୧୧ ରାଜ୍ୟର ୧୦୦ଟି ସ୍ଥାନରେ ସିବିଆଇ ରେଡ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 25, 2021

୧୧ ରାଜ୍ୟର ୧୦୦ଟି ସ୍ଥାନରେ ସିବିଆଇ ରେଡ୍

ନୂଆଦିଲ୍ଲୀ: ଏକାଧିକ ବ୍ୟାଙ୍କରେ ଠକେଇ ଚାଲିଥିବା ଅଭିଯୋଗରେ ତତ୍ପର ହୋଇ ଉଠିଛି ସିବିଆଇ। ଏଥିପାଇଁ ସିବିଆଇ ପକ୍ଷରୁ ଏକକାଳୀନ ୧୧ଟି ରାଜ୍ୟର ୧୦୦ଟି ସ୍ଥାନରେ ଚଢ଼ଉ କରାଯାଇଛି। ୩୦ଟି ବ୍ୟାଙ୍କ ଠକେଇ ମାମଲାରେ ସିବିଆଇର ଅଧିକାରୀମାନେ ଏକକାଳୀନ ଏପରି ଚଢ଼ଉ କରିଥିବା ଜଣାପଡ଼ିଛି।

ସିବିଆଇ ମୁଖପାତ୍ର ଆରସି ଯୋଶୀ କହିଛନ୍ତି, ଦେଶରେ ଥିବା ଏକାଧିକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଜାଲିଆତି ଚାଲିଥିବା ଅଭିଯୋଗ ମିଳିଛି। ତେଣୁ ଦୁର୍ନୀତିରେ ସଂପୃକ୍ତ ଥିବା ଲୋକଙ୍କୁ ଧରିବା ପାଇଁ ସିବିଆଇ ପକ୍ଷରୁ ବଡ଼ ଅପରେସନ ଆରମ୍ଭ କରାଯାଇଛି। ଅଭିଯୋଗ ଆସିଥିବା ବ୍ୟାଙ୍କଗୁଡ଼ିକ ମଧ୍ୟରେ ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଅଫ ବରୋଦା, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଆଇଡିବିଆଇ, କାନାରା ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ ଓ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ରହିଛନ୍ତି।

କାନପୁର, ଦିଲ୍ଲୀ, ଗାଜିଆବାଦ, ମଥୁରା, ନୋଏଡା, ଗୁରୁଗ୍ରାମ, ଚେନ୍ନାଇ, ଥିରୁଭାରୁ, ଭେଲ୍ଲୋର, ତିରୁପୁର, ବେଙ୍ଗାଲୁରୁ, ଗୁଣ୍ଠୁର, ହାଇଦ୍ରାବାଦ, ବଲ୍ଲାରୀ, ଭଦୋଦରା, କୋଲକାତା, ପଶ୍ଚିମ ଗୋଦାବରୀ, ସୁରତ, ମୁମ୍ବାଇ, ଭୋପାଲ, ନିମାଡି, ତିରୁପତି, ବିଶାଖାପଟନମ, ଅହମଦାବାଦ, ରାଜକୋଟ, କର୍ଣ୍ଣାଲ, ଜୟପୁର ଓ ଶ୍ରୀ ଗଙ୍ଗାନଗର ୧୦୦ଟି ସ୍ଥାନରେ ଏହି ରେଡ୍‌ କରାଯାଇଥିଲା।

ବିଭିନ୍ନ ବ୍ୟାଙ୍କରୁ ଠକେଇ, ପାଣ୍ଠି ଡାଇଭରସନ, ନକଲି ଦସ୍ତାବିଜ୍‌ ଜରିଆରେ ବିଭିନ୍ନ କମ୍ପାନୀ ଆର୍ଥିକ ହେରଫେର କରୁଥିବା ଅଭିଯୋଗ ସିବିଆଇ ପାଖକୁ ଆସିଥିଲା। ଋଣ ନେବା ପରେ ସେମାନେ ଏହାକୁ ଫେରସ୍ତ କରିନାହାନ୍ତି। ହେଲେ ନକଲି ଦସ୍ତାବିଜ୍‌ ଜରିଆରେ ପୁଣିଥରେ ଋଣ ଉଠାଇବାରେ ଲାଗିଛନ୍ତି ବୋଲି ଅଭିଯୋଗ ମିଳିଥିଲା।

ସେଭଳି ଠକ ଲୋକ ଓ କମ୍ପାନୀଙ୍କୁ ଧରିବା ପାଇଁ ସିବିଆଇ ମାମଲା ରୁଜୁ କରିଛି। ଏଥିରେ କିଛି ବ୍ୟାଙ୍କ କର୍ମଚାରୀ ମଧ୍ୟ ସାମିଲ ଥିବା ଜଣାପଡ଼ିଛି। ତେଣୁ ଏକକାଳୀନ ରେଡ୍‌ ହୋଇଥିଲା ବୋଲି ସିବିଆଇ ମୁଖପାତ୍ର ଜଣଙ୍କ କହିଛନ୍ତି।

The post ୧୧ ରାଜ୍ୟର ୧୦୦ଟି ସ୍ଥାନରେ ସିବିଆଇ ରେଡ୍ appeared first on Odisha Reporter.



from Odisha Reporter https://ift.tt/3cnM4wj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages