ପୁରୀ(ଓଡ଼ିଶା ରିପୋର୍ଟର) ଆସନ୍ତା ୨୮ରେ ଦୋଳ ପୂର୍ଣ୍ଣିମାରେ ଶୃଙ୍ଖଳିତ ଭାବେ ହେବ ଶ୍ରୀଜିଉଙ୍କ ସୁନାବେଶ। ମେକାପ ସେବାୟତ ଓ ସିଂହାରୀ ସେବାୟତଙ୍କୁ ନେଇ ଆୟୋଜିତ ବୈଠକରେ ସମାଧାନର ବାଟ ବାହାରିଛି । ଉଭୟ ଆପୋଷ ଆଲୋଚନା ମାଧ୍ୟମରେ ନୀତି ଶୃଙ୍ଖଳିତ କରିବା ପାଇଁ ରାଜି ହୋଇଛନ୍ତି । ଆସନ୍ତା ଦୋଳ ପୂର୍ଣ୍ଣିମାରେ ସବୁକିଛି ସୁରୁଖୁରୁରେ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।
ଅନ୍ୟପଟେ ଦୋଳ ପରେ ସପ୍ତାହକୁ ଗୋଟିଏ ଦିନ ବନ୍ଦ ରହିବ ଶ୍ରୀମନ୍ଦିର। ଛତିଶାନିଯୋଗ ବୈଠକରେ ଏନେଇ ଆଲୋଚନା ହୋଇଥିବା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। କହିଛନ୍ତି, ମନ୍ଦିର ପରିସର ସାନିଟାଇଜ୍ କରିବାକୁ ସପ୍ତାହରେ ଗୋଟିଏ ଦିନ ଶ୍ରୀମନ୍ଦିରକୁ ଦର୍ଶନାର୍ଥୀଙ୍କ ପାଇଁ ବନ୍ଦ ରଖାଯିବ । ଦୋଳ ପୂର୍ଣ୍ଣିମା ପରେ ଏନେଇ ନିର୍ଦ୍ଦେଶନାମା ଜାରି କରାଯିବ ।
ତେବେ ସପ୍ତାହର କେଉଁଦିନ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ କରାଯିବ, ସେନେଇ ଚୂଡ଼ାନ୍ତ ଆଲୋଚନା ହୋଇନଥିବା ଜିଲ୍ଲାପାଳ କହିଛନ୍ତି।
The post ବାହାରିଲା ସମାଧାନର ବାଟ: ୨୮ରେ ଶ୍ରୀଜିଉଙ୍କ ସୁନାବେଶ appeared first on Odisha Reporter.
from Odisha Reporter https://ift.tt/39d3A4k
No comments:
Post a Comment