ଆଜି ଓଡ଼ିଶାରେ ଶିକ୍ଷାନୁଷ୍ଠାନ ବନ୍ଦ, ସକାଳୁ ସକାଳୁ ପିକେଟିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 25, 2021

ଆଜି ଓଡ଼ିଶାରେ ଶିକ୍ଷାନୁଷ୍ଠାନ ବନ୍ଦ, ସକାଳୁ ସକାଳୁ ପିକେଟିଂ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ  ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।  ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ପିକେଟିଂ କରାଯାଉଛି । ବାଲେଶ୍ୱର ଷ୍ଟେସନରେ ଟ୍ରେନ୍ ଅଟକାଇଛନ୍ତି ବିକ୍ଷୋଭକାରୀ ।

ଭଦ୍ରକରେ  ମଧ୍ୟ ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।  ୧୬ନମ୍ବର ଜାତୀୟ ରାଜପଥ ବନ୍ତ ଛକ ନିକଟରେ ଚାଷୀ ସଂଗଠନର କର୍ମକର୍ତ୍ତା ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଫଳରେ ବହୁ ସଂଖ୍ୟାରେ ଅଟକି ରହିଛି। ଦୋକାନ ବଜାର, ଅଫିସ ଦପ୍ତର ସମ୍ପୂର୍ଣ ବନ୍ଦ ରହିଛି। କୃଷକ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇଛି। ଏହାକୁ ସମର୍ଥନ କରି କଂଗ୍ରେସ ଆନ୍ଦୋଳନରେ ସାମିଲ ହୋଇଛି।

ଭୁବନେଶ୍ୱର ରେଳ ଷ୍ଟେଶନରେ ବିକ୍ଷୋଭକାରୀ ଟ୍ରେନ୍‌କୁ ଅଟକାଇଛନ୍ତି।

କୃଷି ଆଇନ ପ୍ରସଙ୍ଗରେ କେନ୍ଦ୍ର ଓ ଚାଷୀ ଙ୍କ ମଧ୍ୟରେ  ସହମତି ହୋଇପାରୁ ନ ଥିବାରୁ ନିଜ ଆଭିମୁଖ୍ୟ କଠୋର କରିବାକୁ ଯାଇ ଏଭଳି ନିଷ୍ପତି ନିଆଯାଇଛି ବୋଲି କୃଷକ ସଂଗଠନ ନେତା କହିଛନ୍ତି। ଅନ୍ୟପକ୍ଷରେ ତୈଳ ଦର, ରନ୍ଦନ ଗ୍ୟାସ ର ଅହେତୁକ ଦର ଦାମ ବୃଦ୍ଧି ଯୋଗୁଁ ସାଧାରଣ ଲୋକ ଙ୍କ ଉପରେ ଏହାର ପ୍ରଭାବ ପଡିଛି। ଯେ ପର୍ଯ୍ୟନ୍ତ କୃଷି ଆଇନ ପ୍ରତ୍ୟାହାର ନ ହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କୃଷକ ସଂଗଠନ ନେତା କହିଛନ୍ତି।

ସୂଚନାଯୋଗ୍ୟ, ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ କେତେକ ଆଗୁଆ ପଦକ୍ଷେପ ନିଆଯାଇଛି।  ଆଜି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି ସରକାର । ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି । କେବଳ ସ୍କୁଲ ନୁହେଁ ରାଜ୍ୟର ସମସ୍ତ କଲେଜ, ବିଶ୍ୱବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ। କୃଷକ ସଂଗଠନ ବନ୍ଦ ଡାକରା ଦେଇଥିବା ବେଳେ ଏହାକୁ ସମର୍ଥନ ଜଣାଇଛି କଂଗ୍ରେସ ଓ ବାମଦଳ।

ଏହାବ୍ୟତୀତ ଭୁବନେଶ୍ୱରରେ ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଓ ବିଭାଗୀୟ ମୁଖ୍ୟ କୋଠାରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସ ଆସିବାକୁ ନିର୍ଦ୍ଦେଶ ଜାରି ହୋଇଛି।

ସେହିପରି ଲୋକସେବା ଭବନ ମଧ୍ୟକୁ ଆଜି ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି। ଲୋକସେବା ଭବନର ମୁଖ୍ୟ ଗେଟ୍ ସକାଳ ୧୦ଟା ୧୫ମିନିଟରେ ବନ୍ଦ ହେବ ଓ ପଛଗେଟ୍ ଖୋଲା ରହିବ ବୋଲି ଗୃହ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି।

 

…..

 

The post ଆଜି ଓଡ଼ିଶାରେ ଶିକ୍ଷାନୁଷ୍ଠାନ ବନ୍ଦ, ସକାଳୁ ସକାଳୁ ପିକେଟିଂ appeared first on Odisha Reporter.



from Odisha Reporter https://ift.tt/3sBiAAs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages