ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟ୍ୱିନ ସିଟିରେ ପ୍ରବଳ କୁହୁଡି। ଆଜି ସକାଳୁ ଭୁବନେଶ୍ୱର ଓ କଟକରେ ଘନ କୁହୁଡି ଦେଖିବାକୁ ମିଳିଛି। ଏତେ ମାତ୍ରାରେ କୁହୁଡ଼ି ପଡିଛି ଯେ, ୧୦ ମିଟର ଦୂରରୁ ମଧ୍ୟ ମୁହଁକୁ ମୁହଁ ଦିଶୁନି। ରାସ୍ତା ଦୃଶ୍ୟମାନ ହେଉନି ଫଳରେ ଗାଡିମଟର ଚଳାଚଳରେ ବାଧା ଉପୁଜିଛି। କେବଳ ଭୁବନେଶ୍ୱର କି କଟକ ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଏଭଳି କୁହୁଡ଼ିର ଆସ୍ତରଣ ଦୃଶ୍ୟମାନ ହୋଇଛି। ସେପଟେ କୁହୁଡି ଯୋଗୁଁ ପାଗରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି।
The post ଦିଶୁନି ମୁହଁକୁ ମୁହଁ, ଟ୍ୱିନ୍ ସିଟିରେ ଘନ କୁହୁଡ଼ି appeared first on Odisha Reporter.
from Odisha Reporter https://ift.tt/3e0kBSw
No comments:
Post a Comment