ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ନୃତ୍ୟଗୁରୁ ସ୍ୱର୍ଗତ କେଳୁଚରଣ ମହାପାତ୍ରଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ବୟସାଧିକ କାରଣରୁ ତାଙ୍କର ଦେହାନ୍ତ ଘଟିଥିବା ଜଣାପଡ଼ିଛି।
୧୯୪୭ ମସିହାରେ ଅନ୍ନପୂର୍ଣ୍ଣା ଥିଏଟରରୁ ନୃତ୍ୟ ଜୀବନ ଆରମ୍ଭ କରିଥିଲେ ଲକ୍ଷ୍ମୀପ୍ରିୟା। ଅର୍ଣ୍ଣପୂର୍ଣ୍ଣା ଥିଏଟରରେ କାମ କରିବା ସମୟରେ ସେ ଓଡ଼ିଶୀ ନୃତ୍ୟଶିଳ୍ପୀ କେଳୁଚରଣ ମହାପାତ୍ରଙ୍କ ସମ୍ପର୍କରେ ଆସିଥିଲେ।
ଲକ୍ଷ୍ମୀପ୍ରିୟାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଓଡ଼ିଶୀ ନୃତ୍ୟର ପ୍ରସାର କ୍ଷେତ୍ରରେ ଗୁରୁ କେଳୁଚରଣ ଓ ତାଙ୍କ ପରିବାରର ଅବଦାନ ସର୍ବଦା ସ୍ମରଣୀୟ ରହିବ। ମୁଖ୍ୟମନ୍ତ୍ରୀ ତାଙ୍କ ପରିବାର ଲୋକଙ୍କୁ ସମବେଦନା ମଧ୍ୟ ଜଣାଇଛନ୍ତି। ଏହାସହ ଲକ୍ଷ୍ମୀପ୍ରିୟାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସ୍ୱର୍ଗତ କେଳୁଚରଣ ମହାପାତ୍ର ଓ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ପୁଅ ରତିକାନ୍ତ ମହାପାତ୍ର ଓ ବୋହୂ ସୁଜାତା ମହାପାତ୍ର ମଧ୍ୟ ଓଡ଼ିଶୀ ନୃତ୍ୟଗୁରୁ।
ମହାନ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଗୁରୁ କେଳୁଚରଣ ମହାପାତ୍ରଙ୍କ ପତ୍ନୀ ଲଷ୍ମୀପ୍ରିୟା ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଶୀକୁ ସମୃଦ୍ଧ କରିବା ଦିଗରେ ତାଙ୍କର ଅତୁଳନୀୟ ଅବଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) March 21, 2021
The post ଚାଲିଗଲେ ଲକ୍ଷ୍ମୀପ୍ରିୟା appeared first on Odisha Reporter.
from Odisha Reporter https://ift.tt/3r0ZyC8
No comments:
Post a Comment