ। ସେମାନଙ୍କ ଘର ମାଧପୁର କଲୋନୀ ସାହିର ବୋଲି ଜଣାପଡ଼ିଛି। ଚଢ଼ଉ ବେଳେ ରେଞ୍ଜ ଅଧିକାରୀ ସରୋଜ ମିଶ୍ର, ଫରେଷ୍ଟର ସ୍ୱାଧୀନ ସାମଲ, ବନରଖି ସତିସରଞ୍ଜନ କମ୍ପୋ ସମେତ ଫାୟାର ସ୍କ୍ୱାର୍ଡ କର୍ମଚାରୀ ସାମିଲ ଥିଲେ ।

ଗତ ୧୩ ତାରିଖ ପୁରୁଣାକଟକ ରେଞ୍ଜ ମୁଣ୍ଡେଶ୍ଵର ଜଙ୍ଗଲରୁ ୪ ଜଣଙ୍କୁ ଓ ଗତକାଲି ମନମୁଣ୍ଡା ରେଞ୍ଜ ସୁବର୍ଣ୍ଣଗିରି ଜଙ୍ଗଲରୁ ବନ୍ଧୁକ ସହ ୨ ଜଣଙ୍କୁ ଗିରଫ କରିଛି ବନ ବିଭାଗ।

The post ଜଙ୍ଗଲରେ ନିଆଁ ଲଗାଇ ଗିରଫ ହେଲେ ବାପ-ପୁଅ appeared first on Odisha Reporter.



from Odisha Reporter https://ift.tt/3bIEH26

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages