ପୁରୀ(ଓଡ଼ିଶା ରିପୋର୍ଟର) ବଲିଉଡ ଷ୍ଟାର ଗୋବିନ୍ଦା ଓ ତାଙ୍କ ପତ୍ନୀ ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିରରରେ ମହାପ୍ରଭୁଙ୍କୁ ଅତି ନିକଟକୁ ଦର୍ଶନ କରିବା ପରେ ବିଭୋର ହୋଇଯାଇଛନ୍ତି ଗୋବିନ୍ଦା। ସେ କହିଛନ୍ତି, କିଛି ଦିନ ଧରି ସେ ବନ୍ଧନଯୁକ୍ତ ହୋଇ ଯାଇଥିଲେ। ତେବେ ମହାପ୍ରଭୁଙ୍କ ଦର୍ଶନ ପରେ ସେ ସବୁ ବନ୍ଧନରୁ ମୁକ୍ତ ହୋଇଯାଇଥିବା କହିଛନ୍ତି।
ରାଜନୀତିରୁ ସବୁଦିନ ଲାଗି ଓହରି ଯାଇଥିବା କହିଛନ୍ତି ଗୋବିନ୍ଦା। ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ଐତିହ୍ୟ କରିଡର ଭିତରେ ଫୋଟୋ ଉଠାଇ ଥିଲେ। ଦର୍ଶନର ଏଭଳି ସାନିଧ୍ୟ ବାରମ୍ବାର ଆସୁ ବୋଲି କହିଛନ୍ତି ଗୋବିନ୍ଦା। ଭିତରଚ୍ଛୁ ମହାପତ୍ର ଭବାନୀ ଶଙ୍କର ମହାପାତ୍ର ତାଙ୍କୁ ସ୍ୱାଗତ କରିବା ସହ ସମସ୍ତ ପୂଜାର୍ଚ୍ଚନା କରାଇଥିଲେ। ଏହି ଅବସରରେ ଗୋବିନ୍ଦାଙ୍କୁ ଜଗନ୍ନାଥଙ୍କ ଖଣ୍ଡୁଆ ପାଟ ପ୍ରଦାନ କରିଥିଲେ ସେବାୟତ।
The post ମହାପ୍ରଭୁଙ୍କ ଦର୍ଶନ ପରେ ମୁଁ ସବୁ ବନ୍ଧନରୁ ମୁକ୍ତ: ଗୋବିନ୍ଦା appeared first on Odisha Reporter.
from Odisha Reporter https://ift.tt/3cSbqkW
No comments:
Post a Comment