ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଗତ ୩ ବର୍ଷ ମଧ୍ୟରେ ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜ ଅଞ୍ଚଳରେ ଆଖି ବୁଜିଥିଲେ ୬ଟି ହାତୀ। ଏତେ ସଂଖ୍ୟକ ହାତୀ ମୃତ୍ୟୁକୁ ନେଇ ଉଦ୍ବେଗ ପ୍ରକାଶ ପାଇଥିବା ବେଳେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜର ଗୌରୀଶଙ୍କର ଦାସ।
ସୂଚନାଯୋଗ୍ୟ, ଗତ ୨୦୧୯ ରୁ ୨୦୨୧ ମଧ୍ୟରେ ସଦର ଫରେଷ୍ଟ ରେଞ୍ଜ ଅଞ୍ଚଳରେ ମୋଟ ୬ ଟି ହାତୀଙ୍କର ମୃତ୍ୟୁ ଘଟିଥିଲା । କେତେବେଳେ , ରେଳଧକ୍କାରେ ତ ଆଉ କେତେବେଳେ ଶିକାରୀଙ୍କ ଦ୍ୱାରା ହାତୀମାନଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ତଦନ୍ତକାରୀ ଟିମ୍ର ରିପୋର୍ଟ ଆଧାରରେ ରେଞ୍ଜରଙ୍କୁ ନିଲମ୍ବନ କରାଯିବା ସହ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି ବୋଲି ସମ୍ବଲପୁର DFO କହିଛନ୍ତି।
ଏନେଇ ସମ୍ବଲପୁର DFO ଡ. ସଂଜୀତ କୁମାର କହିଛନ୍ତି, ୨୬ ତାରିଖରେ ଗୌରୀଶଙ୍କର ଦାସଙ୍କୁ ନିଲମ୍ବନ ନେଇ ଏ ଚିଠି ଆସିଥିଲା। ଗତ ୩ ବର୍ଷରେ ବହୁ ସଂଖ୍ୟକ ହାତୀ ମରିଯାଇଥିଲେ। ଏ ନେଇ ତଦନ୍ତ କରିଥିବା ଟିମ୍ ଦେଇଥିବା ତଥ୍ୟ ଆଧାରରେ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।
The post ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜର ନିଲମ୍ବିତ appeared first on Odisha Reporter.
from Odisha Reporter https://ift.tt/385KPz7
No comments:
Post a Comment